STORYMIRROR

Tapaswini DashSarangi

Romance

4  

Tapaswini DashSarangi

Romance

ଆ ଜହ୍ନରେ ତୋଳିବା ଘର

ଆ ଜହ୍ନରେ ତୋଳିବା ଘର

1 min
246

ସେଦିନ ତଟିନୀ ତଟରେ ଦେଇଥିବା ପ୍ରତିଶ୍ରୁତି

ଜହ୍ନ ତୋଳି ଆଣିବାର ଅଙ୍ଗୀକାର ହେଉ

ବା ଜହ୍ନରେ ଘର ତୋଳିବାକୁ ଭରିଥିବା ଇଛା

ଆଜି ଲେଶ ମାତ୍ର ଆଶା ସଞ୍ଚାର ହୋଇଛି ଏ ମନ ଭିତରେ।


ସତରେ ସାଥୀ କହିଥିଲ ମୋତେ ସେ 

ଜହ୍ନ ଜୋଛନାର ଚାଦରକୁ ସାକ୍ଷୀ ରଖି

ତୋଳିବା ପାଇଁ ଏକ ନଅର 

ହେଲେ ସେଦିନ ଭାବିଥିଲି ବୋଧେ ଏହା ଏକ ପ୍ରଲୋଭନ

ଏହା ଏକ ପ୍ରୀତିମୟ ପରିବେଷ୍ଟନୀରେ ଆବେଗଭରା ବାର୍ତ୍ତା।


ମୁଁ ବୋଧ ହୁଏ ବୁଝି ନଥିଲି ତୁମ ପ୍ରତିଜ୍ଞାବଧ ଉକ୍ତିକୁ।

ଜାଣି ନଥିଲି ତୁମେ ଏତେ ବଦ୍ଧପରିକର ବୋଲି

ଆଜି ସେଇ ଜହ୍ନ ମୋତେ ଦେଖି ହସୁଛି

ଆଉ କହୁଛି ଦେଖ୍ ମୁଁ ତୋ ସାଥୀର ଅଦମ୍ୟ ଇଛାକୁ ପୂରା କରିବି।

ତା'ହେଲେ କଣ ସେ ଜହ୍ନ ମୋ ଠାରୁ ତୁମକୁ ଏତେ ଭଲ ପାଉଛି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance