Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦୀପାବଳି
ଦୀପାବଳି
★★★★★

© Dibyajyoti Mohanty

Abstract Drama Tragedy

6 Minutes   287    10


Content Ranking

ଠୋ...ଠା...ଢୋ...ଢା... ଶଦ୍ଦ ଚାରିଆଡେ ଯେମିତି ଗୋଟେ କୋଳାହଳମୟ ପରିବେଶ ସୃଷ୍ଟି କରୁଥାଏ । ସମସ୍ତ ଜନତା ଦୀପାବଳିର ମାହୋଲ ଭିତରେ ବହୁତ ଖୁସିର ସହକାରେ କିଏ ବାଣ ଫୁଟାଉଥାଏ ତ ଆଉ କିଏ ଦୀପ ଜାଳୁଥାଏ ତ ଆଉ କିଏ କାହାକୁ ଉଇସ୍ କରିବା ସହିତ ମିଠା ଖୁଆଇବାରେ ବ୍ୟସ୍ତ ଥାନ୍ତି ।

           ସତରେ ଆଜି ହେଉଛି ଦୀପାବଳି ଚାରିଆଡେ ଖୁସି ହିଁ ଖୁସି । ପୁରାଣରେ ଅଛି କାଳେ ଏହି ଦିନ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ରାବଣକୁ ଯୁଦ୍ଧରେ ବଧ କରି ଦୀର୍ଘ ୧୪ ବର୍ଷର ବନବାସ ପରେ ଅଯୋଧ୍ୟାକୁ ଫେରିଥିଲେ । ସେଥିପାଇଁ ସମଗ୍ର ଅଯୋଧ୍ୟା ବାସୀ ତାଙ୍କୁ ସ୍ୱାଗତ ଜଣାଇବାକୁ ଯାଇ ଘର ଆଗରେ ଦୀପ ଜାଳିବା ସହିତ ବାଣ ଫୁଟାଇ ତାଙ୍କୁ ସ୍ୱାଗତ କରିଥିଲେ । ଆଉ ସେବେଠୁ ଭାରତ ଇତିହାସରେ ପାଳନ ହୋଇ ଆସୁଛି ଏହି ଦୀପାବଳି ।

         ଆମେ ମାନେ ବି ଏହି ଦୀପାବଳି ପାଳନ କରିବା ପାଇଁ ବାଣ ଫୁଟାଇବା ପାଇଁ ବାହାରିଲୁ । ଆଉ ଘୁରିବୁଲିବାକୁ ଲାଗିଲୁ ସହରର ପ୍ରତ୍ୟେକ ଗଳି କନ୍ଦିରେ । ଆମେ ଧିରେ ଧିରେ ଆଗକୁ ବଢୁଥିଲୁ । ଏହି ସମୟରେ ଆଖି ପଡିଲା ଗୋଟେ ଛୋଟ କୁନି ଝିଅ ଉପରେ ସେ ଏକୁଟିଆ ରାସ୍ତା କଡରେ ବସି ଖୁବ୍ ଜୋରରେ କାନ୍ଦୁଥିଲା । ଆମେ ତାକୁ ଦେଖି ହଠାତ୍ ସେଠି ରହିବାକୁ ବାଧ୍ୟ ହେଲୁ । ସେ ଆମକୁ ଦେଖି କାନ୍ଦ ବନ୍ଦ କରି ଦେଇ ସେଠି ବୋଧେ ଡରରେ ଚାଲିଯିବାକୁ ବାହାରିଲା । ସେ ସେଠୁ ଉଠିଯିବା ପୂର୍ବରୁ ମୁଁ ତା ପାଖକୁ ଯାଇ ତାକୁ ପଚାରି ବୁଝିବାକୁ ଚେଷ୍ଟା କଲି କଣ ହୋଇଛି ତୋର ? ତୁ କିଏ ? କାହିଁକି ଏପରି ଏଠି ବସି ଏକୁଟିଆରେ କାନ୍ଦୁଛୂୁ । ସେ ସେତେବେଳକୁ ଡରରେ ଥରିବାକୁ ଲାଗିଲାଣି । ମୁଁ ତାକୁ କେମିତି ବୁଝାଇବି ଯେ ଆମେ ମାନେ ତାର କିଛି କ୍ଷତି କରିବୁନି ସେ କଥା ମୁଁ ଜାଣି ପାରୁନଥିଲି । ମୋ ସାଙ୍ଗ ମାନଙ୍କ ପାଖରେ ଥିବା ମିଠା ପ୍ୟାକେଟଟି ତା ହାତକୁ ବଢାଇଲି । ସେ ତାକୁ ନେଇ ଖୋଲିଲା ଆଉ ବହୁତ ଖୁସି ହୋଇ ସେଥିରୁ ଗୋଟେ ଖାଇବାକୁ ଆରମ୍ଭ କଲା । ଏହି ସମୟ ଉଚିତ୍ ସମୟ ଭାବି ମୁଁ ତାକୁ ପଚାରିଲି ତୁ କିଏ ମା, ଏଠି ଏକୁଟିଆ ବସି କାହିଁକି କାନ୍ଦୁଥିଲୁ ।

     ସେ ମୋ ମୁହଁକୁ କିଛି ସମୟ ଅନାଇବାକୁ ଲାଗିଲା ଅତି ଧିର କଣ୍ଠରେ କହିଲା ବାବୁ ମୋ ନା ଦୀପାଳି ଆଉ ଏହା ଛଡା କଣ ବା କହିବି କଣ ବା ଅଛି କହିବାକୁ ମୋ ପାଖରେ । ଯଦି ଅଛି କେବଳ ମୋ ହତଭାଗ୍ୟ ଭାଗ୍ୟ ଆଉ ଶୁଖିଲା ଜୀବନ । ଆରେ ନା ନା ଦୀପାଳି ତୁମେ ସେମିତି ଭାବନି ଦେଖ ତୁମ ସହିତ ମୁଁ ଅଛି, ଏ ଭାଇମାନେ ଅଛନ୍ତି ଆଉ ସାରା ସମାଜ ଅଛି । ବାବୁ କେଉଁ ସମାଜ କଥା କହୁଛନ୍ତି ଯେଉଁ ସମାଜ ମତେ ଆଜି ଏପରି ସଜେଇ ଦେଇଛି । ମୁଁ ତା କଥାରୁ କିଛି ବୁଝିପାରିଲିନି । ଏତେ କୁନି ଝିଅଟିର କଣ ହୋଇଛି ଯେ ସେ ସମାଜକୁ ନେଇ ମନରେ ଏଭଳି ଏକ ଭାବନା କଣ ପାଇଁ ତୋଳି ବସିଛି ।

ମୁଁ-   ଆରେ ମୋ ଦୀପାଳିର କଣ ହୋଇଛି ? ଏଇ ଛୋଟିଆ ମନଟିରେ ଏତେ ରାଗ...ବାପ..ରେ... । ତୁ ତୋର ଏଇ ଭାଇମାନଙ୍କୁ କହିବୁନି କଣ ହୋଇଛି । ହଁ କହିବି...ନିଶ୍ଚୟ କହିବି ଯେତବେଳେ ଭଉଣୀ ବୋଲି କହିସାରିଲଣି କହିବିନି ଅବା କେମିତି ।

ସେ-   ଜାଣିଛ ଭାଇ ମୋ ନାଁ ଦୀପାଳି କଣ ପାଇଁ ?

ମୁଁ-     ନା କଣ ପାଇଁ ଏପରି ନାମ ?

ସେ-  ଭାଇ ମୁଁ ଦୀପାବଳି ଦିନ ଖୁସିର ମାହୋଲ ଭିତରେ ଜନ୍ମ ହୋଇଥିଲି । ସେଥିପାଇଁ ମୋ ପରିବାର ଖୁସି ହୋଇ ମୋ ନାଁ ଦୀପାଳି ରଖିଥିଲେ । ହେଲେ ଏହି ଦୀପାବଳି ଯେ ଦିନେ ମୋ ହସ ଖୁସି ଛଡାଇନେବ ତାହା ମୁଁ କେବେ ବି ବିଶ୍ୱାସ କରିନଥିଲି । ଏହା କହି ସେ ଜୋରରେ କାନ୍ଦିବାକୁ ଲାଗିଲା......, ।

ମୁଁ- ଆରେ କଣ ହେଲା ପୁଣି କଣ ପାଇଁ କାନ୍ଦିଲୁ....

ସେ- ନା ଭାଇ ଟିକେ ମନେ ପଡିଗଲା ତ ପୁରୁଣା କଥା ଗୁଡାକ...

ମୁଁ- କଣ ? କେଉଁ ପୁରୁଣା କଥା ? କଣ ଏହି ଦୀପାବଳି ଦିନ କିଛି ତୋର ହୋଇଥିଲା କି ?

ସେ- ଭାଇ ହଁ ହୋଇଥିଲା, ମୋ ଜୀବନର ସବୁତକ ସୁଖ ଜାଳିଦେଇଥିଲା ଏହି ଦୀପାବଳି ।

               ଜାଣିଛ ଭାଇ ସେଦିନର କଥା ମୋର ପୁରା ଟିକିନିଖି କରି ମନେ ଅଛି । ଆମ ଘର ଏଠୁ କାହିଁ କେତେ ଦୂର ଏକ ଛୋଟ ଗାଁରେ । ୨୦୦୯ ମସିହା ଠିକ୍ ଏହି ଦୀପାବଳିର ଦିନ । ମୁଁ ସେତବେଳେ ୮ ବର୍ଷର ହୋଇଥାଏ । ଦୀପାବଳି ପାଇଁ ସେଦିନ ଘରେ ସମସ୍ତେ ଖୁସିରେ ବିଭୋର ଥିଲେ ତା ପରେ ମୋର ଜନ୍ମ ଦିନ ବି ଖୁସି ଅବା ହୋଇନଥାନ୍ତେ କେମିତି ?

                   ସେଦିନ ସମସ୍ତେ ମିଶି ବାଣ ଫୁଟାଇଲୁ, ଦୀପ ଜାଳିଲୁ, ମିଠା ଖାଇଲୁ ଏହା ସହିତ ବି ମୋର ଜନ୍ମ ଦିନ ବି ପାଳନ ହେଲା । ଏହା ପରେ ସମସ୍ତେ ଖୁସିରେ ଖାଇ ପିଇ ଶୋଇବାକୁ ଗଲୁ । ଏହା ପରେ କଣ ହେଲା ମୁଁ କିଛି ବି ଜାଣିନି । ହଠାତ୍ ଜଣେ କେହି ମତେ ଗୋଟେ ଜଳୁଥିବା ଘରୁ ଟେକି ନେଇ ଆସିଲେ । ସେ ମତେ ବାହାରକୁ ଆଣିବାପରେ ମତେ ବାହାରେ କେବଳ ଲୋକମାନଙ୍କର କୋଳାହାଳମୟ ଶଦ୍ଦ ସହିତ ନିଆଁ ଲିଭା ଗାଡିର କୁଁ କୁଁ ଶଦ୍ଦ ଶୁଭୁଥାଏ । ଆଉ ମୁଁ ଦେଖିଲି ଆମ ଘର ହିଁ ଜଳୁଥିଲା । ତାପରେ ଚାରିଆଡକୁ ଅନାଇଲି ପାଖରେ କେହି ନଥିଲେ, ନା ଥିଲେ ବାପା ମା’ ନା ଥିଲେ ପରିବାରର କେହି ଲୋକ । ମୁଁ କାନ୍ଦିବାକୁ ଲାଗିଲି ଆଉ ବାପା ମା’ଙ୍କୁ ଖୋଜିଲି । ହେଲେ କେହି ବି... ମତେ କିଛି କହିଲେନି । ଆଉ ଆମ ଘର ପାଖର ଜଣେ ଖୁଡି ଆସି ମତେ ନେଇଗଲେ ଓ ତାଙ୍କ ଘରେ ଶୁଆଇ ଦେଲେ ।

        ସକାଳ ହେଲା ମୁଁ ଉଠିଲି... ମୋ ଆଗରେ ଥିଲେ ଖୁଡି ଆଉ କହିଲେ ଦୀପାଳି କଣ ଖାଇବୁ କଣ କରିବି ତୋ ପାଇଁ । ମୁଁ ତାଙ୍କୁ ପଚାରିଲି ମତେ ତୁମେ କାହିଁକି ଏଠାକୁ କାହିଁକି ନେଇ ଆସିଛ । ମୁଁ ଆମ ଘରକୁ ଯିବି..ବାପା ମା’ଙ୍କ ପାଖକୁ । ଆଉ ସେ ମତେ ଯାହା କହିଲେ ତାହା ମୋ ଶୁଣିବାର ଶକ୍ତିଠାରୁ ବାହାରେ ଥିଲା ।

              ସେ କହିଲେ କାଲି ରାତିରେ ଜଣେ କିଏ ବାଣ ଲଗାଉଥିଲା । ସେ ବାଣର ନିଆଁରେ ତୁମ ଘର ପୋଡି ଯାଇଛି ତ ତୋ ବାପା ମା’ ଘର ଲୋକ ସମସ୍ତେ ତୋ ଦିଦିଙ୍କ ଘରକୁ ଯାଇଛନ୍ତି । ତୁ ନୀଦରେ ଶୋଇଥିବାରୁ ତତେ ମୋ ପାଖରେ ଛାଡି ଦେଇଥିଲେ । ଏହା ପରେ ମୁଁ ମନେ ମନେ ବହୁତ ରାଗିଲି ବାପା ମା’ଙ୍କ ଉପରେ ଆଉ କାନ୍ଦିଲି ମଧ୍ୟ । ତାପର ଦିନ ଦିଦି ଆସି ପହଂଚିଲେ ମୋ ପାଖରେ ଓ ମତେ ଧରି ବହୁତ ଜୋରରେ କାନ୍ଦିଲେ । ମୁଁ ସେତବେଳକୁ କିଛି ବି ବୁଝି ପାରୁନଥାଏ ନା କଣ ହୋଇଛି ଜାଣି ପାରୁଥାଏ । ଦିଦି ମତେ ନେଇ ଆସିଲେ ତାଙ୍କ ଘରକୁ ଅବା ଏଇ ସହରକୁ । ମୁଁ ଏଠି ଆସି ପହଂଚିଲା ପରେ ବାରମ୍ବାର ବାପା ମା’ଙ୍କୁ ଖୋଜିଲି ରାହା ଧରି କାନ୍ଦିଲି । କାନ୍ଦିନଥାନ୍ତି ଯେ କିପରି ମୁଁ ଯେ ବାପା ମା’ଙ୍କର ଗୋଟେ ବୋଲି ଅଲିଅଳି ଝିଅ ଥିଲି । ମୁଁ ଅଧିକ କାନ୍ଦିବାରୁ ଦିଦି ମତେ ଦୁଇଟା ଚାପୁଡା ମାରିଲେ ଆଉ ସେ ମଧ୍ୟ କାନ୍ଦି କାନ୍ଦି କହିଲେ ସମସ୍ତେ ତ ମଲେ ତୁ ନ ମରି ମୋ ଜୀବନକୁ ଏଠି ଖାଉଛୁ । ମୁଁ ସେଠୁ ହିଁ ଜାଣିବାକୁ ପାଇଲି ଯେ ମୋ ବାପା ମା’ ପରିବାର ସମସ୍ତେ ଆଉ ନାହାନ୍ତି ।

             ଦିଦିଙ୍କର ଢେରସାରା ଭଲପାଇବା ମତେ ଧିରେ ଧିରେ ସମସ୍ତ ଘଟଣା ଭୁଲାଇଦେଲା । ହେଲେ କପାଳ ଲିଖନ କେ ଅବା କରିବ ଆନ । ସେଦିନ ବି ଥାଏ ଦୀପାବଳି । ୨୦୧୩ ମସିହାର କଥା ମୁଁ ବାଣ ଫୁଟାଇବି ବୋଲି ଜିଦି ଧରି ବସିଲି । କାରଣ ଏହା ପୂର୍ବରୁ ଦିଦି ମତେ ବାଣ ଫୁଟାଇବାକୁ ଦେଉନଥିଲା । ମୁଁ ଟିକେ ସେଦିନ ବହୁତ ଜିଦି କରିବାରୁ ଦିଦି ନିଜେ ବି ମୋ ସହ ବାଣ ଫୁଟାଇଲେ । ହେଲେ ଭଗବାନଙ୍କର ଇଚ୍ଛା ବୋଧହୁଏ ଆଉ କିଛିଥିଲା । ଦିଦି ବାଣ ଫୁଟାଇବା ବେଳେ ତା ଲୁଗାରେ ବାଣର ନିଆଁ ପଡିଗଲା ଆଉ ସେ ଜଳିବାକୁ ଲାଗିଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଗଲା ହେଲେ ମେଡିକାଲରେ ପହଂଚିବା ପୂର୍ବରୁ ସେ ବାଟରେ ମୋ ହାତଧରି କହିଲେ ମୁଁ ଆଉ ବଂଚିବିନି, ତୁ ନିଜର ଖିଆଲ ରଖିବୁ...ବାସ ଏତିକି କହିବାପରେ ସେ ଆଉ କିଛି ବି କହିଲେନି । ମୁଁ ସେଦିନ ଯେତେ କାନ୍ଦିଲେ ବି ସେ ଆଉ ପଦେ ହେଲେ କଥା କହିନଥିଲେ । ଦିଦି ଚାଲିଯିବାର କିଛିଦିନ ପରେ ତାଙ୍କ ଘର ଲୋକଙ୍କ ଦ୍ୱାରା ଆରମ୍ଭ ହୋଇଗଲା ଆତ୍ୟାଚାର ମୋ ଉପରେ । ସେମାନେ ମତେ ଘରର ସବୁ କାମ କରାଇଲେ । ମତେ ବହୁତ ମାରିଲେ । ସେଥିପାଇଁ ମୁଁ ଦୁଇଦିନ ହେବ ତାଙ୍କ ଘରୁ ଲୁଚି ପଳାଇ ଆସିଛି । ହେଲେ ଦୁଇଦିନ ହେଲା କିଛି ଖାଇନି...ଯାହାକୁ ମାଗିଲେ ବି କେହି ଖାଇବାକୁ ଦେଉନାହାନ୍ତି । ଖାଇବାକୁ ଦେବା ବଦଳରେ କିଏ ମତେ ଗୋଇଠା ମାରୁଛି ତ କିଏ ମତେ ପାଣି ପକାଉଛି ।   

          ତାର ଏତେ କଥା ମୁଁ ଏକ ଲୟରେ ଶୁଣିଯାଉଥିଲି । ହେଲେ ସେତବେଳକୁ ମୋ ଅଖିରୁ ମୋ ଅଜଣାତରେ ଲୁହର ଧାର ଛୁଟିବାକୁ ଲାଗିଥିଲା ମୁଁ ଜାଣି ନଥିଲି । ଏହା ପରେ ମୁଁ ତାକୁ ଧରି ବହୁତ ଜୋରରେ କାନ୍ଦିବାକୁ ଲାଗିିଲି । ପାଖରେ ଥିବା ସାଙ୍ଗମାନେ ମତେ ବୁଝାଇବାକୁ ଚେଷ୍ଟା କରୁଥାନ୍ତି । ତାପରେ ତାକୁ ଗୋଟେ ଭଲ ଅନାଥ ଆଶ୍ରମରେ ନେଇ ଛାଡିଆସିଲୁ । ତାକୁ ଛାଡି ଆସିଲା ବେଳେ ମୁଁ କେବଳ ଏତିକି ଭାବୁଥିଲି ସତରେ ଏ ଦୀପାବଳି କାହାକୁ ଖୁସି ଦେଇଥାଏ ତ ଆଉ କାହାର ସଂସାର ଉଜାଡି ଦେଇଥାଏ । ବାଃ...ରେ ଦୀପାବଳି... । ହଁ ତୋର ଅବା କି ଦୋଷ ତୁ ତ ଆଉ କାହାକୁ କହିନୁ କି ବାଣ ଫୁଟାଇ କାହାର ଘର ଜାଳିଦିଅ କି ଆଉ କାହାକୁ ଜୀବନରୁ ମାରିଦିଅ । ଏ ସବୁ ତ ଆମ ସଭ୍ୟ ସମାଜର ଲୋକମାନେ ହିଁ ଆରମ୍ଭ କରିଛିନ୍ତି । ବାଣ ଫୁଟାଇବା ନାଁରେ ସେ ଭୁଲି ଯାଉଛନ୍ତି ଯେ ତା ଦ୍ୱାରା କାହାର କେତେ କ୍ଷତି କରୁଛନ୍ତି । ଆଉ ଦୀପାଳି ଭଳି ଅନେକ ଛୋଟ ଛୋଟ ଦୀପ ଜଳିବା ଆଗରୁ ବଳିପଡୁଛନ୍ତି ଆଉ ଲିଭିଯାଉଛି ସେମାନଙ୍କର ଜୀବନର ଦୀପ । 

                                                                 ଦିବ୍ୟଜ୍ୟୋତି ମହାନ୍ତି

ଦୀପାବଳି ଜଳୁଥିବା ଘରୁ ବାଣ

Rate the content


Originality
Flow
Language
Cover design

Comments

Post

Some text some message..