STORYMIRROR

ବିଦ୍ୟାଧର ପଣ୍ଡା ଲେଖକ

Children

3  

ବିଦ୍ୟାଧର ପଣ୍ଡା ଲେଖକ

Children

ବରଷା କାଳ

ବରଷା କାଳ

1 min
154

ଆକାଶରୁ ଝରେ ଵରଷା ଧାର,

ଧରା ହୋଇଯାଏ ଅତି ସୁନ୍ଦର।


ଖରାଦିନ କଷ୍ଟ ଯାଏ ଉଭେଇ,

ଆମ ଚଉଦିଗ ହସି ଉଠଇ।


ବରଷା ଆସିଲେ ଗରମ କଟେ,

ପାଣି ସୁଅ ଚାଲେ ସଡ଼କ ବାଟେ।


ଚ‌ଉଦିଗେ ଭରେ ବରଷା ଜଳ,

ଖୁସି ମନେ ଚାଷୀ ଫିଟାଏ ହଳ।


ପିଲା ଭାରି ଖୁସି ଏଇ ଋତୁରେ,

ଭସାନ୍ତି ଡଙ୍ଗା ପାଣି ସୁଅରେ।


ଜଳ ପରି ସରଳ ଶିଶୁଙ୍କ ମନ,

ବରଷା କାଳ ତାଙ୍କ ଜୀବନ ଧନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children