STORYMIRROR

Mamatamanjari Das

Tragedy Others

4  

Mamatamanjari Das

Tragedy Others

ଆଜି ଆସିବ ମୋ ପୁଅ

ଆଜି ଆସିବ ମୋ ପୁଅ

1 min
366

ସବୁଦିନ ଭାବେ ଆଜି ପୁଅ ମୋ ଆସିବ

ଆକାଶର ବିଶାଳ ବୁକୁ କୁ ଚିରି

ହେଲେ ବେଦନା ଶିକ୍ତ ଏ ମାଆ ର ଭାବନା

କେବେ ପହଞ୍ଚେନି ପାଖେ ତାର

ପବନରେ ହୋଇ ତରଙ୍ଗାୟୀତ

ପୁଣି ମୋ ପାଖକୁ ଆସିଥାଏ ଫେରି ।


ଚାହିଁ ଚାହିଁ ପଥ ତୋ'ର ମୁଁ

ସାତଟି ବସନ୍ତ ଆଜି ହେଲାଣି ଅତିକ୍ରାନ୍ତ

ତଥାପି ଥକିନି ଆଖି ମୋର ତୋ'ଅପେକ୍ଷା ରେ

ଝୁରୁଛି ଆଉ ଝୁରୁଥିବି ଏ ମାଟି ମା ପଣତରେ

ଶେଷ ନିଦ୍ରାରେ ଲୋଟିବା ପର୍ଯ୍ୟନ୍ତ ।


ପୁଅ ମୋ ଆଜି ଫେରୁଛି

ଏହି କଥା ଭାବିଦେଲି ଯେବେ

ଟିକି ନିଖି ସବୁକଥା ତୋର ଛାଇ ପରି

ଖେଳିଗଲା ଏ ପାଶାଣ ହୃଦେ ।


ଅଶ୍ରୁ ମୋର ମାନୁ ନାହିଁ

କିଛି ହେଲେ ବାଧା କି ବନ୍ଧନ

ହେଲେ ପୋଛିବାକୁ ହାତ ବା କାହିଁ

ପୋଛି ଦେବ ଏ ମାଆ ର ଅଶ୍ରୁଶିକ୍ତ ନୟନ ।


ମୁଁ ଜାଣିଛି ଧନ

ତୁ 'କେବେ ହେଲେ ଆଉ ଫେରିବୁନି

ତଥାପି ଏ ଅବୁଝା ମନକୁ ବୁଝାଇ ପାରୁନି

ସ୍ୱପ୍ନରେ ରଚୁଛି ତୋ'ସହ ଲୁକା ଛୁପି ଖେଳ

ଶୂନ୍ୟ ରେ ଏ ଶୂନ୍ୟ ଆଖି ଭାବନାରେ ପହଁରି ଯାଇ

ଚିତ୍ର ଟିଏ କରି ତୋର ଅବୟବ

ତୋତେ କରିଥାଏ ମନ ଇଚ୍ଛା ଗେଲ ।


ଯା'ଆଖିରେ ସ୍ୱପ୍ନ ନାହିଁ

ନିଦ ତାକୁ ଆସିବ କୁଆଡୁ

ସେଥିପାଇଁ ସାରା ରାତି ରହି ଉଜାଗରେ

ଗପେ ତୋ' ସାଥିରେ ଇଆଡୁ ସିଆଡୁ 

ବାପା ତୋ' କହନ୍ତି ପାଗଳୀ ଟେ ମୋତେ

ତଥାପି ଆଖିମୋ ବିନିଦ୍ର ରହି

ଚାହିଁ ଥାଏ ତୋର ଆସିବା ପଥକୁ ।



Rate this content
Log in

Similar oriya poem from Tragedy