Kumari Sagarika None

Inspirational

3  

Kumari Sagarika None

Inspirational

ଉପହାର

ଉପହାର

1 min
7.4K



କୋଡିଏ ଟଙ୍କାରେ ପେଟପୁରା ଜଳଖିଆ ମିଳିଯାଏ କଲେଜ୍ କ୍ୟାଣ୍ଟିନରେ l ଆମେ ପ୍ରାୟ ବିଜ୍ଞାନ ଛାତ୍ରୀ ସବୁ କଲେଜ୍ କ୍ୟାଣ୍ଟିନ ଉପରେ ନିର୍ଭର କରିଥାଉ ସକାଳ ଜଳଖିଆ ପାଇଁ l କାରଣ ଆମର କ୍ଲାସ୍ ସବୁ ସକାଳ ସାତଟାରୁ ଆରମ୍ଭ ହୋଇ ଦିନ ଗୋଟାଏରେ ସରେ l

ଆମ ରୁମରେ ଆମେ ପାଞ୍ଚ ଜଣ ପିଲା ରହୁଥିଲୁ l ମିତାଲିର ଜନ୍ମଦିନ ଥିଲା l ଆମେ ସମସ୍ତେ ସ୍ଥିର କଲୁ ଶହେ ଟଙ୍କା ଲେଖାଏଁ ଚାନ୍ଦା କରି ମିତାଲୀକୁ ଉପହାର ଦେବୁ l ସ୍ମୃତି ପ୍ରଥମେ ଚୁପ୍ ହୋଇଗଲା l ତା’ ପରେ କିନ୍ତୁ ଟଙ୍କା ଦେଲା l

ମୁଁ ଲକ୍ଷ୍ୟ କଲି, ତା’ ପର ଦିନ ସ୍ମୃତି ପେଟ କାଟିବାର ବାହାନା କରି କ୍ୟାଣ୍ଟିନ୍ ଗଲା ନାହିଁ l ଏମିତି ପାଞ୍ଚ ଦିନ ଗଲା l ମୁଁ ବୁଝି ପାରିଲି ଶହେ ଟଙ୍କା ଉପହାର ପାଇଁ ଖର୍ଚ୍ଚ କରିଥିବା ଯୋଗୁଁ ସେ ପାଞ୍ଚ ଦିନ ଜଳଖିଆ ଖାଇଲା ନାହିଁ l ମୋତେ ବହୁତ ଖରାପ ଲାଗିଲା l ତା’ ପର ଠାରୁ ମୁଁ ଆଉ କେବେ ବି ଏମିତି ଉପହାର ଦେବାକୁ ପସନ୍ଦ କରି ନାହିଁ l


Rate this content
Log in

Similar oriya story from Inspirational