ଆଞ୍ଜେଲ୍ ପ୍ରିୟା ଫେସବୁକ୍ ପ୍ରେମ
ଆଞ୍ଜେଲ୍ ପ୍ରିୟା ଫେସବୁକ୍ ପ୍ରେମ
ଆଜି କାଲି ଗୋଟେ ନୂଆ ରୋଗ ଆସିଛି
ସବୁ କିଛି ଏବେ ଅନଲାଇନ ହେଇଯାଉଛି
ଶୁଣିଥିଲି ପ୍ରେମ ହେଉଥିଲା ଅନଲାଇନ
ଏବେ ବାହାଘର ବି ହଉଛି
ଫେସବୁକ୍ ସହର ମୁଁ ବି ଗଲି
ଦେଖିଲି ଏଞ୍ଜେଲ ପ୍ରିୟା ସେଠି
ସମସ୍ତଙ୍କ ହୋସ ଉଡ଼ଉଛି
୪୯୯୯ ସାଙ୍ଗ ତାର
ଡିପି କିନ୍ତୁ କେବଳ ଓଠର ଅଛି
ଓଠ ଦେଖି ଜାଣି ହେଉଥିଲା ନିଶ୍ଚୟ ସୁନ୍ଦରୀ ଥିବ
ଫ୍ରେଣ୍ଡ୍ ରିକ୍ୟୁଷ୍ଟ୍ ଦେଇଦେଲି
ଜଣା ନଥିଲା ଏସେପ୍ଟ କରିବ କି ନକରିବ
କିଛି ସମୟ ପରେ ଆସିଲା ନୋଟିଫିକେସନ୍
ମନରେ ଭରିଲା ପ୍ରେମର ଇମୋଶନ
ସାଙ୍ଗେ ସାଙ୍ଗେ ମେସେଞ୍ଜର ରେ ହାଏ ଲେଖିଦେଲି
ଆଉ ଇମ୍ପ୍ରେସ କରିବାକୁ ଦୁଇ ଚାରି ଟା ପ୍ରେମ କବିତା ଲେଖିଦେଲି ।
ତାପରେ ଦିନ ରାତି ଖାଲି ଅନଲାଇନ୍ ଆଉ ଚାଲିଲା ଚାଟିଂ
ଦିନେ କହିଲି ତୁମର ଭଲ ଫୋଟ ଗୋଟେ ଦିଅ
ଓଃ କଣ ଦେଖା ଯାଉଛ ମ
ଆଉ ଟିକେ ପ୍ରଶଂସା କରିଦେଲି
ପରେ ମୁଁ ତୁମକୁ ଭଲପାଏ ବୋଲି କହିଦେଲି
ଆଉ ହାର୍ଟ ବାଲା ଇମୋଜି ପଠେଇ ଦେଲି
କିଛି ଦିନ ପରେ ସେ ବି ଗ୍ରହଣ କଲେ
ଆଉ ଖୁସିରେ ହ୍ଵାଟଆପ୍ ନମ୍ୱର୍ ଟି ଦେଲେ
ସବୁବେଳେ ମୋବାଇଲ ହିଁ କରୁଥିଲି କ୍ଲିକ୍
ଫେସବୁକ୍ ଷ୍ଟୋରୀ ଆଉ ହ୍ଵାଟଆପ୍ ଷ୍ଟାଟସ୍ ସବୁ ଦେଲି ରୋମାଣ୍ଟିକ
ଏଥର ସେ ରିଚାର୍ଜ ପାଇଁ ଟଙ୍କା ମାଗିଲେ
ଆଉ ମୋ ଟଙ୍କାରେ ଫ୍ଲିପ୍ କାର୍ଟ୍ ରୁ ସବୁ ସପିଙ୍ଗ କଲେ
ବାପାଙ୍କ ଦେହ ଖରାପ କହି ଅନେକ ଟଙ୍କା ବି ମାଗିଲେ
ମୁଁ କେତେ ଆଶାରେ ଭାବୁଥିଲି ଛୋଟ ଛୋଟ ପିଲା ବି କରିନେବି କେଉଁ ଏକ ଆପ୍ ରୁ ଡାଉନଲୋଡ
ପରେ ଜାଣିଲି ଠକେଇ ଚାଲିଛି
ଏବେ ଦିନ ରାତି ମଦ ରେ ଖାଲି ଓଭରଲୋଡ।
