STORYMIRROR

kamal kumar dash

Classics

2  

kamal kumar dash

Classics

ଆମରି ସଂମ୍ପର୍କ

ଆମରି ସଂମ୍ପର୍କ

1 min
138

ଆମରି ସଂମ୍ପର୍କ ପ୍ରୀତିର ପ୍ରତୀକ

 ସ୍ମୃତିର କବିତା ଟିଏ

ପଢ଼ ବା ନ ପଢ ଲେଖିମୁଁ ଚାଲିବି

  ଆଖି ଖୋଲା ଥିବା ଯାଏଁ

ସପନ ଟା ପରା ଖାଲି ଖୁସି ଭରା

    ପ୍ରିୟ ତମI ତୁମ ସାଥେ

ସପନ ଭାଙ୍ଗିଲେ  ତୁମରି ସ୍ମୃତିକୁ

    ମୋର ମନ ଝୁରୁଥାଏ

ଜୀବନ ଟା ପରା   ହସ କାନ୍ଦ ଭରା

   ସୁଖ ଦୁଃଖ ନଈ ଟିଏ

ସମୟ ସାଥିରେ   ଜୀବନର ତରି

   ଧୀରେ ଧୀରେ ବୋହୁ ଥାଏ

ତୁମରି ପ୍ରୀତିରେ ତୁମରି ସ୍ମୃତିରେ

 ତୁମରି କବିତା ଲେଖେ

ତୁମ ଫେରିବାର  ବାଟ ଚାହିଁ ଚାହିଁ

   ଆଜିବି ସପନ ଦେଖେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics