Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଆହତ ଚଢେଇ

ଆହତ ଚଢେଇ

1 min
137



ଫୁଲ ପରି ମନୋହର

ଆହତ ଚଢେଇ

ଫୁଲ ସମ ସୁକୁମାର ।


କରିନାହିଁ ଜ୍ଞାତସାରେ

ଅନିଷ୍ଟ କାହାର

ସୁକୋମଳ ହୃଦ ତାର ।


ତୋଭଳି ସୁନ୍ଦର ଜୀବେ

ହିଂସା ଯେ ଆଚରେ

ଅତି ଅସୁନ୍ଦର ।


ସେହିଟିପିଶାଚ ସେହି

ଦାନବ ବିଶ୍ବରେ

ପାପୀ ଦୁରାଚାର ।


ଆହତ ଚଢେଇ ତୁହି

ଉଡିଆ ମୋ ପାଶେ

 ବିହଂଗ ବର ସୁନ୍ଦର ।


ଚାରୁ ଚଂଚୁପୁଟତୋର

ଖୋଲ ଅକାତରେ

କିଛି ସଂକୋଚ ନକର ।


ସ୍ନେହରେ ସନ୍ତାନ ସମ

ବସିକୋଳେ ମୋର

କହିଯା କଥା ତୋର ।


ବୁଝିଦେବି ତୋର କଥା

ଚିନ୍ତାଲେଶ କର

ମୁକ୍ତେ ଉଡିବୁ ବନର ।


ତୋ ପକ୍ଷ ପୁଟରେ ପକ୍ଷୀ

ମୋ କର ପ୍ରକ୍ଷାଳି

ହେବି ଆନନ୍ଦ ବିଭୋର ।


ଗାଆତୁ କୁଜନ ଗୀତି

ତୁହାଇ ତୁହାଇ

ପକ୍ଷ ତୁ ବିସ୍ତାର କର ।


ଆହାକି ସୁନ୍ଦର ଯାଣେ

ତୋହର ଜୀବନ

ଏହି ମର ଧରିତ୍ରୀର ।


ଦୁଃଖର ସ୍ବପନ ହେବ

କି ଅମୃତ ଝର

ଭଲ ହୁଅ ଜଗତର ।


ଆହତ ଚଢେଇ କିଆଁ

ମନରେ ବିଷାଦ

ତୁମେ ଭଲ ଉଡିପାର ।


ତୁମେ ହୋଇଯାଅ ସଖା

ମୋହରି ସାଥିରେ

ଉଦବିଗ୍ନ ହେବ ଦୁର ।



Rate this content
Log in

Similar oriya poem from Inspirational