Kumari Sagarika None

Inspirational

3  

Kumari Sagarika None

Inspirational

ଏ.ଟି.ଏମ୍.

ଏ.ଟି.ଏମ୍.

1 min
7.7K



ମଧ୍ୟବିତ୍ତ ପରିବାରରେ ବେଳେ ବେଳେ ଏମିତି ସମୟ ଆସିଯାଏ, ବେଳେ ବେଳେ ଏମିତି ଖର୍ଚ୍ଚ ଗୋଟିଏ ଅନାହୂତ ଭାବେ ଆସିଯାଏ, ସେତେବେଳେ କ’ଣ କରିବ - କ’ଣ ନ କରିବର ଦ୍ୱନ୍ଦ୍ୱ ଭିତରେ ମଣିଷର ବୁଦ୍ଧି ହଜିଯାଏ l

ମାସ ଶେଷ l ଇଏ ଯାଇଛନ୍ତି ଟୁରରେ l ଫେରିବେ ସାତ ଦିନ ପରେ l ହଠାତ୍ ଶାଶୁଙ୍କର ଦେହ ଖରାପ ହେଲା l ଡାକ୍ତର ଅନେକ ଗୁଡିଏ ଟେଷ୍ଟ୍ ଲେଖିଦେଲେ l ଟଙ୍କା ଦଶ ହଜାର ଲାଗିବ ଟେଷ୍ଟ୍ ପାଇଁ l ତା’ ପରେ ପୁଣି ଔଷଧ ଖର୍ଚ୍ଚ l ମୋ ପାଖରେ ପାଞ୍ଚହଜାର ଟଙ୍କା ହିଁ ବଳିଥିଲା l ମୁଁ ବ୍ୟସ୍ତ ହୋଇ ୟାକୁ ତା’କୁ ଫୋନ୍ କରୁଥିଲି l ପାଞ୍ଚ ବର୍ଷର ଝିଅ ମୋର ଚୁପ୍ ଚାପ୍ ଦେଖୁଥିଲା ଏ ସବୁ l କିଛି ସମୟ ପରେ କହିଲା,

: ମାମା ! ତମେ ଗୋଟିଏ ଏ.ଟି.ଏମ୍. କାର୍ଡ୍ କିଣୁନ ?

ମୁଁ ହଠାତ୍ ବୁଝି ନ ପାରି ପଚାରିଲି, ଏ.ଟି.ଏମ୍. କାର୍ଡ୍ କ’ଣ ହେବ ?

: ତା’କୁ ସେ ମେସିନରେ ପୁରେଇଲେ ପଇସା ବାହାରିବ l ମୁଁ ଦେଖିଛି l ବାବା ବାହାର କରନ୍ତି l

ଝିଅର ଏହି ସରଳତା ଦେଖି ଏତେ ବ୍ୟସ୍ତତା ଭିତରେ ବି ମୁଁ ହସି ପକେଇଲି l


Rate this content
Log in

Similar oriya story from Inspirational