Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Comedy

3  

ତାରାପ୍ରସାଦ ଜେନା

Comedy

ଆଖୁ ବାରି ଖସ ଖସ

ଆଖୁ ବାରି ଖସ ଖସ

1 min
11.8K


ଆଖୁ ବାରି ଖସ ଖସ

ମାଆ ଅସତୀକୁ ଥୋକେ ଲେଖିଲେଣି

ଏ ତ କଳି କାଳ ଦୋଷ !


ଗଡ଼ି ଗଡ଼ି ଗଲା ବାଟି

ସୁରା ସାକୀ ସଙ୍ଗେ ଯତିପାତ ନାଚ

ହାତ ଧରାଧରି କଟି !


ବାଛି ବାଛି ପୋଚା ପାନ

ନିଜ ସଂସ୍କୃତିର ବାନା ଉଡୁନାହିଁ

ପାଶ୍ଚାତ୍ୟର ଚାଲେ ଗାନ !


ଖପ ଖପ ମୀନ ଡିଏଁ

ବାଳିହାଟା ଅଛି ଅନ୍ଧାରି ଖୋପରେ

ଧରା ପଡ଼ିଯିବ ଛାଏଁ !


କଳା କେନ୍ଦୁ କଷ ଛାଟ

ବାଦ ଫାଦ ସବୁ ବାହାର ଖର୍ଚ୍ଚରେ

ଚାଲେ ସବୁ ହଟ କୂଟ !


ଥୁକୁ ଥୁକୁ ଆହା ଛେପ

ମନ ଗଙ୍ଗା ନୁହେଁ ପାପ ଘଡ଼ା ଭରା

ଚିହ୍ନୁନାହଁ ମାଆବାପ !


ଘୁଡୁ ଘୁଡୁ ବିଲି କାମ

ଯେମିତିକି ଅଛି ବଂଶ ବୁନିଆଦି

ସେମିତିକା ନଷ୍ଟ ନାମ !


Rate this content
Log in

Similar oriya poem from Comedy