ସଂଘର୍ଷମୟ ଜୀବନର ମୂଲ୍ୟବୋଧ
ସଂଘର୍ଷମୟ ଜୀବନର ମୂଲ୍ୟବୋଧ
ଜୀବନ ଯେତେବେଳେ ପ୍ରଥମ କରି ଆରମ୍ଭ ହୋଇଥାଏ ସେତେବେଳେ ଜଣା ନଥାଏ ଆଗକୁ ସେ କଣ କରିବାକୁ ଯାଉଛି ଏବଂ ତା ଜୀବନରେ କଣ କଣ ସବୁ ଘଟିବାକୁ ଯାଉଛି ଏବଂ ସେ ତା ଜୀବନ ନିର୍ଦ୍ଵନ୍ଦରେ ଆରମ୍ଭ କରିଥାଏ କାରଣ ସେ ସେତେବେଳେ ଏସବୁ ଭାବନା ରାଇଜ ବାହାରେ ଥାଏ ତେଣୁ ସେ ବିନା ଦ୍ୱିଧାରେ ନିଜ ଜୀବନରେ ଆଗକୁ ବଢିଚାଲେ ଏବଂ ବିନା କିଛି ଲକ୍ଷ୍ୟରେ।
ଦିନରାତି ନିଜକୁ ଖେଳ କୁଦରେ ବ୍ୟସ୍ତ ରଖୁଥାଏ ଆଉ ଭାବୁଥାଏ କେବେ ରାତି ନ ହୁଅନ୍ତା କି କାରଣ ରାତି ହେଲେ ସାଙ୍ଗ ସାଥି ମେଳରେ ହେଉଥିବା ଖେଳକୁଦରେ ବିରାମ ଘଟିଥାଏ।
ଏହିପରି ଜୀବନର ପଥ ଆଗକୁ ଆଗକୁ ଯିବା ବାଟରେ କେତେବେଳେ ସେ ନିଜ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟକୁ ଅର୍ଥାତ୍ ପାଠ ପଢିବା ଭିତରକୁ ଠେଲି ହୋଇଯାଇଥାଏ ସେ ଜାଣି ନ ଥାଏ ।
ପ୍ରଥମେ ତାକୁ କିଛି ଭଲ ଲାଗୁ ନଥାଏ ଖାଲି ବ୍ୟସ୍ତବିବ୍ରତ ଲାଗୁଥାଏ, ଜୀବନରେ ଆଗକୁ ବଢିବାକୁ ହେଲେ ପାଠର ଭୂମିକା ବୁଝିପାରିଲା ପରେ ଆସ୍ତେ ଆସ୍ତେ ସେ ଖେଳକୁଦକୁ ତା ସମୟରେ ରଖି ପାଠ ପଢ଼ାରେ ନିଜକୁ ନିୟୋଜିତ କରିଦେଇଥାଏ। ଏହିପରି ଆରମ୍ଭ ହୋଇଯାଇଥାଏ ତା ଜୀବନର ପ୍ରଥମ ପ୍ରତିଯୋଗୀତା। ପ୍ରତିଯୋଗୀତାରେ ପ୍ରଥମରେ ରହିବା ପ୍ରଚେଷ୍ଟା ତାକୁ ଆଗକୁ ଆଗକୁ ଅଧିକ ପାଠପଢା ପ୍ରତି ସ୍ଥିରୀକୃତ କରିଥାଏ, ସେ ଆଗକୁ ବଢିଚାଲେ। ଏହିପରି ପ୍ରତିଯୋଗୀତାର ଜୀବନର କେବେ ଅନ୍ତ ଘଟିବ ତାହାର ଚିନ୍ତା ମନରେ ଘାରି ବସେ କାରଣ ସମସ୍ତେ କେବଳ ପ୍ରତିଯୋଗୀତା ପଛରେ ହିଁ ପଡିଥାନ୍ତି ନିଜ ଇଚ୍ଛା ଅନୁସାରେ ନିଜର ଅନ୍ତର୍ନିହିତ ଜ୍ଞାନକୁ ସମୃଦ୍ଧ କରିବାକୁ ଛାଡି। ଏହାରି ଭିତରେ ହଠାତ୍ ନିଜ ସ୍ୱାସ୍ଥ୍ୟଗତ କାରଣରୁ ସେ ପଛରେ ପଡ଼ିଯାଏ। ତଥାପି ନିଜ ପ୍ରଚେଷ୍ଟାରେ ସେ ଆଗକୁ ବଢିଚାଲେ ନିଜସ୍ଵ ଅନ୍ତର୍ନିହିତ ଜ୍ଞାନର ସହାୟତାରେ। ପ୍ରତିଯୋଗୀତାରେ ନିଜର ସମୃଦ୍ଧି କମିଯିବା କାରଣ ହେତୁ ନିଜ ସାଙ୍ଗ ସାଥି ମାନଙ୍କ ମନରେ ନିଜ ପ୍ରତି ଥିବା ଲୋକପ୍ରିୟତାର ହ୍ରାସ ଘଟିଥିବା ପରି ମନେ ହୁଏ । ତଥାପି ସେ ନିଜକୁ ଏକୁଟିଆ ନ ଭାବି ନିଜକୁ କେବଳ ନିଜ ସହ ଚାଲିବାର ସାମର୍ଥ୍ୟ ରଖି ଜୀବନ ଜିଇଁବାର ସରଳ ସୂତ୍ର ଧରି ଆଗକୁ ଆଗେଇ ଚାଲିଥାଏ। ନିଜର ସରଳ ସୂତ୍ର ଏବଂ ସ୍ଵଭାବ ପାଇଁ ବୋଧେ ତଥାପି କିଛିଲୋକ ମାନଙ୍କ ମନରେ ଟିକେ ଭଲ ପାଇବା ସାଉଁଟି ପାରିଥାଏ, କିଛିଲୋକ ଭଲ ପିଲାଟିଏ ବୋଲି ଅନୁଭବ କରି ତାହାକୁ ଗୋଟିଏ ସ୍ଵତନ୍ତ୍ର ଶ୍ରେଣୀ ଭିତରେ ରଖିଥାନ୍ତି। କିନ୍ତୁ ସମସ୍ତଙ୍କ ଜୀବନ ପରି ତା ଜୀବନ ରେ ମଧ୍ୟ କିଛି କୁଚକ୍ରୀ ନିଜର ମାୟାଜାଲ ବିଛାଇ ବସିଥାନ୍ତି। ଏହାର କାରଣ ଖୋଜି ସେ ପାଇ ନଥାଏ। ଏହି କୁଚକ୍ରୀ, ହିଂସା ପ୍ରୋତ୍ସାହିତ ମାନେ ଏହାର ଭଲ ଗୁଣ ଭିତରେ ଖରାପ ବେଶୀ ବାହାରକରିବା ଆରମ୍ଭ କରିବା ସହିତ ଏହାର ପ୍ରଚାର ଓ ପ୍ରସାର ଦିଗରେ ବେଶୀ ଆଗଭର ହୋଇଥାନ୍ତି।
ସବୁବେଳେ ଅନ୍ୟ ମାନଙ୍କ ମନରେ କିପରି ଘୃଣା ଭାବ ଏହା ପ୍ରତି ଜାଗ୍ରତ ହେବ ସେ ଦିଗରେ କାର୍ଯ୍ୟ କରିଚାଲନ୍ତି। ହୁଏତ ଏହାର ସରଳତା, ସୃଜନଶୀଳତା ଏବଂ ଆତ୍ମୀୟ ଭାବନା ରେ ସେମାନେ ବ୍ୟତିିିବ୍ୟସ୍ତ ହୋଇ ଯାଇଥାନ୍ତି। ଏହାକୁ ଲାଗେ କି ଏହାର ଉତ୍ତମ ଏବଂ ନିର୍ମଳ ଭାବମୂର୍ତ୍ତୀକୁ ସେମାନେ ସହି ପାରନ୍ତିନି, ସତେ ଯେମିତି ୟାକୁ ସମସ୍ତଙ୍କ ନିକଟରେ ନୀଚ୍ଚ ଭାବନାରେ ରଖିବାକୁ ସେମାନେ ବଦ୍ଧପରିକର। କିନ୍ତୁ ସେ କାହା କଥାରେ ମନ ନ ପୁରେଇ ନିଜ ଭାବମୂର୍ତ୍ତୀ ଅତୁଟ ରଖିବା ଦିଗରେ କାର୍ଯ୍ୟକରିଚାଲେ। ଏହାରି ଭିତରେ ନିଜ ପରିବାର ସହ ପୂର୍ଣ୍ଣ ସହଯୋଗ ରହିବା ସହ ନିଜେ ମଧ୍ୟ ଖୁସି ରେ ଥାଏ। ଦିନ ବିତିବା ସହ ନିଜର ପରିବାର ପ୍ରତି ଥିବା ଦାୟିତ୍ଵବୋଧ ନିଜକୁ ହୃଦବୋଧ ହୁଏ ଏବଂ ସେ ବେଶୀ ଚିନ୍ତାରେ ପଡିଯାଏ। ନିଜକୁ ଏକ ସଫଳ ମଣିଷ ଭାବରେ କେବେ ଓ କିପରି ଗଢିତୋଳିବ ଏହି ପ୍ରଶ୍ନ ଉଙ୍କି ମାରେ। ଜୀବନଟା ଚାପଗ୍ରସ୍ତ ଲାଗିବା ଆରମ୍ଭ ହୋଇଯାଏ। ଏବଂ ନିଜକୁ ସବୁଦିନ ପାଇଁ ଏହି ଚାପଗ୍ରସ୍ତ ଜୀବନଚର୍ଯ୍ୟା ଭିତରେ ସଂଶ୍ଲିଷ୍ଟ କରିଦେବ ନା ଅଲଗା କିଛି ବିକଳ୍ପ କଥା ଚିନ୍ତା କରିବ। କଣ ସବୁ ମଣିଷ ମାନଙ୍କୁ ଏମିତି ସଂଘର୍ଷମୟ ସମୟ ର ସାମ୍ନା କରିବାକୁ ଥାଏ ନା କେବଳ ତାକୁ ଏହାର ସାମ୍ନା କରିବାକୁ ଅଛି ସେଇ ଚିନ୍ତା ତା ମନରେ ସବୁବେଳେ ଉଙ୍କି ମାରୁଥାଏ.... To be continued..