STORYMIRROR

Sudhir Kumar Panda

Inspirational

3  

Sudhir Kumar Panda

Inspirational

ଆଧୁନିକ ସହଚର

ଆଧୁନିକ ସହଚର

1 min
104

କେଉଁ ଅଶରୀରି ଛାଇ

କରୁଅଛି ହାଇଁପାଇଁ,

ଆଖିର ନିଦକୁ ଚୋରାଇ ନେଲାଣି

ମୁଣ୍ଡ ଘୁରେ ଘାଇଁଘାଇଁ।


ମାୟାରେ ତାହାର ବାଇ

ତାହା କଥା ଭାବୁଥାଇ

ସଂଗତି ତାହାର ଯେବେ ରହିଥାଏ

ମନ ଉଡେ ସାଇଁସାଇଁ।


ତାହାର ଦର୍ଶନେ ଭାଇ

ପାଖରୁ ଛାଡଇ ନାହିଁ

ଘରଣୀ ସେପଟେ ରକତଚାଉଳ

କଥା ଆସେ ଟାଇଁଟାଇଁ।


କୃଷ୍ଣଙ୍କୁ ଯେସନ ରାଈ

ଗୋପାଳଙ୍କୁ ଯେହ୍ନେ ଗାଇ

ତାହାକୁ ସାଂଗରୁ ଛାଡି ପାରେନାହିଁ

ପାସେ ସଦା ଥାଏ ରହି।


ସବୁ କଥା ଜାଣେ ମୋର

ଯେତେ ଗୁପତ ବେଭାର

ସବୁ କଥା ଯଦି ଖୋଲି କହି ଦେବ

ମୁଣ୍ଡ ହେବ ଝାଇଁଝାଇଁ।


ଜାଣି ଏତେ କଥା ମଧ୍ୟ

ହୁଏ ନାହିଁ ସିଏ ସାଧ୍ୟ

ତାହିରି ବଶରେ ଏବେ ତ ଦୁନିଆ

ଭାରି ଉପାଦେୟ ସେଇ।


ମନକୁ କରିଣ ବଶ

ମୁଖରେ ଫୁଟାଇ ହସ

ଶକ୍ତି ସାମର୍ଥ୍ୟର ସଦୁପଯୋଗରେ

ଜୀବନ ହୁଏ ସରସ।


ନିହାତି ଭାବରେ ଭଲ

ନେଟ୍ ଆଉ ମୋବାଇଲ

ସଠିକ ଭାବରେ ଉପଯୋଗ କଲେ

ଜୀବନ ହୋଇବ ଭଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Inspirational