STORYMIRROR

Sambit Srikumar

Inspirational

4.3  

Sambit Srikumar

Inspirational

ଆହ୍ଵାନ

ଆହ୍ଵାନ

1 min
277



ଆଉ କେତେ ଦିନ ଏମିତି ଆମେ ଆଙ୍କୁଥିବା

ଖିଆଲି ବିଳାସୀ ଚିତ୍ର କାନଭାସ୍ ଛାତିରେ

ଗଢୁଥିବା କଳ୍ପନାର ନଭଶ୍ଚୁମ୍ବୀ ଇମାରତ

ପ୍ରେୟସୀର ରୂପକାନ୍ତିର ମୁଖର ବର୍ଣ୍ଣନାରେ 

ପ୍ରେମ ପ୍ରଣୟ ପରିଣୟ ପ୍ରତାରଣାର ବ୍ୟାଖ୍ୟାନ

ଶ୍ରାବଣ ଫଗୁଣ ଅଶିଣ ନିଦାଘ ଚର୍ବିତ ଚର୍ବଣ !!


ଦେଖ ଥରେ ପାଣ୍ଡୁର ଜୀବନର ବିକଟାଳ କଳ୍ପ

କି ନାରଖାର ହୁଏ ଏଠି ନିଷ୍ପାପ ମାଟିର ମଣିଷ

କ୍ଷଣିକ ଉନ୍ମାଦନାରେ ଧରା ପାଲୋଟୁଛି ଧ୍ୱଂସସ୍ତୁପ

ବିପନ୍ନ ମଣିଷପଣିଆ ଲୁପ୍ତ ମାନବୀୟ ମୂଲ୍ୟବୋଧ

ଦରଦୀ କାନ ଡେରି ଶୁଣିବାକୁ ବାରେ ଚେଷ୍ଟାକର 

କଙ୍କାଳସାର ବୁଭୁକ୍ଷୁ ଜନତାର ବିକଳ ଆର୍ତ୍ତ ଚିତ୍କାର !! 


ଲେଖନୀ ମୁନରୁ ଝଙ୍କୃତ ହେଉ ପରିବର୍ତ୍ତନର ସ୍ୱର 

ଶାନ୍ତି ପ୍ରୀତି ମୈତ୍ରୀରେ ହସି ଉଠୁ ସମଗ୍ର ସଂସାର !! 



Rate this content
Log in

Similar oriya poem from Inspirational