STORYMIRROR

ରୀକ୍ଷିରାମ ମେହେର

Inspirational Children

4  

ରୀକ୍ଷିରାମ ମେହେର

Inspirational Children

ଆମ ଓଡିଶା ଆମେ ଓଡ଼ିଆ

ଆମ ଓଡିଶା ଆମେ ଓଡ଼ିଆ

1 min
204


ଓଡ଼ିଆ ଆମେ ସବୁ

                ଓଡିଶା ପାଇଁ ଆମ ଗର୍ବ ଅନୁଭବ,

ଆମ ଭାଷା ଓଡ଼ିଆ

            ଓଡିଶା ଜନ୍ମ କର୍ମ ଭୂଇଁ ପ୍ରାଣ ଜୀବନ,

ଓଡ଼ିଆ ପୁଅ ଆମେ

              ଓଡ଼ିଆ ଭାଷା ଆମ ପାଇଁ ବରଦାନ,

ଓଡ଼ିଆ ହୋଇ ଓଡ଼ିଆ

             ଭାଷା ପାଇଁ ଆମେ କରୁ ମନେ ଗର୍ବ,

ଓଡ଼ିଆ ସଂସ୍କୃତି ଆମେ

                ସଂସ୍କୃତି ମହାନ ଜଗନ୍ନାଥ ଆରାଧ୍ୟ,

ଆସ ଆମେ ସମସ୍ତେ

              ଆମ ଓଡ଼ିଆ ଭାଷାର ରଖିବୁ ଟେକ,

ଓଡ଼ିଆ ସାହିତ୍ୟ ଭାଷା

         ପରିଚୟ ଦିଏ ଅନେକ ସମ୍ମାନ ଦିବ୍ୟ,

ଓଡ଼ିଆ ଭାଷା ପାଇଁ ଆମେ

              ସମସ୍ତେ ମିଶି ପ୍ରସାର କରିବୁ ଅଜସ୍ର,

ଓଡ଼ିଆ ସଂସ୍କୃତି ଓଡ଼ିଆରେ

          ଲିପିବଦ୍ଧ ଅନେକ ପୋଥି ପୁରାଣ ଶାସ୍ତ୍ର,

କେତେ କେତେ ମୁନି ଋଷି

         ଆଗତ ଭବିଷ୍ୟତ ଓଡ଼ିଆ ଭାଷା ଲେଖି,

ସତ୍ୟ ପ୍ରମାଣିତ କରିଗଲେ

            ତାଙ୍କ ପାଇଁ ଓଡ଼ିଆ ଭାଷା ଭବ୍ୟ ସୃଷ୍ଟି,

ଓଡ଼ିଅ ଭାଷା ଓଡ଼ିଆ ସୃଷ୍ଟି

      ଭବ୍ୟ ସମାହାର ଆମ ପାଇଁ ଆଣିବ କୀର୍ତି,

ତାଙ୍କୁ ଅନୁସରଣ କରି ଆମେ

       ଓଡ଼ିଆ ଭାଷା କୁ ଆମେ ପ୍ରାଧାନ୍ୟ ଦେବା,

ଓଡ଼ିଆ ପୁଅ ଆମେ ସମସ୍ତେ

       ଛାତି ଫୁଲାଇ ନିଜ ଓଡ଼ିଆ ଭାଷା କହିବା,

ସାରା ବିଶ୍ୱରେ ଓଡ଼ିଆ ଭାଷାକୁ

    ବିଶ୍ୱ ଦରବାର ସମ୍ମୁଖେ ଆମେ ପହଞ୍ଚାଇବା,

ବନ୍ଦେ ଉତ୍କଳ ଜନନୀ ସମସ୍ତେ

     ହୃଦୟ ସହ ଆମ ଭାଷାକୁ ବନ୍ଦନା କରିବା,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational