STORYMIRROR

Satyaprakash Sethy, M. A(UGC NET)

Inspirational

4  

Satyaprakash Sethy, M. A(UGC NET)

Inspirational

ଆଜି ସବୁଠାରୁ ବଳୀ

ଆଜି ସବୁଠାରୁ ବଳୀ

2 mins
283

ଆଜି” ସବୁଠାରୁ ଗୁରୁତ୍ୱପୂର୍ଣ୍ଣଟି

ଅଟେ ଆମ ଜୀବନର

“ଅତୀତ” ସୁନ୍ଦର ହେଲେ ହୋଇ ପାରେ

“ଭବିଷ୍ୟତ” ଅନ୍ଧକାର।।

ଜୀବନ ଅଳିକ ଆବାହମାନରୁ

ଏହାହିଁ ତ ଧ୍ରୁବ ସତ୍ୟ

ତେଣୁ ବୁଝି କେହି ନିୟନ୍ତ୍ରଣ କରେ

ପ୍ରତ୍ୟେହ ପ୍ରତିଟି କାର୍ଯ୍ୟ।।

ଏ କଥାଟି ଜଣା ପ୍ରତିଟି ସୁଯୋଗ

ଆସଇ ଯାହା ଭବିଷ୍ୟେ

ସ୍ଥିରିକୃତ ଆଜି ନିଜ ଗୁଣ କର୍ମେ

ଉଦ୍ଦେଶ୍ୟ ଓ ଅଭିପ୍ରାୟେ।।

ଅତୀତ ସୁନ୍ଦର ଭବିଷ୍ୟ ସ୍ବପ୍ନିଳ

ଏହି ଦ୍ୱାହି ଦେଇ ଆମେ

ଅତୀତ ହାତରେ କ୍ରୀଡନକ ସାଜେ

ଆଜିକୁ ତ ଭୁଲିଯାଏ।।

ଅତୀତ ଯେବେଟି ଶିକ୍ଷାର ସକାଶେ

ଗୁରୁତ୍ଵ ତ ରଖୁଥିଲା

ଧ୍ୟାନ ଦେଲେ ନାହିଁ ଅଚିରେ ତାହା ତ

ବିନଷ୍ଟ ଯେ ହୋଇ ଗଲା।

ଭବିଷ୍ୟତ ଲାଗି ଦୂରଦୃଷ୍ଟି ଲୋଡ଼ା

ସେତକ ତ ଭଲା ଥିଲେ

ଭବିଷ୍ୟତ ତେଣୁ ଅନିଶ୍ଚିତ ହୁଏ

ଆଜିକୁ ଧ୍ୟାନ ନ ଦେଲେ।।

ଭବିଷ୍ୟତ କିନ୍ତୁ ନିର୍ଭର କରଇ

ଆଜିର କର୍ମ ଉପରେ

ଅତୀତ ସୁନ୍ଦର ଥିଲା କି ନଥିଲା

ଭାବି ଲାଭ ନାହିଁ ନରେ।।

ଅତୀତକୁ କେହି ବଦଳେଇ ନାହିଁ

ହେଉ ପଛେ ଶକ୍ତିଶାଳୀ

ଭବିଷ୍ୟତ ମଧ୍ଯ ଦେଖି ନାହିଁ ଆମେ

ଆଜି ତେଣୁ ମହା ବଳୀ। ।

ଅତୀତ ନୂହେଁ କି ଭବିଷ୍ୟତ ନୂହେଁ

ନାହିଁ କାହା ନିୟନ୍ତ୍ରଣେ

ବର୍ତ୍ତମାନ କିନ୍ତୁ ନିୟନ୍ତ୍ରାଣାଧୀନ

ରଖ ତାକୁ ନିୟନ୍ତ୍ରଣେ।।


Rate this content
Log in

Similar oriya poem from Inspirational