Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumari Sagarika None

Inspirational

2  

Kumari Sagarika None

Inspirational

ଅବ୍ୟର୍ଥ ଔଷଧ

ଅବ୍ୟର୍ଥ ଔଷଧ

1 min
7.3K



ସବୁ ରିପୋର୍ଟକୁ ତନ୍ନ ତନ୍ନ କରି ଦେଖିଲି l କୋଉଠି କିଛି ବି ଅସୁବିଧା ନାହିଁ l ତେବେ ସେହି ନିର୍ଦ୍ଦିଷ୍ଟ ସମୟରେ ପିଲାଟାର ହାତ କାହିଁକି ବଙ୍କା ହୋଇଯାଉଛି ଜାଣି ପାରୁ ନ ଥିଲି ମୁଁ l ମୋର ସମସ୍ତ ଡାକ୍ତରୀ ବିଦ୍ୟା ଫେଲ୍ ମାରୁଥିଲା l ପିଲାଟିର ବାପା ମାଆଙ୍କର ବି ବ୍ୟସ୍ତତା କହିଲେ ନ ସରେ l

ହଠାତ୍ ମୋତେ ଲାଗିଲା ଛୁଆଟି ଛଳନା କରୁଛି l ଏଡେ ଟିକିଏ ଛୁଆ l ବୟସ ଜମ୍ମା ସାତ/ଆଠ ବର୍ଷ l ସତରେ କ’ଣ ସିଏ ଛଳନା କରୁଥିବ ? କେଜାଣି? ତଥାପି ବି ଗୋଟେ ଚେଷ୍ଟା କରିବାକୁ ଚାହିଁଲି l ପିଲାଟିର ପଢିବା ସମୟ ସନ୍ଧ୍ୟା ଛଅରୁ ନଅ l ଠିକ୍ ସେହି ସମୟରେ ହିଁ ତା’ ହାତ ବଙ୍କା ହୋଇଯାଏ ଓ ନଅ ବାଜିଗଲେ ଆପେ ଆପେ ଠିକ୍ ହୋଇଯାଏ l ମୋ କହିବା ଅନୁଯାୟୀ ତା’ ବାପା ମାଆ ତା’ର ପଢା ସମୟ ବଦଳେଇ ଦେଲେ l ମୋ ଅନୁମାନ ସମ୍ପୂର୍ଣ୍ଣ ଠିକ୍ ଥିଲା l ପାଠ ପଢା ନାଆଁ ଶୁଣିଲେ ପିଲାଟି ଜାଣିଶୁଣି ତା’ ହାତଟିକୁ ବଙ୍କା କରି ଦେଉଥିଲା l

: ଆଉ କିଛି ଉପାୟ ନାହିଁ l ଯଦି ସାତ ଦିନ ଭିତରେ ଏହି ମେଡିସିନରେ ନ କମେ, ତେବେ ହାତଟିକୁ କାଟିବାକୁ ପଡିବ l ପିଲାଟାକୁ ଶୁଣେଇ ଶୁଣେଇ ମୁଁ ଏତିକି କହିଲି l

ମୋର ଏହି ଅବ୍ୟର୍ଥ ଔଷଧ ଠିକ୍ କାମ କରିଥିଲା l ତା’ ପର ଠାରୁ ଛୁଆଟାର ଆଉ କିଛି ଅସୁବିଧା ହୋଇ ନ ଥିଲା l


Rate this content
Log in

Similar oriya story from Inspirational