Kumari Sagarika None

Inspirational

2  

Kumari Sagarika None

Inspirational

ଅନ୍ନ ଧ୍ୱଂସ

ଅନ୍ନ ଧ୍ୱଂସ

1 min
7.6K



ହଷ୍ଟେଲ୍ ଜୀବନରେ ଖରା ଦିନଟା ବେଶ୍ ମୌଜ୍ ମସ୍ତି କରୁ ଆମେମାନେ l ସମସ୍ତଙ୍କର ବର୍ଷ ଶେଷ ପରୀକ୍ଷା ପାଇଁ ଅପେକ୍ଷା l ସମସ୍ତେ ବ୍ୟସ୍ତ ପରୀକ୍ଷା ପାଇଁ l ସେହି ବ୍ୟସ୍ତତା ଭିତରେ ବି ଆମେ କିଛି ସମୟ ମୌଜ୍ ମସ୍ତି କରୁ l ନାନା ଚଟପଟି ସହିତ ପଖାଳ ଭାତ ଏକାଠି ଖାଇବା ବି ସେହି ମୌଜ୍ ମସ୍ତିର ଗୋଟିଏ ଅଂଶ ଥିଲା l

ସେ ଦିନ କିଏ ପାମ୍ପଡ ଛାଣି ଆଣିଲା l କିଏ ବାଇଗଣ ପୋଡା, ଆଳୁ ସିଝା ଆଣିଲା l କିଏ ଆଣିଥିଲା ଦହି ତ କିଏ ଆଣିଥିଲା ଆଚାର l ଉଦ୍ଦେଶ୍ୟ ସେହି ଗୋଟିଏ l ପଖାଳ ଖାଇବୁ l କିନ୍ତୁ ପୁରା ହଷ୍ଟେଲଟା ବୁଲି ଆସିଲୁ l କାହା ରୁମରେ ପଖାଳ କଂସାଏ ତ ଦୂରର କଥା, ଅନ୍ନ କଣିକାଏ ବି ମିଳିଲାନି ସେ ଦିନ l ଶେଷରେ ସେହି ଚଟପଟିକୁ ବିନା ପଖାଳରେ ଖାଇ ସନ୍ତୁଷ୍ଟ ହେବାକୁ ପଡିଲା l

ମନେ ପଡିଲା ଆଈ କଥା l ସବୁବେଳେ ଚିଡେ ଖାଇବା ବେଳେ ଭାତ ବୁଣିଲେ l କହେ, ‘ଯେତିକି ଭାତ ବୁଣୁଛୁ, ଦେଖିବୁ ରହ , ଯେଉଁ ଦିନ ଗୋଟିଏ କଂସାର ଭାତ ବୁଣିବା ସରିବ, ସେହି ଗୋଟିଏ ଦିନ ଭାତ ଖାଇବାକୁ ମିଳିବନି l’

ଆଜି ବୋଧହୁଏ ସେହି ଦିନ l


Rate this content
Log in

Similar oriya story from Inspirational