ଆବର୍ତ୍ତର ସ୍ୱର
ଆବର୍ତ୍ତର ସ୍ୱର
ମାତା ଚାହେଁ ସଂଘର୍ଷ ଭିତରେ
ବଞ୍ଚିରହୁ ସନ୍ତାନ ତାହାର
ବାପାଙ୍କର ଭିର୍ନ୍ନ ସ୍ୱର କଥା ଏକାନ୍ତର
ସମାନ୍ତରାଳ ସରଳ ରେଖା ଦୁହେଁ
ମିଶନ୍ତି ହସନ୍ତି ଗଢ଼ାନ୍ତି ତାଜମହଲ
ଛେଦକର ଦୁଇପାର୍ଶ୍ୱ ଭିତର ବାହାର
ଗାଣିତିକ ସୂତ୍ର ହୁଏ ମିତ୍ର ସାହିତ୍ୟ ସିନ୍ଥିର
ଭାଷା ପରି ଭିର୍ନ୍ନ ଭିର୍ନ୍ନ ଶବ୍ଦ ସ୍ୱର ଲୟ ତାଳ ଥାଇ
ଯିଏ ଯେଝା ବାଟେ କଥା ସେଇ ଏକା କାଳାନ୍ତର
ମୋ ଭାଷାକୁ ମୁଁ ଭଲପାଏ ଯେତେ
ତା ଭାଷାକୁ ସେ ଭଲପାଏ ସେତେ
ଅର୍ଥ ସରଳାର୍ଥ ଏକା କିନ୍ତୁ ଦୁଇ ଖଣ୍ଡା ଧାର
କେଜାଣି କେମିତି ଏ ସୃଷ୍ଟି ଓ ଇଶ୍ୱର
ସର୍ଜ୍ଜନା ତାଙ୍କର
କିବା ବେଭାର କିଏ ଜାଣେ ସେ ଅମୃତ ଝଙ୍କାର
ଆଶା ଅବା ନିରାଶାର ଅଫୁରନ୍ତ ଜୁଆର
କେବେ ଫଲ୍ଗୁ କେବେ କୁଜ୍ଜଟିକା କୁହୁଡି ଚାଦର
ତାରି ଭିତରେ ଜୀବନର ରେଣୁ ରେଣୁ
ଜଞ୍ଜାଳ କର୍ତ୍ତବ୍ୟ ଆଚାର ବେଭାର
କିଏ କେବେ ଆବର୍ତ୍ତରେ ଦୁରଗ୍ରହ
ଅବା ନିରୁଦିଷ୍ଟ ହେଲାପରେ
ଆବର୍ତ୍ତର ନିବୃତ କକ୍ଷରୁ ଶୁଭେ
ଶୁଭମସ୍ତୁ ଶୁଭମସ୍ତୁ ବାରବାର ବରାବର ।
