Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Comedy Drama Others

4.0  

Trushna Das

Comedy Drama Others

ହେରା ଫେରୀ

ହେରା ଫେରୀ

4 mins
179


ବାବୁରାଓ, ରାଜୁ ଓ ଶ୍ୟାମ ତିନି ସାଙ୍ଗ। ବାବୁରାଓଙ୍କର ବୟସ 45 ବର୍ଷ ହୋଇଥଗବା ବେଳେ ରାଜୁ ଓ ଶ୍ୟାମର ବୟସ 30ବର୍ଷ ଉଭୟଙ୍କର। 


ବାବୁରାଓ ଘରେ ରାଜୁ ଏବଂ ଶ୍ୟାମ ଘର ଭଡାରେ ଅଛନ୍ତି। ରାଜୁ ଓ ଶ୍ୟାମ ସାଙ୍ଗ ହେଲେ ମଧ୍ୟ ପରସ୍ପରଙ୍କ ମଧ୍ୟରେ ଟିକେ ନା ଟିକେ ଖିଟମିଟ ଚାଲିଥାଏ।ସେମାନେ କଳି ଝଗଡ଼ା ଲାଗୁ ଲାଗୁ କେତେବେଳେ ବାବୁରାଙ୍କ ଧୋତି ଖୋଲି ଦିଅନ୍ତି ତ ପୁଣି କେତେବେଳେ ବାବୁରାଓଙ୍କ ଚଷମା ଭାଙ୍ଗି ଦିଅନ୍ତି ତ କେତେବେଳେ ସେମାନେ ତାଙ୍କ ଘର ଜିନିଷ ପତ୍ର।ଏଥିରେ ବାବୁରାଓ ରାଗି କୁହନ୍ତି ରେ ବାବା ତୁମେମାନେ କେତେ ବେଳେ ମୋ ଜୀବନ ନେଇ ଯିବରେ ବାବା। ମୋ ଭଡା ଟଙ୍କା ଦେଇ ବାହାରି ଯାଅରେ ବାବା। ରାଜୁ ଓ ଶ୍ୟାମ ଆସି ପୁଣି ଗେହ୍ଲେଇ କି ବାବୁ ଭାଇ ଡାକି ଦେଲେ ସେ ଚୁପ୍ ହୋଇ ଯାଆନ୍ତି। 


ଦିନେ ବାବୁ ରାଓ ଶ୍ୟାମ ଓ ରାଜୁକୁ ଡାକି କହିଲେ ତୁମେମାନେ ମୋ ପାଇଁ ଗୋଟିଏ ଝିଅ ଖୋଜି ଦିଅ। ମୁଁ ବାହା ହେବି। ରାଜୁ ପାଣି ପିଉଥାନ୍ତି ।ଏ କଥା ଶୁଣି ରାଜୁଙ୍କର ତାଲୁକା ଉଠି ଗଲା ପାଣିକୁ ସେ ପୁଚ୍ କରି ଶ୍ୟାମ ଉପରେ ପକାଇଲେ। ଶ୍ୟାମ ରାଗି ଯାଇ ରାଜୁକୁ ପିଟିବାକୁ ଯାଉଥିଲେ। ଚେୟାରରେ ଛନ୍ଦି ହୋଇ ବାବୁରାଓ ଉପରେ ପଡିଲେ।


ବାବୁ ରାଓ ପାଟି କଲେ ରେ ବାବା ମାରି ଦେଲେ ମାରି ମାରି ଦେଲେ। 


ରାଜୁ ଆସି ବାବୁରାଓଙ୍କୁ ଉଠାଇଲେ ଏବଂ କହିଲେ ଏ ବୟସରେ ବାହାଘର। 


ବାବୁ ରାଓ କହିଲେ ଆରେ ଦେବା ଦେବା! ମୋର ବୟସ କେତେ କି? ମୁଁ ବାହା ହୋଇ ପାରିବିନି କି?ଯଦି ଝିଅ ଠିକ ନ କରି ପାରିବ କହି ଦିଅ। ମୋତେ ଏମିତି ଠେଲି କି ମାର ନାହିଁ ତ ବାବା! ଶ୍ୟାମ ସହ ତ ମୁଁ ଆଉ କଥା ହେବିନି। 


ଶ୍ୟାମ: ବାବୁ ଭାଇ ଶୁଣନା।ମୁଁ କଣ ତୁମକୁ ମାରୁ ଥିଲି କି? ମୁଁ ତ ରାଜୁକୁ ମାରିବାକୁ ଯାଉଥିଲି ତୁମ ଉପରେ ପଡ଼ି ଗଲି। 


ବାବୁ ରାଓ କହିଲେ ନାଇ ନାଇ ଆଉ ତୁମମାନଙ୍କ କଥା ଶୁଣିବି ନାହିଁ। ମୁଁ ନିଜେ ମୋ ପାଇଁ ଝିଅ ଖୋଜିବି କହି ଘୁରି ପଳାଇବାକୁ ବାହାରିଥିଲେ, ତାଙ୍କର ଧୋତି ଚେୟାରରେ ଲାଗି ଚିରି ଗଲା। ବାବୁରାଓ ତଳେ ପଡ଼ି ଗଲେ। ରାଜୁ ଓ ଶ୍ୟାମ ଛିଡ଼ା ହୋଇ ବାବୁ ରାଓଙ୍କୁ ଦେଖି ହସୁ ଥିଲେ।


ବାବୁ ରାଓ କହିଲେ ତୁମେ ମୋତେ ନ ଊଠାଇ ହସୁଛ।ଏମିତି ତୁମେମାନେ। ତାପରେ ଶ୍ୟାମ ଓ ରାଜୁ ତାଙ୍କୁ ଉଠେଇ କହିଲେ ତୁମକୁ ଉଠେଇଲେ ବି ତ ତୁମେ ଆମକୁ କହିବ ଆମର ସାହାଯ୍ୟ ଦରକାର ନାହିଁ ବୋଲି। 


ବାବୁ ରାଓ କିଛି ନ କହି ପଲାଇଲେ।


ତାପରେ ରାତିକୁ ରାଜୁ ବାବୁ ରାଓଙ୍କୁ ତାଙ୍କ ମବାଇଲ ମାଗିବାରୁ ଶାମ କହିଲେ ବାବୁ ଭାଇ ମୋବାଇଲ ଦେବ ନାହିଁ।ଇଏ ବହୁତ ଚାଲାକ ତୁମ ମୋବାଇଲରୁ ଟଙ୍କା ନିଜ ବ୍ୟାଙ୍କକୁ ନେଇ ଯିବ। 


ବାବୁ ରାଓ ନିଜ ଧୋତି ଟେକି ଟେକି କହିଲେ ଏଁ। ରାଜୁ ତୁମେ ଏମିତି କରିବ ମୋ ସହିତ। 


ରାଜୁ କହିଲେ ବାବୁ ଭାଇ ତୁମେ ସବୁବେଳେ ତା କଥା ମାନି ଯାଉଛ। ସେ ମିଛ କହୁଛି।ମୁଁ ତ ଭାରତ ମେଟ୍ରୋମନିରେ ତୁମର ଏକାଉଣ୍ଟ ଖୋଲିବି ବୋଲି କହୁଥିଲି। 


ବାବୁ ରାଓ କହିଲେ ଏ ଶ୍ୟାମ.... ତୁମେ ସବୁବେଳେ ମୋତେ ରାଜୁ ବିରୁଦ୍ଧରେ କହୁଛ। ଏ ରାଜୁ ରାଗ ନାହିଁ। ଏହି ନିଅ ମୋ ଏକାଉଣ୍ଟ ଖୋଲି ଦିଅ। 


ରାଜୁ ଖୋଲି ଦେଲେ ଏକାଉଣ୍ଟ ଏବଂ ବାବୁ ରାଓଙ୍କୁ କହିଲେ ପ୍ୟାଣ୍ଟ ସାର୍ଟ ପିନ୍ଧି ଫୋଟ ଉଠାଇଅ ଦେବାକୁ।ନ ହେଲେ ସମସ୍ତେ ତାଙ୍କୁ ବୁଢ଼ା କହିବେ। 


ବାବୁ ରାଓ ପୁରା ରଙ୍ଗୀନ୍ ସାର୍ ପ୍ୟାଣ୍ଟ ପିନ୍ଧି ବାହାରି ଆସିଲେ। ତାପରେ ଫୋଟୋ ଉଠାଇବା ଆରମ୍ଭ କଲେ। 


ତାଙ୍କ ଫୋଟୋ ଉଠାଇବା ଢଙ୍ଗ ଦେଖି ଶ୍ୟାମ ଓ ରାଜୁ ହସି ହସି ଗଡି ଗଲେ। ଯାହା ବି ହେଉ ଫୋଟୋ ଉଠାଇ ମେଟ୍ରୋମନି ଏକାଉଣ୍ଟରେ ଅପଲୋଡ଼ କରା ହେଲା। 


ଦୁଇ ଦିନ ପରେ ସାଧନା ନାମକ ଝିଅର ପ୍ରୋଫାଇଲରୁ ବାହାଘର ପ୍ରସ୍ତାବ ଆସିଲା। ସାଧନା ଦେଖିବାକୁ ବହୁତ ସୁନ୍ଦର, ଧନୀ ଘର ଝିଅ ପରି ଫୋଟୋରେ ଲାଗୁଛନ୍ତି। 


ରାଜୁ ଓ ଶ୍ୟାମ ବାବୁ ରାଓଙ୍କୁ କହିଛନ୍ତି କିଛି ଅସୁବିଧା ଅଛି। ଭାବିଚିନ୍ତି ଆମେ ଆଗେଇବା। କିନ୍ତୁ ବାବୁ ରାଓ ସାଧନାଙ୍କ ସହ ମେସେଜରେ ଚାଟିଂ କରି ମନେ ମନେ ତାକୁ ଭଲ ପାଇଲେଣି। ସେ ରାଜୁ ଓ ଶ୍ୟାମଙ୍କ କଥା ଶୁଣିଲେ ନାହିଁ। 


ବାବୁ ରାଓ ଶ୍ୟାମ ଓ ରାଜାଙ୍କୁ ନେଇ ସାଧନାକୁ ଦେଖିବାକୁ ଗଲେ।ସେଠାକୁ ଯାଇ ସେମାନେ ଦେଖିଲେ ଘର ଖୋଲା ପଡିଛି ଏବଂ ଅନ୍ଧାର ହୋଇଛି। 


ରାଜୁ ମନା କରୁ ଥାନ୍ତି ଭିତରକୁ ଯିବା ପାଇଁ ।କିନ୍ତୁ ବାବୁ ରାଓ ମାନିଲେ ନାହିଁ। ଭିତରକୁ ଗଲା ପରେ ବାବୁ ରାଓ ଝୁଣ୍ଟି ତଳେ ପଡି ଗଲେ। ତାଙ୍କ ଚଷମା ଭାଙ୍ଗି ଗଲା। ସେ ରାଜୁ ଓ ଶ୍ୟାମକୁ କହୁଛନ୍ତି ଆରେ ଦେବା ଦେବା.... ଦେଖନା ମୁଁ କାହା ଉପରେ ପଡି ଗଲି।ମୋତେ ଦେଖା ଯାଉ ନାହିଁ। 


ସେଇ ସମୟରେ ରାଜୁ ଲାଇଟ ଜଳାଇଲେ। ଶ୍ୟାମ ଓ ରାଜୁ ଥରି ଥରି କହୁଛନ୍ତି....ବାବୁ ଭାଇ ତୁମେ ସାଧନା ଉପରେ ଶୋଇଛ। 


ବାବୁ ରାଓ କହୁଛନ୍ତି ମୋ ଭାଗ୍ୟ ଦେଖ... ଆସୁ ଆସୁ ମୁଁ ଓ ସାଧନା ଏକାଠି ଶୋଇଛୁ। 


ରାଜୁ କହିଲେ ବାବୁ ଭାଇ ତମେ ସାଧନାର ମୃତ ଶରୀର ଉପରେ ଶୋଇଛ। 


ବାବୁ: ଏ ରାଜୁ ଆଉ ମିଛ କୁହ ନାହିଁ ।


ଶ୍ୟାମ :ରାଜୁ ସତ କହୁଛନ୍ତି। ଚାଳ ଆମେ ଏଠାରୁ ପଳାଇବା। 


ସେଇ ସମୟରେ ଗଗନ (ସାଧନାଙ୍କ ସ୍ୱାମୀ) ଭିତରକୁ ଆସି କହୁଛନ୍ତି ତୁମେମାନେ ମୋ ସ୍ତ୍ରୀକୁ ମାରି ଦେଲ। 


ବାବୁ ରାଓ :ସାଧନା ତୁମ ସ୍ତ୍ରୀ.... ଏ ଭାଇ ଆମେ ମାରିନୁ। 

ସେତିକି ବେଳକୁ ଗଗନ ସେମାନଙ୍କ ଫୋଟୋ ଉଠାଇ ନେଲେ।


ପୋଲିସ ଗାଡିର ଶବ୍ଦ ପାଇ ରାଜୁ ଶ୍ୟାମ ଓ ବାବୁ ରାଓଙ୍କୁ ଧରି ଦୌଡ଼ିଲେ। ଅନ୍ଧାରରେ ଜାଣି ନ ପାରି ନାଳରେ ପଡିଗଲେ।


ନାଳରେ ଭାସି ଯାଇ ସେମାନେ ସମୁଦ୍ର ପାଖରେ ପଡିଛନ୍ତି ଏବଂ ଅଚେତ ହୋଇ ଯାଇଛନ୍ତି। 


ସକାଳୁ ଉଠି ବାବୁ ରାଓ କହିଲେ ଛି ଛି କି ଗନ୍ଧ ହେଉଛି। ଏ ରାଜୁ ଏ ଶ୍ୟାମ ରାତିରେ ଆମେ କେଉଠି ଶୋଇଲୁ ଯେ। 


ରାଜୁ କହିଲେ ନାଳରେ ଭାଇ। ମନା କରୁଛି.... ଭାବିଚିନ୍ତି ଆଗେଇବା... ହେଲେ ଝିଅ ଦେଖିବାକୁ ଯାଇ ଆମେ ଫସି ଗଲୁ ହେରା ଫେରୀ ରେ। 


ସେମାନେ ଉଠି ଧୋଇ ହେବାକୁ ସମୁଦ୍ର କୂଳରେ ଗଲେ। ସେଠି ଜାଣିଲେ ଯେ ସେମାନଙ୍କ ବିଷୟରେ ଖବର କାଗଜରେ ବାହାରିଛି ଯେ ସେମାନେ ସାଧନାକୁ ମାରିଛନ୍ତି ଏବଂ ବାବୁ ରାଓଙ୍କ ମୋବାଇଲ ପୋଲିସ ସାଧନାଙ୍କ ମୃତ ଶରୀର ପାଖରେ ପଡିଛି। ଏହା ଶୁଣି ସେମାନେ ସେମିତି ଅପରିଷ୍କାର ଅବସ୍ଥାରେ ସେଠାରୁ ଘରକୁ ଗଲେ। 


ନିଜ ନିର୍ଦୋଷ ପ୍ରମାଣ କରିବା ପାଇଁ ସେମାନେ ପୋଲିସକୁ ଦେଖା କରି ସବୁ କହିଲେ ଏବଂ ଯୋଜନା କରି ସେମାନେ ଗଗନକୁ ଡାକିଲେ।ମୋବାଇଲରେ ଲାଇଭ ଭିଡିଓ ରଖିଲେ। ସେଠାରେ ପହଞ୍ଚିବା ପରେ ସେମାନେ ଗଗନ ଠାରୁ ଜାଣିବାକୁ ପାଇଲେ ଯେ ସାଧନାକୁ ମାରିବା ଗଗନଙ୍କ ଯୋଜନା ଥିଲା, ସାଧନାଙ୍କ ସମ୍ପତ୍ତି ପାଇଁ ।ତାପରେ ଗଗନ ସେମାନଙ୍କୁ ମାରିବା ପାଇଁ ଗୋଡାଇଛନ୍ତି। ସେତିକି ବେଳକୁ ପୋଲିସ ଆସି ଗଗନ ଓ ତାଙ୍କ ସାଥୀମାନଙ୍କୁ ଗିରଫ କରିଛି। 


ବାବୁ ରାଓ ଶେଷରେ କହିଛନ୍ତି ଆଉ ଅନ ଲାଇନ ପ୍ରେମ ମୁଁ ଆଉ କରିବି ନାହିଁରେ ବାବା।


Rate this content
Log in

Similar oriya story from Comedy