Dibyajyoti Mohanty

Tragedy

3  

Dibyajyoti Mohanty

Tragedy

ଝଡ

ଝଡ

2 mins
7.3K


ଭାସିବୁଲୁଥିଲା ଆକାଶରେ କଳା ହାଣ୍ଡିଆ ମେଘଖଣ୍ଡେ । ସୁନ୍ଦର ଶୀତଳ ଜହ୍ନଟା ବାଦଲର କଳା ଭଉଁରି ଭିତରେ ଲୁଚକାଳି ଖେଳି ଅଣନିଶ୍ୱାସୀ ହୋଇଗଲା ପରି ମନେହେଉଥିଲା । କିଛି ସମୟ ପୂର୍ବରୁ ଜୋସ୍ନା ରାଣୀକୁ ଜଗି ବସିଥିବା ଅସଂଖ୍ୟ ସୈନ୍ୟ ରୂପକ ତାରା ମାନଙ୍କୁ ମେଘମାଳାମାନେ ପରାଜୟ

କରିଥିଲେ । ରହି ରହି ବିଜୁଳିଟା ବି ଆକାଶର ବୁକୁରେ ଟାଣିଦେଉଥିଲା ଆଲୋକର ରଶ୍ମିଟେ । ଘଡଘଡିର ଥର ଥର ଶବ୍ଦରେ ଥରି ଉଠୁଥିଲା ପୃଥିବୀ । ପକ୍ଷୀମାନେ ପୃଥିବୀର ଏପରି ପ୍ରାକ୍ ଅଶାନ୍ତ ରୂପରେ ଭୟଭୀତ ହୋଇ କରୁଣଭରା କିଚିରି ମିଚିରି ଶବ୍ଦ ସୃଷ୍ଟି କରିବା ଆରମ୍ଭ କରିଦେଇଥାନ୍ତି । ଜହ୍ନ ଆଲୋକ ଦ୍ୱାରା ଖିଲି ଖିଲି ହୋଇ ହସୁଥିବା ରାସ୍ତା ଆରପଟର କୃଷ୍ଣଚୂଡା ଗଛରୁ ଫୁଲ ଗୁଡିକ ପ୍ରଳୟରୂପି ପବନରେ ଖସିବାକୁ ଲାଗିଥାନ୍ତି । କିନ୍ତୁ ବାଦଲ ନିରବ ନିଶବ୍ଦ ହୋଇ ଝରକା ପାଖେ ବସିଥିଲା । ଆକାଶର କଳାହାଣ୍ଡିଆ ଚେହେରାକୁ ଦେଖି ମନେ ମନେ କ’ଣ ସବୁ ଭାବିଚାଲିଥିଲା । ଏହି ସମୟରେ ସେପଟୁ ମା’ଙ୍କ ଡାକ ଶୁଭିଲା... ଆରେ ରାତି ୯ଟା ବାଜିଲାଣି ଖାଇବୁ ଆସେ । ହଁ ଆସିଲା ବେଳେ ଝରକାଟା ବନ୍ଦ କରିଦେଇ ଆସିବୁ । ଝଡ ଆସିବ ବୋଧେ ନ ହେଲେ ପବନ ମେଘ ସବୁ ଘରେ ପଶିବ । ମାତ୍ର ବାଦଲ ସେମିତି ବୁଡି ରହିଥିଲା ଆକଶର କଳାହାଣ୍ଡିଆ ଚେହେରା ଭିତରେ । ଭାବୁଥିଲା ହୁଏତ କିଛି କ୍ଷଣ ପରେ ଆକାଶରେ ସୃଷ୍ଟି ହୋଇଥିବା ଝଡ ବନ୍ଦ ହୋଇଯାଇପାରେ ମାତ୍ର ତା’ ଛାତି ଭିତରେ ସୃଷ୍ଟି ହୋଇଥିବା ଅତୀତର ସେ ଅଂସଖ୍ୟ ଝଡ ସବୁ କେବେ ବି ବନ୍ଦ ହେବନି । ଅଲିଭା କାଳିରେ କେହି ଜଣେ ଆପଣାର ଲେଖିଯାଇଥିବା ଅତୀତର ଇତିହାସକୁ କେବଳ ନିଶ୍ୱାସର ଝଡ ହିଁ ବନ୍ଦ କରିପାରେ । ଯାହାପରେ ଚର୍ତୁଦିଗ ବ୍ୟାପି ସୃଷ୍ଟି ହୋଇପାରେ ଝଡ ପରର ନିରବତା । ହୁଏତ ଘର ବାହାର ସବୁଠି ଖେଳିଯାଇପାରେ ନିରବତା ହିଁ ନିରବତା । ବାପାଙ୍କ ମନରେ ଥିବ କୁଢ କୁଢ ନିରବତା, ମା’ ପାଲଟିଯାଇଥିବ ଜଡତା ପୂର୍ଣ୍ଣ ଅବୟବଟେ । ଭାଇ ଭଉଣି ଲୋଡୁଥିବେ ସହାୟତା ଆଉ ଆତ୍ମୀୟସ୍ୱଜନ ଖୋଜୁଥିବେ ଆତ୍ମୀୟତା ।  

                 ଦିବ୍ୟଜ୍ୟୋତି ମହାନ୍ତି

ph.no-7377510254

Email-mikunmohanty63@gmail.com


Rate this content
Log in

Similar oriya story from Tragedy