STORYMIRROR

ଦୀପଙ୍କର ଦାସ

Comedy Crime Inspirational

3  

ଦୀପଙ୍କର ଦାସ

Comedy Crime Inspirational

ଆଞ୍ଜେଲ୍ ପ୍ରିୟା ଫେସବୁକ୍ ପ୍ରେମ

ଆଞ୍ଜେଲ୍ ପ୍ରିୟା ଫେସବୁକ୍ ପ୍ରେମ

1 min
407

ଆଜି କାଲି ଗୋଟେ ନୂଆ ରୋଗ ଆସିଛି

ସବୁ କିଛି ଏବେ ଅନଲାଇନ ହେଇଯାଉଛି

ଶୁଣିଥିଲି ପ୍ରେମ ହେଉଥିଲା ଅନଲାଇନ

ଏବେ ବାହାଘର ବି ହଉଛି

ଫେସବୁକ୍ ସହର ମୁଁ ବି ଗଲି

ଦେଖିଲି ଏଞ୍ଜେଲ ପ୍ରିୟା ସେଠି

ସମସ୍ତଙ୍କ ହୋସ ଉଡ଼ଉଛି

୪୯୯୯ ସାଙ୍ଗ ତାର

ଡିପି କିନ୍ତୁ କେବଳ ଓଠର ଅଛି

ଓଠ ଦେଖି ଜାଣି ହେଉଥିଲା ନିଶ୍ଚୟ ସୁନ୍ଦରୀ ଥିବ

ଫ୍ରେଣ୍ଡ୍ ରିକ୍ୟୁଷ୍ଟ୍ ଦେଇଦେଲି

ଜଣା ନଥିଲା ଏସେପ୍ଟ କରିବ କି ନକରିବ

କିଛି ସମୟ ପରେ ଆସିଲା ନୋଟିଫିକେସନ୍

ମନରେ ଭରିଲା ପ୍ରେମର ଇମୋଶନ

ସାଙ୍ଗେ ସାଙ୍ଗେ ମେସେଞ୍ଜର ରେ ହାଏ ଲେଖିଦେଲି

ଆଉ ଇମ୍ପ୍ରେସ କରିବାକୁ ଦୁଇ ଚାରି ଟା ପ୍ରେମ କବିତା ଲେଖିଦେଲି ।


ତାପରେ ଦିନ ରାତି ଖାଲି ଅନଲାଇନ୍ ଆଉ ଚାଲିଲା ଚାଟିଂ

ଦିନେ କହିଲି ତୁମର ଭଲ ଫୋଟ ଗୋଟେ ଦିଅ

ଓଃ କଣ ଦେଖା ଯାଉଛ ମ

ଆଉ ଟିକେ ପ୍ରଶଂସା କରିଦେଲି

ପରେ ମୁଁ ତୁମକୁ ଭଲପାଏ ବୋଲି କହିଦେଲି

ଆଉ ହାର୍ଟ ବାଲା ଇମୋଜି ପଠେଇ ଦେଲି

କିଛି ଦିନ ପରେ ସେ ବି ଗ୍ରହଣ କଲେ

ଆଉ ଖୁସିରେ ହ୍ଵାଟଆପ୍ ନମ୍ୱର୍ ଟି ଦେଲେ

ସବୁବେଳେ ମୋବାଇଲ ହିଁ କରୁଥିଲି କ୍ଲିକ୍

ଫେସବୁକ୍ ଷ୍ଟୋରୀ ଆଉ ହ୍ଵାଟଆପ୍ ଷ୍ଟାଟସ୍ ସବୁ ଦେଲି ରୋମାଣ୍ଟିକ

ଏଥର ସେ ରିଚାର୍ଜ ପାଇଁ ଟଙ୍କା ମାଗିଲେ

ଆଉ ମୋ ଟଙ୍କାରେ ଫ୍ଲିପ୍ କାର୍ଟ୍ ରୁ ସବୁ ସପିଙ୍ଗ କଲେ

ବାପାଙ୍କ ଦେହ ଖରାପ କହି ଅନେକ ଟଙ୍କା ବି ମାଗିଲେ

ମୁଁ କେତେ ଆଶାରେ ଭାବୁଥିଲି ଛୋଟ ଛୋଟ ପିଲା ବି କରିନେବି କେଉଁ ଏକ ଆପ୍ ରୁ ଡାଉନଲୋଡ

ପରେ ଜାଣିଲି ଠକେଇ ଚାଲିଛି

ଏବେ ଦିନ ରାତି ମଦ ରେ ଖାଲି ଓଭରଲୋଡ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy