STORYMIRROR

ବିଦ୍ୟାଧର ପଣ୍ଡା ଲେଖକ

Abstract

2  

ବିଦ୍ୟାଧର ପଣ୍ଡା ଲେଖକ

Abstract

ଆକାଶ

ଆକାଶ

1 min
123

କାହା ପାଇଁ ବିଶ୍ୱାସର ଅନନ୍ତ ପ୍ରତୀକ୍ଷା

ପୁଣି କାହା ପାଇଁ ତୁ ଶେଷ ନିଃଶ୍ବାସ।

ଏତେ ଶୂନ୍ୟସ୍ଥାନ ଛାତି ତଳେ ତୋର

ସାଇତିଛୁ ଅୟୁତ ଯୁଗର ଦୀର୍ଘ ଶ୍ଵାସ!

ଏଇଠି ଖେଳନ୍ତି ନା! ପ୍ରେମୀ ବର୍ଷା ଓ ବାଦଲ

ଅଛପା ପ୍ରେମର କେତେ ବହୃବର୍ଣ୍ଣା ଖେଳ।

ବିଜୁଳି-ରୋଷଣୀରେ ବର୍ଷା ବଧୂ ସାଜେ

ଆକାଶର ଛାତି ଜଳେ ବିରହର ବେଳ!


Rate this content
Log in

Similar oriya poem from Abstract