Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Children

2  

ଓଡ଼ିଆ ଗଳ୍ପ ଓ କବିତା - ୨

Children

ବଡ଼ କିଏ ?

ବଡ଼ କିଏ ?

2 mins
7.0K


ବଡ଼ କିଏ ?

ଶୁଭନାରାୟଣ ଶତପଥୀ

ନେଉଳ ଓ ମୂଷା ଦୁହେଁ ଭାରି ଭଲ ସାଙ୍ଗ । ନିଜ ନିଜର ଦକ୍ଷତା ଅନୁସାରେ କାର୍ଯ୍ୟ କରନ୍ତି । ଆଉ ସୁବିଧା ଅସୁବିଧାରେ ପରସ୍ପରକୁ ସାହାଯ୍ୟ କରନ୍ତି । ଏ ଘଟଣାଟି ବଣଭୁଆକୁ ଅଡୁଆ । ଆଉ ସେ ମୂଷାକୁ ମାରି ଖାଇପାରୁ ନାହିଁ । କାରଣ ମୂଷାକୁ ଖାଇବାକୁ ଗଲାବେଳକୁ ବଣଭୁଆ ଆଗରେ ନେଉଳ କଣ୍ଟା ହୋଇ ଠିଆ ହେଉଛି । ଏଣୁ ଦୁହିଁଙ୍କ ଭିତରେ କଳି ଲଗାଇବାକୁ ଏକ ଉପାୟ ଚିନ୍ତା କଲା ବଣଭୁଆ ।

ଥରେ ନେଉଳ ଓ ମୂଷା ଖାଦ୍ୟ ସନ୍ଧାନରେ ଯାଉଥାନ୍ତି । ବାଟରେ ବଣଭୁଆ ହାବୁଡ଼ ପଡିଲା । କହିଲା ତୁମ ଦୁଇଜଣଙ୍କ ସାଙ୍ଗ ସଂପର୍କକୁ ନେଇ ଜଙ୍ଗଲରେ ଭାରି ଚର୍ଚ୍ଚା । ତୁମେ ଦୁଇ ଜଣ ଭଲସାଙ୍ଗ ବୋଲି ସମସ୍ତେ ତୁମର ଉଦାହରଣ ଦେଉଛନ୍ତି । ଏହାଶୁଣି ନେଉଳ ଓ ମୂଷା ମନ କୁଣ୍ଢେ ମୋଟ । ତା’ପରେ ବଣଭୁଆର ଅସଲ ଉଦ୍ଦେଶ୍ୟ ବାହାରିଲା ଏବଂ କହିଲା ଆଛା ମୁଁ ବୁଝିପାରୁନାହିଁ ତୁମ ଦୁଇଜଣଙ୍କ ମଧ୍ୟରେ ବଡ଼ କିଏ ? ଏପ୍ରଶ୍ନଟି ପଚାରି ବଣଭୁଆ ଚାଲିଗଲା । ଏହାପରେ ନେଉଳ ଓ ମୂଷା ଭିତରେ ଚାଲିଲା ଯୁକ୍ତିତର୍କ । ନେଉଳ କହିଲା ମୁଁ ତୁମକୁ ବିପଦ ଆପଦରୁ ରକ୍ଷା କରୁଛି ଏଣୁ ମୁଁ ବଡ଼ । ମୂଷା କହିଲା ମୁଁ ବି ତୁମକୁ ବିପଦ ସମୟରେ ସାହାଯ୍ୟ କରୁଛି ଏଣୁ ମୁଁ ବଡ଼ । ଏମିତି ଆଲୋଚନା କରି ଜଙ୍ଗଲର ପଶୁପକ୍ଷୀମାନଙ୍କୁ ପଚାରିଲେ । କିଏ କହିଲା ନେଉଳ ବଡ଼ ତ ଆଉ କିଏ କହିଲା ମୂଷା । କିନ୍ତୁ ଦୁଇଜଣଙ୍କ ମଧ୍ୟରେ ଭଲ ବୁଝାମଣା ଥିବାରୁ ଆଉ ଝଗଡା ନକରି ଗଲେ ସିଂହରାଜା ପାଖକୁ ସମାଧାନ ପା ଦରବାରରେ ପହଞ୍ଚି ସିଂହରାଜାଙ୍କୁ ଏ ପ୍ରଶ୍ନ ପଚାରିବା କ୍ଷଣି ସିଂହରାଜା ଉତ୍ତ୍ୟକ୍ତ ହୋଇଗଲେ । ଏବଂ ଗର୍ଜନଟାଏ କରି ଦୁଇଜଣଙ୍କୁ ମାରି ଖାଇବାକୁ ଗୋଡ଼ାଇଲେ । ମୂଷା ଓ ନେଉଳ ଏହାର କାରଣ ବୁଝିପାରୁ ନଥାନ୍ତି । ଧଇଁସଇଁ ହୋଇ ଦୈଡୁଥାନ୍ତି ଆଗରେ । ଆଉ ତାଙ୍କ ପଛରେ ସିଂହରାଜା । କିଛି ଦୂର ଯିବାପରେ ନେଉଳ ଓ ମୂଷା ପଛକୁ ଚାହିଁଲା ବେଳକୁ ସିଂହରାଜା ଏକ ଜାଲରେ ଛନ୍ଦି ହୋଇପଡିଛନ୍ତି । ଦୁଇଜଣ ଯାକ ସିଂହରାଜା ପାଖକୁ ଆସିଲେ । ଦେଖନ୍ତି ତ ଗୋଟିଏ ସାପ ସିଂହରାଜାଙ୍କୁ ଜଗିଛି । ସିଂହରାଜା କହିଲେ ତୁମେ ଦୁଇଜଣ ମୋତେ ଏଠାରୁ ଉଦ୍ଧାର କର । ନେଉଳ ଓ ମୂଷା କହିଲେ ସିଂହରାଜ... ଆମେ ଆପଣଙ୍କୁ ଉଦ୍ଧାର କଲେ ଆମକୁ ଆପଣ ମାରିଦେବେନି ତ ? ସିଂହରାଜା କହିଲେ ନା... ମୁଁ ସତ୍ୟ କରୁଛି । ତା’ପରେ ନେଉଳ ଆଗକୁ ଗଲା । କାରଣ ସାପକୁ ଦେଖି ମୂଷା ପଛରେ ଥାଏ । ନେଉଳକୁ ଦେଖି ସାପ ଚାଲିଯିବା ପରେ ମୂଷା ଜାଲଟିକୁ କାଟିଦେବାରୁ ସିଂହରାଜା ମୁକୁଳି ଗଲେ । ଏବଂ କହିଲେ ଏବେ ବୁଝି ପାରିଲି... ତୁମ ଭିତରୁ କିଏ ବଡ଼ ? ମୁ ତୁମକୁ ପରୀକ୍ଷା କରିବାକୁ ଏପରି ଅଭିନୟ କରୁଥିଲି । ତେବେ ଏକଥା ମନେରଖ ଯେ , ନିଜର କର୍ମ ଓ ଦକ୍ଷତା ହିଁ ବଡ଼ । ନେଉଳ ଓ ମୂଷା ଏକଥା ଶୁଣି ଖୁସି ହୋଇ ଘରକୁ ଫେରିଲା ବେଳକୁ ବଣଭୂଆ ଆସି ପହଞ୍ଚିଗଲା । ମୁହଁଟି ତା’ର ଶୁଖିଯାଇଥାଏ । ମନଦୁଃଖରେ କହିଲା , ମୁଁ ତୁମ ଦୁଇଜଣଙ୍କ ଭିତରେ କଳି ଲଗାଇବା କଥା ସିଂହରାଜା ଆଗରୁ ସୂଚନା ପାଇଥିବାରୁ ମୋତେ ସେ ଦଣ୍ଡିତ କରିଛନ୍ତି । ଦଣ୍ଡସ୍ୱରୁପ ସାତବର୍ଷ ପର୍ଯ୍ୟନ୍ତ ମୋର ଆମିଷ ଭକ୍ଷଣ ନିଷେଧ । ଏହାଶୁଣି ମୂଷାମାନଙ୍କ ମଧ୍ୟରେ ଆନନ୍ଦ କହିଲେ ନସରେ । ଏକଥା ସିଂହରାଜା ଶୁଣି ଭାରି ହସୁଥାନ୍ତି ।

ଇଁ ।


Rate this content
Log in

Similar oriya story from Children