Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Abstract Crime Others

4.0  

Anita Jena

Abstract Crime Others

ବନ୍ଦ୍ ଘର ର ଆର୍ତ୍ତ ଚିତ୍କାର

ବନ୍ଦ୍ ଘର ର ଆର୍ତ୍ତ ଚିତ୍କାର

4 mins
178



 

   ଆଜି ମୋହନ ବାବୁ ଭାରି ଖୁସି, ସକାଳୁ ଶୀଘ୍ର ଉଠି ଯାଇ ବାହାରି ପଡିଲେଣି ନିଜର ନୂଆ ଜାମା ପିନ୍ଧି । କାହିଁ କେତେ ଦିନ ପରେ ଯାଉଛନ୍ତି ଝିଅ ରୋଜା ଘରକୁ । ରାଧୁଆ କୁ ବଜାର ପଠେଇ ଭଲ କିସମର ମିଠେଈ ଆଣିଛନ୍ତି ଆଉ ରବି ସାହୁ ବିଲ କୁ ଯାଇ ତାଜା ତାଜା ପନି ପରିବା ସାଙ୍ଗ ରେ ଆଣିଛନ୍ତି । ଖୁସି ରେ ଗୋଡ଼ ଆଉ ତଳେ ଲାଗୁ ନାହିଁ । ଏଇ ଆଠ ମାସ ହବ ଝିଅ କୁ ବାହା ଦେଇଛନ୍ତି ସେ ବି କୋଟିପତି ଘରେ । ଜ୍ୱାଇଁ ଘର ଭାରି ଥିଲା ବାଲା । ବାହାଘର ବେଳେ କେତେ ଲୋକ କେତେ କଣ କହିଲେ , କିଏ କହିଲା ପରିବାର ଟା ଭାରି ଖରାପ୍ , ଗୁଣ୍ଡା ଗର୍ଦି କରନ୍ତି , ବାହାଘର କର ନାହିଁ , ହେଲେ ମୋହନ ବାବୁ ଭଲ କରି ଶୁଣେ ଇ ଦେଇ ଥିଲେ ସମସ୍ତ ଙ୍କୁ । କହିଲେ ଏ ଲୋକ ଗୁଡା ଜମା ଭଲ ନୁହେଁ ମୋ ଝିଅ ର ଖୁସି ଦେଖୁ ପାରୁ ନାହାଁନ୍ତି ବୋଲି ବାହାଘର ଭାଙ୍ଗି ଦେଉଛନ୍ତି । କାହାରି କଥା କୁ କର୍ଣ୍ଣପାତ କଲେ ନାହିଁ ମୋହନ ବାବୁ । ଜ୍ୱାଇଁ ଆସିଲା ବାହାଘର ଦିନ , ରାଜା ଭଳି ଘୋଡ଼ା ଗାଡ଼ି ରେ ଚଢି , ସେଦିନ ମୋହନ ବାବୁ ଙ୍କ ଖୁସି କହିଲେ ନ ସରେ । ଆଉ ତା ଠୁ ତ ବେଶୀ ଖୁସି ସେ ଆଜି ଜଣା ପଡ଼ୁଛନ୍ତି ଝିଅ ଘରକୁ ବାହାରିଛନ୍ତି ବୋଲି । ଗାଡ଼ି ଆସି ଘର ଆଗରେ ଠିଆ ହେଲା । ଜିନିଷ ପତ୍ର ସବୁ ଗାଡ଼ି ରେ ଲଦି ଦେଇ ମୋହନ ବାବୁ ଚାଲିଲେ ଝିଅ ଘରକୁ । ମନରେ ଏକ ଅଲଗା ଖୁସି । ଏତେ ଦିନ ପରେ ଯାଇ ଝିଅ କୁ ଦେଖିବେ , ଏବେ ତ ଝିଅ ଗର୍ଭବତୀ ଅଛି , ଆଗକୁ ନାତି ଟିଏ କି ନାତୁଣୀ ଟିଏ ଆସିବ ଆଉ ଅଜା ଅଜା ବୋଲି ପଛରେ ଗୋଡ଼େଇ ଯିବ। ଏ କଥା ଭାବି ଭାବି ମନେ ମନେ ହସୁ ଥାନ୍ତି ମୋହନ ବାବୁ ଗାଡ଼ି ରେ ବସି । ଝିଅ ଜ୍ୱାଇଁ ଆସି ପାଛୋଟି ନେବେ ପହଞ୍ଚୁ ପହଞ୍ଚୁ, ସମୁଦୀ ବଜାର ଯାଇ କେତେ କଣ ଖାଇବ ଜିନିଷ ନେଇ ଆସିବେ , ଏ ସବୁ ଭାବି ଦେଉଛନ୍ତି ମଝିରେ ମଝିରେ । 

   କିଛି ସମୟପରେ ଗାଡ଼ି ଯାଇ ଲାଗିଲା ଝିଅ ଘର ଦୁଆର ମୁହଁ ରେ ।ତରତର ହୋଇ ସବୁ ଜିନିଷ ଓହ୍ଲେଇ ଦେଲେ ଗାଡ଼ି ରୁ ମୋହନ ବାବୁ । ସ୍ତ୍ରୀ ଦେଇ ଥିବା ପାଟ ଶାଢ଼ୀ କୁ କାଖ ରେ ଜାକି ଦେଇ ଦି ହାତ ରେ ଦି ବ୍ୟାଗ୍ ଭର୍ତି ଜିନିଷ ନେଇ ଗେଟ୍ ଭିତରକୁ ଗଲେ । ହେଲେ ଏ କଣ ? ଏ ଗେଟ୍ ପାଖରେ ଏତେ ଲୋକ ରୁଣ୍ଡ ହେଇଛନ୍ତି କଣ ପାଇଁ ? ଭିତରକୁ ଗଲେ ମୋହନ ବାବୁ , ପାଦ ତଳୁ ଖସି ଗଲା ମାଟି, ଦି ହାତ ରୁ ଖସି ଗଲା ବ୍ୟାଗ୍ ଯୋଡ଼ିକ । ଲଥ କିନା ବସି ପଡ଼ିଲେ ତଳେ , ଆଖି ଯୋଡ଼ିକ ରେ ଭାସି ଉଠିଲେ ଲୁହ ର ଶ୍ରାବଣ । କାହିଁକି ନା ଆଗରେ ଶୋଇ ଥିଲା ଝିଅ ରୋଜା ର ମୃତଦେହ । ଚଳଚଞ୍ଚଳ ଶରୀର ପଡି ଯାଇଥିଲା ନୀରବ , ନିଶ୍ଚଳ । ଆଉ ଝିଅ ତାଙ୍କର ଡାକୁ ନ ଥିଲା ବାପା ବାପା ବୋଲି, ପାଖକୁ ଧାଇଁ ଆସି ବାପା କଣ ସବୁ ଆଣିଛ କହି ହାତ ରୁ ବ୍ୟାଗ୍ ଛଡେଇ ନେଇ ଯାଉ ନ ଥିଲା ଝିଅ ରୋଜା । ଝିଅ କୁ ଜାବୁଡି ଧରି ଭେଁ ଭେଁ ହେଇ କାନ୍ଦି ଉଠିଲେ ମୋହନ ବାବୁ। ଜ୍ୱାଇଁ ପାଖକୁ ଯାଇ ଏ ସବୁ କେମିତି ହେଲା ବୋଲି ପଚାରି ଦେଲେ ମୋହନ ବାବୁ ହେଲେ ଏ କଣ ଜ୍ୱାଇଁ ଆଉ ସେ ଘର ର ସବୁ ସଦସ୍ୟ ଏମିତି ଚାଲିଗଲେ ଘର ଭିତରକୁ ଯେମିତି ସେ ଝିଅ ଙ୍କୁ ତାଙ୍କର ଚିହ୍ନି ନାହାଁନ୍ତି, ସମୁଦୀ ଆସି ମୁହେଁ ମୁହେଁ କହିଦେଲେ ନେଇ ଯାଆ ସାଙ୍ଗରେ , ଝିଅ ତମର ସିଡି ରୁ ପଡି ମୃତ୍ୟୁବରଣ କରିଛି । ଆମେ କିଛି ଜାଣିନୁ । ଏ ସବୁ ଶୁଣି ଭାଙ୍ଗି ପଡ଼ିଲେ ମୋହନ ବାବୁ , ମୁଣ୍ଡ ରେ ଚଡ଼କ ପଡ଼ିଲା ଦୁଃଖ ର । ସବୁ ଖୁସି କୁଆଡ଼େ ମିଳେଇ ଗଲା ଦୁଃଖ ର ଛାୟା ରେ । ବାହାରେ ବସି ମୁଣ୍ଡ ପିଟି ପିଟି କାନ୍ଦୁ ଥାନ୍ତି ମୋହନ ବାବୁ, ପାଖ ପଡୋଶୀ ସବୁ କୁହା କୁହି ହଉ ଥାନ୍ତି , ବିଚାରି ଝିଅ ବହୁତ୍ କଷ୍ଟ ସହୁଥିଲା , ଦିନ ରାତି ସବୁବେଳେ ନିର୍ଯାତନା ଦେଉ ଥିଲେ ଘର ଲୋକ । ଏ ଝିଅ କୁ ମିଶେଇ ତିନି ଜଣ ଝିଅ ବଳି ପଡି ଗଲେଣି ଏ ରାକ୍ଷସ ଙ୍କ ଯୌତୁକ ଜାଲ ରେ ।ଏତେ ବଡ଼ ଘର ଭିତରେ କେହି କେବେ ଶୁଣି ପାରନ୍ତି ନାହିଁ ଏ ନିରୀହ ଝିଅ ମାନଙ୍କର ଆର୍ତ୍ତ ଚିତ୍କାର କୁ । ବନ୍ଦ୍ ଘର ଭିତରେ ହିଁ ଲିଭି ଯାଏ ସେମାନଙ୍କର ଜୀବନ ଦୀପ । ନିରୀହ ଝିଅ ଙ୍କ ର ପରିବାର କୁ ଅନେକ ମିଛ ସ୍ଵପ୍ନ ଦେଖେଇ ବାହାଘର କରି ଦେଉଛନ୍ତି ଆଉ ତା ପରେ ଆରମ୍ଭ ହେଇ ଯାଉଛି ଯୌତୁକ ର ସେ ଲଜ୍ଜ୍ଜିତ ଚିନ୍ତା ଧାରା ଆଉ ଅତ୍ୟାଚାର । ଶେଷରେ ବଳି ପଡି ଯାଉଛନ୍ତି ଅନେକ ନିରୀହ ଝିଅ । 

    ଏ ସବୁ ଶୁଣି ପଶ୍ଚାତାପ କରିବା ଛଡା ଆଉ କିଛି ଉପାୟ ନ ଥିଲା ମୋହନ ବାବୁ ଙ୍କ ର ।ଝିଅ କୁ ରାଣୀ ସୁଖ ଦେବା ଆଶାରେ ଅଜାଣତରେ ନିଜେ ହିଁ ଠେଲି ଦେଲେ ଝିଅ କୁ ଯମ କୁଣ୍ଡ କୁ । ଝିଅ ତାଙ୍କର ଜଳି ଗଲା ଯୌତୁକ ଜୁଇ ରେ । ସବୁ ଆଶା ସବୁ ଖୁସି ଧୂଳିସାତ ହେଇ ଗଲା ମୋହନ ବାବୁ ଙ୍କ ର । ଝିଅ ର ମର ଶରୀର କୁ କାନ୍ଧ ରେ ବୋହି ଫେରି ଆସିଲେ ନିଜ ଗାଁ ଶ୍ମଶାନ କୁ ।....



Rate this content
Log in

More oriya story from Anita Jena

Similar oriya story from Abstract