STORYMIRROR

ସୁମନ୍ତ ବେହେରା

Children

3  

ସୁମନ୍ତ ବେହେରା

Children

ଆସରେ ପିଲେ ପଢିବା ପାଠ

ଆସରେ ପିଲେ ପଢିବା ପାଠ

1 min
157

ଆସରେ ପିଲେ ପଢିବା ପାଠ

    ଲଭିବା ଜ୍ଞାନ ଆମେ ।

ଅଟଇ ବିଦ୍ୟା ମହାନ ଧନ

   ଆସିବ ଆମ କାମେ ।।


ପଢ଼ିଲେ ପାଠ ବଢିବ ଜ୍ଞାନ

   ବଢିବ ସନମାନ ।

ଜୀବନେ ତୁମ ଆସିବ ଖୁସି

   ଉଲ୍ଲାସ ହେବ ମନ ।।


ବିଦ୍ୟାକୁ ଚୋରି କରିଣ ଚୋର

  ପାରିବ ନାହିଁ ନେଇ ।

ବାଣ୍ଟିଲେ ଯେତେ ଏହାକୁ ତୁମେ

    ଆଦୌ ସରିବ ନାହିଁ ।।


ଦେଶେ ଥାଅ ବା ବିଦେଶ ଯାଅ

   ତୁମରି ପାଖେ ଥିବ ।

ଉତ୍ତମ ବନ୍ଧୁ ପରିକା ବିଦ୍ୟା

   ବିପଦୁ ରକ୍ଷା ଦେବ ।।


ଆସରେ ପିଲେ ଆସରେ ଆସ

   ତେଣୁ ପଢିବା ପାଠ ।

ପାଠକୁ ପଢି ଆନନ୍ଦ ହେବା

   ନକର ଆଉ ମଠ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children