STORYMIRROR

DILIP KUMAR SAHOO

Children

4  

DILIP KUMAR SAHOO

Children

ଆମେ କୁନିକୁନି କୁସୁମ କଳି

ଆମେ କୁନିକୁନି କୁସୁମ କଳି

1 min
298

   

     ନୂଆ ଯୁଗ ନୂଆ ସୁନାର ଭାରତେ

        ଆମେ କୁନିକୁନି କୁସୁମ କଳି

     ଆମ କୁନି ହାତେ ଦିଗଚଉଦିଗେ 

     ନୂଆ ରଙ୍ଗ ଆମେ ଯିବୁରେ ବୋଳି ...


    ଆମ ମିଠା ଗୀତ ମଧୁର ସ୍ବରରେ

       ସବୁ ମନ ଆମେ ନେବୁରେ କିଣି

    ନୂଆ ବାଟ ଆମେ ସଭିଙ୍କୁ ଦେଖାଇ

       ସାରା ଦୁନିଆକୁ ଯିବୁରେ ଜିଣି

    ଆମରି ପରସେ ଅନ୍ଧାରୀ ମୂଲକେ

      ଜ୍ଞାନର ଆଲୋକ ଉଠିବ ଜଳି ....


    ଲଢିବୁ ବଢିବୁ ନିଜକୁ ଗଢିବୁ

       ସମୟ ସାଥିରେ ଲଗାଇ ବାଜି

   ସପନକୁ ଆମ ସଜାଇ ଦେବୁରେ

    ନିତି ନୂଆନୂଆ ଠିକଣା ଖୋଜି

  ଆମ କାହାଣୀର ନୂଆ ଚାହାଣୀରେ

     ମହକିବ ମାଟି ମହକ ଢାଳି .....


  ସଉରଭ ବୁଣି ଯଶ ଗଉରବେ

    ବଢାଇବୁ ଆମେ ମାଟିର ମାନ

  ଆମ ସ୍ବାଭିମାନ ସମ୍ପ୍ରତି ସୋପାନ

    ମାଆ ର ସେବାରେ ଦେବୁରେ ଧ୍ୟାନ 

    ଏକତାର ମନ୍ତ୍ର ଗାଇ ଗାଇ ଆମେ

     ଦେଶପ୍ରେମ ଦୀପ ଯିବୁରେ ଜାଳି....

     

     

      


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children