ଆମରି ସଂମ୍ପର୍କ
ଆମରି ସଂମ୍ପର୍କ
ଆମରି ସଂମ୍ପର୍କ ପ୍ରୀତିର ପ୍ରତୀକ
ସ୍ମୃତିର କବିତା ଟିଏ
ପଢ଼ ବା ନ ପଢ ଲେଖିମୁଁ ଚାଲିବି
ଆଖି ଖୋଲା ଥିବା ଯାଏଁ
ସପନ ଟା ପରା ଖାଲି ଖୁସି ଭରା
ପ୍ରିୟ ତମI ତୁମ ସାଥେ
ସପନ ଭାଙ୍ଗିଲେ ତୁମରି ସ୍ମୃତିକୁ
ମୋର ମନ ଝୁରୁଥାଏ
ଜୀବନ ଟା ପରା ହସ କାନ୍ଦ ଭରା
ସୁଖ ଦୁଃଖ ନଈ ଟିଏ
ସମୟ ସାଥିରେ ଜୀବନର ତରି
ଧୀରେ ଧୀରେ ବୋହୁ ଥାଏ
ତୁମରି ପ୍ରୀତିରେ ତୁମରି ସ୍ମୃତିରେ
ତୁମରି କବିତା ଲେଖେ
ତୁମ ଫେରିବାର ବାଟ ଚାହିଁ ଚାହିଁ
ଆଜିବି ସପନ ଦେଖେ
