Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Tragedy Inspirational

2  

Rasmi Rekha Tripathy

Tragedy Inspirational

ଅନ୍ଧାର ଘର

ଅନ୍ଧାର ଘର

1 min
7.5K


ଶିଡିଘରକୁ ଲାଗି ବଡ ଭଣ୍ଡାର ଘରଟି l ସାରା ଘରର ଆବୁରୁ ଜାବୁରୁ ଜିନିଷରେ ଭର୍ତ୍ତି ସେହି କୋଠରୀଟି l ପୁରୁଣାକାଳିଆ ଘର l ତେଣୁ ଆଲୁଅ ବ୍ୟବସ୍ଥା ନାହିଁ ସେହି କୋଠରୀଟିରେ l ପିଲା ଦୁଇଟା ଦୁଷ୍ଟାମୀ କଲେ ସେହି ଭଣ୍ଡାର (ଅନ୍ଧାର) ଘରେ ଭର୍ତ୍ତି କରି ବାହାର ଆଡୁ ବନ୍ଦ କରିଦେବାର ଭୟ ଦେଖାଇ ଜବତ୍ କରେ ସେମାନଙ୍କୁ l ସେ ଦିନ ସେମାନଙ୍କର ଦୁଷ୍ଟାମୀ ସୀମା ଟପି ଯାଇଥିଲା l ମୁଁ ମଧ୍ୟ ରାଗରେ ହିତାହିତ ଜ୍ଞାନ ଭୁଲି ସେ ଭିତରେ ସେ ଦୁହିଁଙ୍କୁ ଭର୍ତ୍ତି କରି ଦେଲି l ରାତିରେ ଝିଅକୁ ଭୟଙ୍କର ଭାବେ ଜ୍ଜ୍ୱର l ଆଠ ଦିନ ପରେ ସୁସ୍ଥ ହେଲା ସିଏ l ହଠାତ୍ ଦିନେ ଲକ୍ଷ୍ୟ କଲି ଭଣ୍ଡାର ଘର କବାଟ ଠିକ୍ ଭାବରେ ବନ୍ଦ କରି ହେଉନି l କିଏ ତାକୁ ଉଦ୍ଦେଶ୍ୟମୂଳକ ଭାବେ ଭାଙ୍ଗିବାକୁ ଚେଷ୍ଟା କରିଛି l ଜାଣି ପାରିଲି ପୁଅର କାମ l ତଥାପି ବି ନିଶ୍ଚିତ ହେବା ପାଇଁ ପଚାରିଲି ତାକୁ l

: ମୁଁ କରିଛି ମାମା! ତୁମେ ଆଉ ନାନୀକୁ ତା ଭିତରେ ଲକ୍ କରିପାରିବନି ସେଥିପାଇଁ l ପନିଶମେଣ୍ଟ୍ ଦେବ ଯଦି ମୋତେ ଦିଅ ନା l ନାନୀକୁ କାହିଁକି ? ତୁମେ କଣ ଜାଣିନ ସିଏ କେତେ ଡରେ? ତଥାପି ବି ତାକୁ ସେହି ଅନ୍ଧାର ଘରେ କାହିଁକି ପକେଇ ଦିଅ ତୁମେ? ନିର୍ଭୀକ ଭାବରେ ମୋ ଆଖିରେ ଆଖି ରଖି ଉତ୍ତର ଦେଲା ପୁଅ ମୋର l

ମୋ ବୋଉ ଠିକ୍ କହୁଥିଲା l ତାହା ସେମାନଙ୍କର ଝଗଡା ନୁହେଁ, କଥାବାର୍ତ୍ତା l ଆଜି ଅନୁଭବ କଲି ମୁଁ l


Rate this content
Log in

Similar oriya story from Tragedy