STORYMIRROR

ABADHOOT PANDA

Classics Inspirational

4  

ABADHOOT PANDA

Classics Inspirational

ଆଦିମାତାଙ୍କ ବାତ୍ସଲ୍ୟ ପ୍ରେମ

ଆଦିମାତାଙ୍କ ବାତ୍ସଲ୍ୟ ପ୍ରେମ

3 mins
218

 

ଜନନୀ ରୂପେ ମାତେ ଦେଇଥିଲୁ ଦିନେ ଜନମ

ଗୋଟିଏ ପିଲାକୁ ଅଷ୍ଟାଦଶ ଶତାବ୍ଦୀରେ ଆମ

ଉତ୍କକ ଭୂମିକୁ କରି ଆଲୋକିତ ଦେଇ ପୁଣ୍ୟକରମ

ବାଗଦେବୀଙ୍କ ବରପୁତ୍ର ରୂପେ ଜାଗ୍ରତ କରି ଧରମ


ଦଶଟି ବରଷ ଚଖାଇ ମାତୃ ସ୍ନେହ ମମତାର ସୁଆଦ

ବୁଜିଦେଲେ ମା ଆଖି ଦେଇ ଜିମା ତାକୁ ସ୍ୱବୁନିୟାଦ

ବାପା ଜେଜେ ବାପା ଢାଳି ମୁଣ୍ଡେ ତାର ପ୍ରେମ ପସରା

ଶଶୀ କଳା ପରି ବଢ଼ି ଚାଲିଲା ଯେମିତି ସରଗ ତରା


ଜେଜେ କାଳୀଭକ୍ତ ବାପା ଶିବ ଭକ୍ତ କର୍ମେ ଧୁରନ୍ଧର

ପ୍ରତ୍ୟକ୍ଷ ମାତାଙ୍କ ବର ପୁତ୍ର ସେମାନେ ଅତି ବିଚକ୍ଷଣ

ପିଲାଟିକୁ ପାଳି ଚାଲିଲେ ଅତି ସରାଗେ ମାଙ୍କ ସଦୃଶ

ନିରାମିଷ ଫଳମୂଳ ଖାଦ୍ୟ ଖୁଆଇ, କଲେ ନୀତିର ଦାସ


ଦିନକର ଘଟଣା ପିଲାଟିର ଜୀବନକୁ କରିଥିଲା ମହତ

ସେଦିନ ଜ୍ୱରାକ୍ରାନ୍ତ ହୋଇଥିଲେ ଜେଜେ ତାର ବହୁତ

ଭୋକିଲା ପେଟକୁ ଆଉଁସି ଡାକିଲେ ମା କାଳୀଙ୍କୁ ସତତ

ଥିଲେ ସେ ଭକ୍ତ ଶିରୋମଣି ମାତାଙ୍କ ସେବକ ଅବିରତ


ଡାକିଲେ ନାତିକୁ, "ଆରେ ବଳିଆ ଏଠିକି ଟିକେ ଆସତ"

"କାହିଁକି ଡାକିଲ ଜେଜେ ଖରାବେଳେ ମତେ ଟିକେ କୁହତ "

ନାତି ଉତ୍ତର ଶୁଣି ଜେଜେ ଭଣିଲେ," ଆଜି ମତେ ଜର ବହୁତ

ଗୋରସ ରଖିଛି କଂସା ବେଲାରେ ଶୀଘ୍ର ଲାଗି କରି ଆଣ ତ!"


ଜେଜେଙ୍କ ଆଦେଶ ମାନି ବଳିଆ ଧାଇଁଗଲା ମାତୃ ମନ୍ଦିରେ

ଖରପର ଧାରିଣୀ ଜିହ୍ୱା ବିଲମ୍ବିନୀ ମାତା ଶ୍ୟାମାଙ୍କ ଦୁଆରେ

ହାତେ ଧରି ଦୁଗ୍ଧ ଭାଣ୍ଡ ପହଡ଼ କବାଟ ଠେଲି ଦେଇ ସଜୋରେ

କହିଲା ମାତାଙ୍କୁ," ମାତେ କ୍ଷୀର ତମ ପାଇଁ ଆଣିଛି ଏ ବେଲାରେ


ଜେଜେ ପଡ଼ିଛନ୍ତି ଭୀଷଣ ଜ୍ୱରେ ପଠାଇଲେ ମତେ ତୁମ ପାଖକୁ

ଚାଖ ତୁମେ ଆଗ ପିଇବେ ପଛେ ଆମ ଜେଜ ଏତକ ତୋଷି କ୍ଷୁଧାକୁ

ସକାଳୁ ଜେଜ ଆମ ଅଛନ୍ତି ଭୋକିଲା ଅପେକ୍ଷାରତ କ୍ଷୀର ପିଇବାକୁ

ନକର ଆଉ ଡେରି ମାତ କରି ଭୋଗ ସ୍ୱୀକାର ମତେ ଦିଅ ଯିବାକୁ "


ବଡ଼ ଆଚମ୍ବିତ ବିଶ୍ୱ ଜନ ବିସ୍ମିତ ଦେଖିଶୁଣି ମା କାଳୀଙ୍କ କରୁଣା

ଭକ୍ତଡୋରେ ବନ୍ଧା ମାତା ସଦା ପିଇଦେଲେ ସବୁ କ୍ଷୀର ନକରି ମନା

ଖାଲି ଦୁଗ୍ଧ ଭାଣ୍ଡ ଦେଲେ ବଢ଼ାଇ ବଳିଆ ହସ୍ତେ କଲେନି ଡେରି ଜମା

କ୍ଷୀର ଶୂନ୍ୟ ପାତ୍ର ନେଇ ଦେଲା ଜେଜେଙ୍କୁ ଧାଇଁ ଯାଇ ବଳିଆ ନନା


ଖୋସିଦେଲେ ଆଖି ଜେଜେ ଭାଣ୍ଡଟି ଦେଖି ପଚାରିଲେ, " କିରେ

ବଳିଆ କିକଲୁ କହ ମୋ କ୍ଷୀର କଣ ଖାଇ ଆଜି ମୁଁ ଧରିବି ପ୍ରାଣ

ହେଲୁଣି ତୁତ ବଡ଼ ଚଗଲା ଢାଳି ଦେଇ ଆସିଲୁ ସେରେ କ୍ଷୀର କଣ

ଆସୁ ତୋ ବାପ ଆଜି କହିବି ତା ଆଗେ ତୋର ବିଷନପାତି ଗୁଣ ।


ଥୋଇବ ଗୋପାଳି ତୋ ପିଠିରେ ଛଡ଼ାଇ ତୋ ଖେଳପାଳିଆ ଗୁଣ

ନାଇଁ ଜେଜେ ମୁଁ କିଛି କରିନି ସବୁ କ୍ଷୀର ଦେଲେ ଆମ ମା ପିଇ

କହିଲେ ଜେଜକୁ ଯା କହିଦେ ଭୋକ କଲାରୁ ମା ଦେଲେ ସବୁ ପିଇ

ମୋର ଦୋଷ କଣ କାହିଁକି ମତେ ଦଉଛ ଗାଳି ମୁଁ କ୍ଷୀର ପିଇ ନାହିଁ ।


ବଳିଆ ବଚନେ ଆଖି ହେଲା ଖୁସି ଜେଜେଙ୍କର କହିଲେ ଜେଜେ

ଗଡ଼ାଇ ଆଖିରୁ ଲୁହ, " ଆରେ ବଳିଆ ତୁ ତ ବଡ଼ କପାଳିଆ ଯେ

ମୋ ହାତୁ ଦିନେ ହେଲେ ପିଇ ନାହାନ୍ତି ମା କାଳୀ କ୍ଷୀର ମଉଜେ

ମାତ୍ର ତୋ ହାତୁ ପିଇ କ୍ଷୀର ରଖିଲେ କିର୍ତ୍ତୀ ତୋର ଯୁଗ ସୁସାଜେ ।


ଯା ବଳିଆ ଆଉଥରେ ଶ୍ୟାମା କାଳୀ ମନ୍ଦିର, ଗୁହାରି ଜଣା ଶୀଘ୍ର

କଣ ପିଇବେ ଜେଜ ମୋର ତୁ ତ ପିଇ ଦେଲୁ ଆଜି ସବୁ କ୍ଷୀର

ଜେଜେ ମୋ ରହିଲେ ଆଜି ଉପାସେ ସେ ଯେ ପ୍ରିୟ ଭକ୍ତ ତୋହର

ତୁ ବୁଝ ତାଙ୍କ କଥା ମୁଁ କିଛି ଜାଣିନି ଅଜ୍ଞାନ ବାଳୁତ ନାତି ତାଙ୍କର ।


ଜେଜେଙ୍କ ନିର୍ଦ୍ଦେଶ ବଳିଆ ମାନି ସତ୍ୱର ଧାଇଁ ଗଲା ପୁଣି ମନ୍ଦିର

ଜଣାଇଲା ରୋଗୀ ଜେଜେଙ୍କ ବାରତା ତା'ର ଆଣିବାକୁ ସେ କ୍ଷୀର

ବସିଲା ଦେବୀଙ୍କ ସମ୍ମୁଖେ ଚେକାମଲି ଆସନେ ରଖି କ୍ଷୀର ବେଲାଟି

ଦେଖିଲା ବଳିଆ ଦେବୀ ମୁକ୍ତ କଲେ ବସନ ନିଜ ବକ୍ଷଉପରୁ ଝଅଟି ।


ଦେବୀ ମାତାଙ୍କ ଉନ୍ନତ ବକ୍ଷଜ ଅଗ୍ର ଭାଗରୁ ଝରିଲା ସ୍ୱତଃ କ୍ଷୀର

ଝର ଝର, ଦେଖାଇଦେଲା ବଳିଆ ତା ଶୂନ୍ୟ ଭାଣ୍ଡ ଅତି ଶ୍ରୀଘ୍ର 

ବେଲାଟି ହୋଇଣ ସମ୍ପୂର୍ଣ୍ଣ ଖାଣ୍ଟି ମାତୃ-ଅମୃତ-ସ୍ତନେ ପଡ଼ିଲା ଉଛୁଳି

କହିଲେ କଥା ମାତା, " ପୁଅ ବଳିଆ ନେଇଯାଅ ମୋ ନିଜ କ୍ଷୀର

ପିଆ ଜେଜେଙ୍କୁ ତୋର ନକରି ଡେରି ଉପାସେ ବସିଛି ପୁଅ ମୋର ।"


ବନ୍ଦ କରି ମନ୍ଦିର କବାଟ ଫେରି ଆସିଲା ବଳିଆ କ୍ଷୀର ହାତେ ଧରି 

ଜେଜେଙ୍କୁ ଦେଲା ବଢ଼ାଇ, "ପିଅ ଜେଜେ ମା ଦେଇଛନ୍ତି ବେଲା ଭରି

ଶୁଣି ବଳିଆ ଗିର କହିଲେ ଜେଜେ, " ଆରେ ବଳିଆ ତୁ ସତେ ଭାଗ୍ୟବାନ, ନିଜେ କାଳୀ ମା ମୋର ଫେରାଇ ଦେଲେ ପିଆ କ୍ଷୀର

ନିଜ ସ୍ତନରୁ କାଢ଼ି ସତ୍ୱର, ଦେଖିନି କେବେ ସେ ଦୃଶ୍ୟ ମୁଁ ମାତର ।


ହୋଇ ତାଙ୍କ ବଡ଼ ସେବକ ଆଉ ଭକ୍ତ ବରିଷ୍ଠ ଯାହା ତୁ ଦର୍ଶନ କଲୁ

ଆଜି ପବିତ୍ର ହେଲା ମୋ କର୍ଣ୍ଣ ଶୁଣି ମାଙ୍କ ଅଦ୍ଭୁତ କରମ ତୋ ଠାରୁ

ଲୋଡ଼ା ନାହିଁ ମୋର ଆଉ କ୍ଷୀର ଭରିଗଲା ମୋ ପେଟ ଏଥର ନାତି

ପିଇଦେ ସେହି ସ୍ନେହୀ ମାତାଙ୍କ ସ୍ୱବକ୍ଷଜ ଦୁଗ୍ଧ ନକରି ମନେ ଭ୍ରାନ୍ତି ।"


ପିଇଦେଲା ସବୁତକ କ୍ଷୀର ବଳିଆ ଜେଜେଙ୍କ ବୋଲ ମାନି ଘରେ

ବଡ଼ ହୋଇ ଗଲା ସେହି ବଳିଆ ଯଶ ରଖିଲା ଦିନେ ଦୁନିଆରେ

"ବଳିଆ"ରୁ "ବଳଦେବ ରଥ " ନାମରେ ହେଲା ପରିଚିତ ଉତ୍କଳରେ

ଲଭି "କବିସୂର୍ଯ୍ୟ"ଉପାଧି ମଗ୍ନ ହେଲେ ଚିର ସାରସ୍ୱତ ସାଧନାରେ ।


ବଡ଼ଖେମୁଣ୍ଡି ଗାଁରୁ ଜନମି ସାହିତ୍ୟ ଜଗତେ ରଖିଲେ ଅଖଣ୍ଡ କିରତି

ମାତା ଆଦ୍ୟା ଶକ୍ତିଙ୍କ ଅପାର କରୁଣାରେ ହେଲେ ବଳିୟାନ ମୂରତି

ସେହି ଆମ କବିସୂର୍ଯ୍ୟ ଉତ୍କଳର ବରିଷ୍ଠ ସାରସ୍ୱତ ସାଧକ ଶିରୋମଣି 

ଭୁଲି ନାହାନ୍ତି ଆଜି ଓଡ଼ିଆ ସାହିତ୍ୟ ପାଠକେ ତାଙ୍କ ଗୁଣ ଭଣି ଭଣି ।

             


Rate this content
Log in

Similar oriya poem from Classics