Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr Jharana Satapathy

Inspirational

4.0  

Dr Jharana Satapathy

Inspirational

ଵୋହୁ ନୁହେଁ ସେ ଝିଅ

ଵୋହୁ ନୁହେଁ ସେ ଝିଅ

4 mins
233


ଆଲୋ ନାନୀ ଓଳିଖି ।


ଆଲୋ ରମା କେମିତି ଅଛୁ !


ହଁ ଲୋ ନାନୀ ସେମିତି । 


ତୁ କେମିତି ଅଛୁ ନାନୀ ! 


ତୁ ତ ମତେ ନିଜେ ଦେଖୁଛୁ ପଚାରୁଛୁ ଆଉ କଣ ? ପାଚିଲାପତର କେତେ ବେଳେ ଝଡିପଡିବି । ଯିବାକୁ ହେଲାଣି ସଜ ତୁଣ୍ଡରେ ରାଧେ ଗୋବିନ୍ଦ ଭଜ!


ଯାହା ହେଉ ନାନୀ କେତେ ବର୍ଷ ପରେ ତୋର ମୋର ଦେଖା ସାକ୍ଷାତ ହୋଇଗଲା । ବୋଧହୁଏ ପାଞ୍ଚ ବର୍ଷ ହେବଣି ନାନୀ ତୋ ସହ ମୋର ଦେଖା ସାକ୍ଷାତ ହୋଇ ନାହିଁ । 


ହଁ ହୋଇଯାଇଥିବ...... । ସମୟ ରହୁଛି କି ଲୋ ! ଆସେ ବସ । ଛିଡା ହୋଇ କଣ କେତେ କଥା ହେଵା ! କାବେରୀର ବାହାଘରଟା ଲାଗି ଯାହାହେଉ ଆମର ଦେଖା ସାକ୍ଷାତ ହୋଇଗଲା । ଭଉଣୀ ଜୋଇଁ ପିଲାମାନେ ସବୁ ଭଲ ଅଛନ୍ତି ତ ରମା !

ଆଉ ତୋ ନାତୁଣୀ କେମିତି ଅଛି କହିଲୁ । 


ହଁ ଭଲ ଅଛି ଭାରି ଗୁଲଗୁଲିଆଟିଏ ହୋଇଛି । 


ତୋ ବୋହୁ ! ଛି ଛି କାଳ ନାଗୁଣୀଟାଲୋ ମୋ ଘରକୁ ଵୋହୁ ହୋଇ ଆସିବାର ଥିଲା । ମୁହଁରେ ଜବାବ ସୁଆଲ ଦେଉଛି । ଯାହା ମୋର ଭାଗ୍ୟ । ତା କଥା କଣ କହିବି ଲୋ ନାନୀ । ଆଜିକାଲିର ବୋହୁ । ଆମେ ଯଦି ନ ସହିଲେ ସହିବ କିଏ ସହିବ । ସିଧା ଯାଇ କୋର୍ଟରେ ହାଜର ହୋଇଯିବ । ଆମକୁ ଜେଲରେ ମାରିବ । ଦୂରୁ ଜୁହାର କରି ରହିଛି । ପୁଅ ତ ତା କଥାରେ ବସଉଠ ହେଉଛି । ଆମେ ଦୁଇଜଣ ବୁଢାବୁଢୀ ପଡିରହିଛୁ । ଗତିମତି ଆଉ କିଛି ନାହିଁ । ଝିଅ ସରୁନଥିଲା ଆମ ଘରକୁ ଆସିଲା । କିଛି ଆଣିଛି ଲୋ ନାନୀ । ଖାଲି ହାତରେ ତା ବୋପା ପଠାଇଛି ଘରକୁ । ଛି ଛି ମୋର ପୋଡା କପାଳ କରିବି କଣ! ପାଠସାଠ ପଢିଛି ଚାକିରି କରିବି କହୁଛି । ସିଏ ଚାକିରିକୁ ଗଲେ ଘର କାମ କିଏ କରିବ! ତାକୁ ରୋକଠୋକ ମନା କରିଦେଇଛି । ତା ପାଠ ସବୁ ଚୁଲିକି ଯାଉ । ନାତୁଣୀ ଜଞ୍ଜାଳ ଲାଗୁଛି ମତେ । 


ସେଥିପାଇଁ ଟିକେ ଝଡିଯାଇଛୁ ରମା ବୋଧହୁଏ । ତୁ ଚୁଟିରେ କଣ ରଙ୍ଗମାରୁନୁ କି ଲୋ ରମା ! ଧୋବ ଫରଫର ଚୁଟି ରଖିଛୁ । 


ବୁଢୀ ହେଲିଣି ଆଉ ଚୁଟିରେ କଣ ରଙ୍ଗ ମାରିବି ନାନୀ । ସମୟ ହେଲେ ତ! ତୋ ଭଉଣୀ ଯୋଇଁର କଥା ବୁଝିବି, ନାତୁଣୀର କଥା ଵୁଝିବି ଘରର ସବୁ ଦାୟିତ୍ୱ ମୋ ଉପରେ । 


ଆଲୋ ରମା ତୁ ଯେତେ ମୁଣ୍ଡେଇବୁ ସବୁ ଦାୟିତ୍ୱ ତୋ ଉପରେ ପଡିବ । କିଛି ଦିନ ରହ ଏଠି ଭଲ ଲାଗିବ । ଶୁଣେ ରମା ତୁ ଏତେ ଦିନକରେ ତୋ ନାନୀ ଘରକୁ ଆସିଛୁ କିଛିଦିନ ରହିଲା ପରେ ଯିବୁ । 


ନାଇଲୋ ନାନୀ ଘରେ ଦୁଇ ଦୁଇଟି ଗାଈ,ଗୋଟିଏ କୁକୁରକୁ ଛାଡି ଆସିଛି ଆଉ ରହିବା କଥା କହନି ଦେଖା ହୋଇଗଲା ବାସ୍ । 


ତୁ ଆଉ ତୋ ନାନୀକୁ କାହିଁକି ପଚାରିବୁ ଯେ.......


ନାଇଲୋ ନାନୀ ଏମିତି କଣ କହୁଛୁ ......ସବୁବେଳେ ତୁ ମନେ ପଡୁଛୁ । ଫୋନରେ ପଦେ କଥାହୋଇଗଲେ ଦେଖିଲାଠୁ ଅଧିକ ଲାଗୁଛି । ସେଥିପାଇଁ ତ ପ୍ରାୟ ସବୁଦିନେ ଫୋନ କରିଥାଉଛି ତୋ ପାଖକୁ । ଆଲୋ ନାନୀ ଇଏ ତୋ ନାତୁଣୀ ଏତେବଡଟିଏ ହୋଇଗଲାଣି । 


ଜୋଇଁ ଓଳିଖି । 


ଆଲୋ ରମା ତୁ କଣ ଏମିତି ଦେଖାଯାଉଛୁ? ତତେ ଜମ୍ମା ଚିହ୍ନି ହେଉନି । ତୁ ପରା ତୋ ନାନୀଠୁ ବୟସରେ କେତେ ଛୋଟ ତୋର କଣ ଦେହପା କଣ ଭଲ ରହୁନି କି! ସବୁ ଠିକଠାକ ତ! ଆଉ ଆମର ସଢୁ ଭାଇ କାହାନ୍ତି!


ସେ ପରା ଘରେ ଅଛନ୍ତି । ଘର ଜଗାଳି । 


ହଉ ହଉ ତୁମେ ଦୁଇ ଭଉଣୀ କଥାବାର୍ତ୍ତା କର ତେଣେ ମୋର କେତେ କାମ ଅଛି । 


ଆଲୋ ନାନୀ ଇଏ ତୋ ନାତୁଣି ଚୁମୁକି । କେତେ ବଡ ହୋଇଗଲାଣି । 


ହଁ ଛଅ ବର୍ଷ ହୋଇଗଲାଣି । 


ଆସ ଆସ ମୋ ପାଖକୁ ଆସ ମୁଁ ପରା ତୁମର ଜେଜେ ମାଆ । ଆସ ଆସ । 


ଚୁମୁକି ଯାଉନୁ ସେ ଜେଜେ ମାଆ ପାଖକୁ ଯାଆ ତତେ ଗେଲ କରିବେ ମୁଁ ଯେମିତି ତୋର ଜେଜେ ମାଆ ସିଏ ବି ଜଣେ । 


ଆଉ ଅଭି କୁଆଡେ ଗଲାକି ନାନୀ ?


ବ୍ୟସ୍ତତାରେ ଥିବ । 


ଆଉ ଆମ ବୋହୁ ମାମିନୀ!


ମୁଁ ଓଳିଖି ହଉଚି ମାଉସୀ


 ହଁ ଲୋ ମା ଅଇସୁଲକ୍ଷଣୀ ହୋଇଥା । ତୋର ହାତ କାଚ ବଜ୍ର ହେଉ । 


ଆଲୋ ନାନୀ ତୋ ବହୁର କେଡେ ଉଗ୍ର ଆଧୁନିକତା ମୁଣ୍ଡରେ ଓଢଣା ନାହିଁ । ଜିନସ୍ ପିନ୍ଧି ବୁଲୁଛି । ତୁ ତାକୁ କେମିତି କିଛି କହୁନୁ! ବଡ ମାନେ ପରା ଆମେ ସବୁ ଅଛୁ । ସଂସ୍କାର କଣ ତାକୁ ଜଣାନାହିଁ? ହେ ଭଗବାନ ଯାହା ହେଉଛି ସେ ଫଡଫଡ । 

ତାର ଶ୍ୱଶୁର ପରା ପାଖରେ ଅଛନ୍ତି । ମଉଳାଶୁର, ଦେଢଶୁର ପାଖରେ ଅଛନ୍ତି କିଛି ସଙ୍କୋଚ ନାହିଁ ଏତେ କଣ ଫ୍ରି ଛାଡିଦେଉଛୁ ତାକୁ । 


ଦେଖିଲୁ ତ ଏବେ ତୁ ଖାଲି ତୋ ବୋହୁ ନାଆରେ ଇଆଡୁ ସିଆଡୁ କହୁଥିଲୁ ଏବେ ମୋ ବୋହୁକୁ ଦେଖିଲୁ ତ । ଯଦି ଆମେ ତାକୁ ଝିଅ ଭଳି ବ୍ୟବହାର କରିବା ସିଏ ଆମକୁ ମାଆ ଭଳି ବ୍ୟବହାର କରିବ । ଯଦି କଥା କଥାରେ ଆମେ ତାର ଦୋଷ ଦୁର୍ବଳତା ବାହାର କରିବା ସିଏ ଆମ ଉପରେ ଯବାବ ସୁଆଲ ଦେବ । ତେଣୁ ଆମକୁ ହିଁ ଏଥିପାଇଁ ଆଡଜେଷ୍ଟ ହେବାକୁ ପଡିବ । ଆମମାନଙ୍କଠୁ ହିଁ ସେ ସବୁ ଶିଖିବ । ତେଣୁ ବୋହୁକୁ ଝିଅ ଭଳି ଦେଖିବା ନିହାତି ଆବଶ୍ୟକ । ପୋଷାକ ପତ୍ରରୁ କଣ ଯାଏ ଆସେ ତା ଭିତର ଗୁଣଟି ଭଲ ରହିବା ଦରକାର । ଗୋଟେ ମାଆ ହିସାବରେ ଆମେ ଯଦି ତାକୁ ଭଲ ବ୍ୟବହାର କରିବା ସିଏ ଆମକୁ ଶାଶୁ ହିସାବରେ ଆମକୁ ଭାରି ସମ୍ମାନ ଦେବ । ଭାବିବ ସିଏ ଖାଲି ଶାଶୁ ନୁହଁ ମୋର ମାଆ ବି । 


ସିଏ ଖାଲି ଏ ଘରର ବୋହୁ ନୁହେଁ ଝିଅଟିଏ ମଧ୍ୟ । 


ଏମିତି କଣ କହୁଛୁ ଲୋ ନାନୀ ବୋହୁ କେବେ ଝିଅ ହେଲାଣି! ତୋର ବୁଦ୍ଧି ସୁଦ୍ଧି ବୋଧହୁଏ ନାହିଁ । ବୋହୁକୁ ବୋହୂ ଭଳି ରଖେ । 


ଘର କୋଣରେ ଆବଦ୍ଧ ହୋଇ ରହିବାର ବେଳ ଚାଲିଗଲାଣି ଲୋ ରମା । । ମୋ ଵୋହୁ ଗୋଟେ ଆଈ. ଟି କମ୍ପାନୀରେ ଚାକିରି କରୁଛି । ବୋହୁ ନୁହେଁ ସେ ଘରର ଲକ୍ଷ୍ମୀ । ବୋହୂ ଆଉ ଝିଅ ଭିତରେ ଫରକ କଣ! ଫରକ ହିଁ ଆମେ ମାନେ ସୃଷ୍ଟି କରୁଛେ । ଆମେ ହିଁ ସେମାନଙ୍କ ମଧ୍ୟରେ ପ୍ରଭେଦ ଦେଖୁଛେ । 


ଖାଲି ତୋ ଘର ଆଉ ମୋ ଘର ଭିତରେ ଏ କାହାଣୀ ନୁହଁ । ପ୍ରତି ଘରଘର ଭିତରେ ଏ କାହାଣୀ । ଆମେ ବୋହୁରୁ ଶାଶୁ ହୋଇଛେ । ସବୁ ଜାଣିଛେ । ଆହୁ କହି ଲାଭ କଣ ? 


ହଁ ଲୋ ନାନୀ ତୁ ଠିକ୍ କଥା କହିଲୁ । ମୁଁ ଯାଏ ମୋ ବୋହୁକୁ ଟିକେ ଫୋନ କରିଦିଏ ଏକୁଟିଆ କଣ କରୁଥିବ ଖାଇଲାଣି କି ନାହିଁ ! ତା ଶଶୁର କଣ କରୁଛନ୍ତି । 



Rate this content
Log in

Similar oriya story from Inspirational