STORYMIRROR

Sunanda Mohanty

Abstract Tragedy Thriller

3  

Sunanda Mohanty

Abstract Tragedy Thriller

ଆବର୍ତ୍ତର ସ୍ୱର

ଆବର୍ତ୍ତର ସ୍ୱର

1 min
164

ମାତା ଚାହେଁ ସଂଘର୍ଷ ଭିତରେ

ବଞ୍ଚିରହୁ ସନ୍ତାନ ତାହାର

ବାପାଙ୍କର ଭିର୍ନ୍ନ ସ୍ୱର କଥା ଏକାନ୍ତର

ସମାନ୍ତରାଳ ସରଳ ରେଖା ଦୁହେଁ

ମିଶନ୍ତି ହସନ୍ତି ଗଢ଼ାନ୍ତି ତାଜମହଲ

ଛେଦକର ଦୁଇପାର୍ଶ୍ୱ ଭିତର ବାହାର

ଗାଣିତିକ ସୂତ୍ର ହୁଏ ମିତ୍ର ସାହିତ୍ୟ ସିନ୍ଥିର

ଭାଷା ପରି ଭିର୍ନ୍ନ ଭିର୍ନ୍ନ ଶବ୍ଦ ସ୍ୱର ଲୟ ତାଳ ଥାଇ

ଯିଏ ଯେଝା ବାଟେ କଥା ସେଇ ଏକା କାଳାନ୍ତର

ମୋ ଭାଷାକୁ ମୁଁ ଭଲପାଏ ଯେତେ

ତା ଭାଷାକୁ ସେ ଭଲପାଏ ସେତେ

ଅର୍ଥ ସରଳାର୍ଥ ଏକା କିନ୍ତୁ ଦୁଇ ଖଣ୍ଡା ଧାର

କେଜାଣି କେମିତି ଏ ସୃଷ୍ଟି ଓ ଇଶ୍ୱର

ସର୍ଜ୍ଜନା ତାଙ୍କର

କିବା ବେଭାର କିଏ ଜାଣେ ସେ ଅମୃତ ଝଙ୍କାର

ଆଶା ଅବା ନିରାଶାର ଅଫୁରନ୍ତ ଜୁଆର

କେବେ ଫଲ୍ଗୁ କେବେ କୁଜ୍ଜଟିକା କୁହୁଡି ଚାଦର

ତାରି ଭିତରେ ଜୀବନର ରେଣୁ ରେଣୁ

ଜଞ୍ଜାଳ କର୍ତ୍ତବ୍ୟ ଆଚାର ବେଭାର

କିଏ କେବେ ଆବର୍ତ୍ତରେ ଦୁରଗ୍ରହ

ଅବା ନିରୁଦିଷ୍ଟ ହେଲାପରେ

ଆବର୍ତ୍ତର ନିବୃତ କକ୍ଷରୁ ଶୁଭେ

ଶୁଭମସ୍ତୁ ଶୁଭମସ୍ତୁ ବାରବାର ବରାବର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract