STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ସିନ୍ଦୁର ( ଭାଗ ନବମ)

ସିନ୍ଦୁର ( ଭାଗ ନବମ)

1 min
450

ସନ୍ଧ୍ୟା ବେଳେ ନାରୀ ସେବାସଦନ ପ୍ରକୋଷ୍ଠରେ ସଚେତନତା ଶିବିର ଆୟୋଜନ ଚାଲିଛି ।ଏଥିରେ ଶୋଭାଦେବୀକୁଁ ନିମତ୍ରିତ କରାଯାଇଛି । ସମାଜ ସେବାରେ ନିଜକୁ ନିୟୋଜିର କରି ଦୃଷ୍ଟାନ୍ତ ସୃଷ୍ଟିକରିଥିବା ଓଡ଼ିଶାର କେତେକ ମହିଳାମାନକୁଁ ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ମହିଳା କମିଶନର ସେଲ ରୁ ଏହି ପୁରସ୍କାର ବିବେଚିତ ହୋଇଥାଏ । ତିନିଦିନ ଧରି ପ୍ରଶିକ୍ଷଣ ଓ ଆଲୋଚନା କାର୍ଯ୍ୟକ୍ରମ ର ଅନ୍ତିମ ଦିନ ପୁରସ୍କାର ପ୍ରଦାନ ।

ଯଥା ସମୟରେ ଉପସ୍ଥିତ ହେଲେ ଶୋଭା ଦେବୀ । ରାଜ୍ୟର ବିଭିନ୍ନ ମହିଳା ସ୍ୱାସ୍ଛାସେବୀ ଅନୁଷ୍ଠାନର କର୍ମକର୍ତା କଂ ଉପସ୍ଥିତି ରେ ମହିଳା କମିଶନର ନାମ ଘୋଷଣା କଲେ । ଜଣେ ଆଦର୍ଶ ମହିଳା ନିଜକୁ ସେବାରେ ଉତ୍ସର୍ଗ କରି ଅସହାୟ ଛାତ୍ରୀଟି ଦୁଷ୍କର୍ମର ଶୀକାରହୋଇଥିବା ଘଟଣାରେ ତାକୁ ସହଯୋଗ କରି ନାୟଦେଇଥିବାରୁ ତାଙ୍କୁ ଅନୁଷ୍ଠାନ ତରଫରୁ ବଧେଇ ଜଣାଉଛୁ ଓ ମଞ୍ଚରେ ଉପସ୍ଥିତ ହେବାକୁ ଅନୁରୋଧ କରୁଛୁ । ଶ୍ରୀମତୀ ସୁଭଦ୍ରା ଦେବୀ କୁଁ ମଞ୍ଚ ସ୍ୱାଗତ କରୁଛି । ମଞ୍ଚ ଉପରକୁ ଗଲେ ଶୋଭା ଦେବୀ । ଯଥା ବିଧି ରେ ଉପଢୋଉକନ ଓ ପୁରସ୍କାରପ୍ରଦାନ ପର୍ବ ପରେ,ନିଜ ସଂକ୍ଷିପ୍ତ ମତ ପ୍ରଦାନ ପାଇଁ ଅନୁରୋଧ କରାଗଲା ।

ଶୋଭା ଦେବୀ ଆରମ୍ଭ କଲେ, ଉପସ୍ଥିତ ମୋର ଆଦରର ଭୋଉଣୀ ମାନେ,ଏପରି ସନମାନ କୁ ସ୍ୱାଗତ କରୁଛି, ମାଆ ଦୁର୍ଗା କଂ ମସ୍ତକର ସିନ୍ଦୁର ପରି ପବିତ୍ର ନାରୀର ସିନ୍ଦୁର ,କେବେ କେଉଁପରିସ୍ଥିତିରେ ଡ଼ରିବାର ନୁହେଁ,ସମାଜରେ ବ୍ୟାଧି ପରି ଦୁର୍ନୀତିକୁ ପ୍ରସୟଦେଉଥିବା ନେତା ରୁ ଅଭିନେତା ରୂପୀ ମହିଷାସୁର ମାନଙ୍କୁ ବିନାଶକରିବାକୁ ମା ଭୋଉଣୀମାନେ ଆଗେଇଆସନ୍ତୁ,ମୋର ଭୋଉଣୀ ମାନଙ୍କୁ ଆହ୍ୱାନ କରୁଛି । ଜଣେ ନାରୀ ଯେମିତି ଜୀବନର ପ୍ରତେକ ପାହାଚ କନ୍ୟା ,ଦୁହିତା,ରମଣୀ, ଦେଇ ଅତିକ୍ରମ କରିଛି ସେମିତି ବି ତାର ଆଉଗୋଟିଏ ରୂପ ଦେବୀ,ତାର ଶକ୍ତିକୁ ପ୍ରୟୋଗ କରି ସୁସ୍ଥ ସମାଜ ଗଠନରେ ସହାୟକ ହେଉ । ଧନ୍ୟବାଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract