Kumari Sagarika None

Inspirational Others

1  

Kumari Sagarika None

Inspirational Others

ଇନଫେକ୍ସନ୍

ଇନଫେକ୍ସନ୍

1 min
1.5K


ଇନଫେକ୍ସନ୍ ଭୟରେ ଛୁଆକୁ କୁଆଡେ ବି ଛାଡନ୍ତିନି ସୋନି l କୋଉଠି ଧୂଳି ମାଟିରେ ଗୋଳି ହେବ l କ’ଣ ନାଇଁ କ’ଣ ଖାଇବ l ବାର ପିଲାଙ୍କ ସାଙ୍ଗରେ ମିଶିବ l ଇନଫେକ୍ସନ୍ ତ ହେବ ହିଁ ହେବ l ସେଥିପାଇଁ ସେ ଓ ରାଜା ସବୁବେଳେ ଘର ଭିତରେ l

ନଣନ୍ଦ ସ୍ମିତା ଆସିଥିଲେ ତାଙ୍କ ପୁଅକୁ ନେଇ l ନଣନ୍ଦେଇ ଡାକ୍ତର l କିନ୍ତୁ ନଣନ୍ଦଙ୍କର କିଛି ବାରଣ ନ ଥିଲା ତାଙ୍କ ପୁଅ ଉପରେ l ସେ ମନ ଇଚ୍ଛା ଖେଳୁ ଥିଲା, ବୁଲୁ ଥିଲା l ସ୍ମିତାଙ୍କୁ ପଚାରିବାରୁ କହିଲେ, ‘ଆମକୁ ପିଲା ବେଳେ କିଏ ଆକଟ କରୁଥିଲା ? ପିଲାମାନେ ଯଦି ଖେଳିବେନି, ବାହାରକୁ ଯିବେନି ତେବେ ଦୁନିଆକୁ ସାମ୍ନା କରିବେ କେମିତି ? ବାକି ରହିଲା ଇନଫେକ୍ସନ୍ କଥା l ଭୁଲ ଧାରଣା l ପିଲାମାନଙ୍କୁ ବାହାରକୁ ଛାଡିଲେ ହିଁ ସେମାନଙ୍କର ରେଜିଷ୍ଟାନ୍ସ୍ ପାୱାର୍ ବଢିବ l’

କ’ଣ କରିବା ଆଉ ନ କରିବାର ଦ୍ଵନ୍ଦ୍ଵ ଭିତରେ ସୋନି l


Rate this content
Log in

Similar oriya story from Inspirational