Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhabi Patel

Tragedy

3  

Madhabi Patel

Tragedy

ଦୁର୍ଘଟଣା

ଦୁର୍ଘଟଣା

5 mins
260


ସମ୍ବିତ ଓ ସୁରମାର ପ୍ରଥମ ବିବାହ ବାର୍ଷିକି ଥିଲା । ସୁରମା ପି.ଜି. ଲାଷ୍ଟଇୟରର ଛାତ୍ରୀ । ଭଲ ପ୍ରସ୍ତାବ ମିଳିବାରୁ ବାହାଘର ହେଇଗଲା । ହେଲେ ପଢା ଥିବାରୁ ସେ ହଷ୍ଟେଲରେ ରହି ପଢୁଥିଲା । ବିବାହ ବାର୍ଷିକୀ ପାଇଁ ସେ ଆଗରୁ ଝାରସୁଗୁଡା ଆସିଥାନ୍ତା । କିନ୍ତୁ ପରୀକ୍ଷାଟି ରହି ଯାଇଥିଲା । ସେ ପରୀକ୍ଷା ସାରି ଉପର ବେଳା ଫ୍ଲାଇଟରେ ଘରେ ପହଞ୍ଚିବ ବୋଲି ଘରେ ଫୋନ କରି କହିଦେଇଥିଲା । ସମ୍ବିତ ବି ଘରେ ସବୁ ସାଜସଜ୍ଜା କରି ରଖିଥିଲା । ଭୋଜି ଭାତର ଆୟୋଜନ କରିଥିଲା । ନିଜ କଲେକ୍ଟରିଏଟ୍ ଅଫିସରେ କାମ କରୁଥିବା ସମସ୍ତଙ୍କୁ ଡାକିଥିଲା ପାର୍ଟିରେ । ସମ୍ବିତର ନାନୀ ଭିଣେଇ ବି ଆସିଥାନ୍ତି । 

ପ୍ରଥମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲା ସମ୍ବିତ । ସମ୍ବିତଅଫିସରୁ ବାହାରିଲା ବେଳକୁ ଟିକେ ବିଳମ୍ବ ହେଇ ଯାଇଥିଲା । ଠିକ୍ ବେଳକୁ ଜଣେ ପରିଚିତ ଆସି ତାଙ୍କ କାମଟି ସାରି ଯିବାକୁ ଅନୁରୋଧ କଲେ । ସେ ତା କଥା କାଟିପାରିଲାନି । 

ଛଅ ମାସ ହେଲାଣି ସୁରମା ସହ ଦେଖା ହେଇନି । ଫୋନରେ କଥାବାର୍ତ୍ତା ହୁଏ ହେଲେ ସାମନା ସାମନି ଭେଟିବାର ଆନନ୍ଦରେ ଅଧିର ହେଇ ଉଠୁଥିଲା ତାମନ । ଆଜି ରାତିରେ ଭଲକରି ଝଡେଇବ ତାର ପାଉଣା । ଏତେଦିନର ବିରହ ବିଚ୍ଛେଦର କଡାଗଣ୍ଡା ଅସୁଲ କରିବ ତା ପାଖରୁ । ଏପଟେ ସୁରମାର ଫ୍ଲାଇଟ

ପହଞ୍ଚି ସାରିଥାଏ । ସେ ଲଗେଜ୍ ଧରି ବାହାରି ଆସିଲା । ସମ୍ବିତକୁ ଖୋଜାଖୋଜି କଲା ହେଲେ କୋଉଠି ଦିଶିଲାନି । ସେତେବେଳେ ଅଟୋବାଲାଟେ ତାର ବ୍ୟଗ୍ରତାକୁ ଠଉରେଇ ପାଖକୁ ଆସିଲା । ମେଡମ ଗାଡି ଦରକାର କି?ସୁରମା ହଁ ବୋଲି କହିଲା । ବେହେରାମାଲ ଯିବି କେତେ ନେବୁ । ସେ କହିଲା ଅଶି ଟଙ୍କା । ଚାଲ ସାମାନ ଲଦ କହିଲା ସୁରମା । ତାକୁ ଘରେ ପହଞ୍ଚିବାର ଜଲଦି ଥିଲା । ଘରେ କେତେ ଲୋକ ଜମିଥିବେ । ତା ମାଆଘରୁ ବି ସମସ୍ତେ ଆସିଥିବେ । ଭାଇ ଭଉଣୀଙ୍କ ସହ ଦେଖାହେବ । କେତେ ଖୁସିହେବେ ସମସ୍ତେ । ସେଥିପାଇ ସମ୍ବିତକୁ ଅପେକ୍ଷା କରିବାକୁ ତାର ଧୈର୍ଯ୍ୟ ନଥିଲା । ସେ ଅଟୋରେ ଘରକୁ ବାହାରିଗଲା । ସମ୍ବିତ ଅଧଘଣ୍ଟା ବିଳମ୍ବରେ ଅଫିସ ଛାଡିଲା । ସେ ତରତର ହେଇ ଗାଡି ଛୁଟାଉଥାଏ । ଓଏମ ପି ଆଗରୁ ଯୋଉ ନୂଆ ପୋଲ ତିଆରି ହେଇଛି ସେଠି ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେଇଥିଲା । ଏକ ଦଶଚକିଆ ଟ୍ରକ୍ ଧକ୍କାଦେଇ ଚାଲି ଯାଇଥିଲା । ଅଟୋଟି ରାସ୍ତା ତଳକୁ ଗଡି ପଡିଥିଲା । ଅଟୋବାଲା ଖଣ୍ଡିଆ ହେଇଥିଲେ ବି ଘୁସୁରି ଘୁସୁରି କୌଣସି ମତେ ରାସ୍ତା କଡକୁ ଆସି ଗାଡିମାନଙ୍କୁ ସାହାଯ୍ୟ ଭିକ୍ଷା କରୁଥାଏ । ଠିକ ସେତିକି ବେଳକୁ ସମ୍ବିତ ସେ ଜାଗା ଅତିକ୍ରମ କଲା । ଅଟୋବାଲାର କରୁଣ ଡାକ ସେ ଶୁଣିଥିଲା । ତା ଆଡେ ଏକ କରୁଣ ନଜର ପକାଇ ସେ ଏବେ ସାହାଯ୍ୟ କରିବାକୁ ଅକ୍ଷମ ବୋଲି ମନେମନେ ଭୁଡୁଭୁଡୁ ହେଇ ଆଗକୁ ବଢିଗଲା । କାରଣ ତାକୁ ବିଳମ୍ବ ହେଇଯାଇଥିଲା । ସେଆଡେ ସୁରମା ଅପେକ୍ଷା କରିଥିବ ତାକୁ । ଅନ୍ୟ ସମୟ ହେଇଥିଲେ ନିଶ୍ଚୟ ସାହାଯ୍ୟ କରିଥାନ୍ତା । ସେ ଏରୋଡ୍ରାମରେ ପହଞ୍ଚିବା ବେଳକୁ ବାହାର ଜାଗା ପୂରା ଖାଲି ଜଣାପଡୁଥିଲା । ଭୂବନେଶ୍ୱର ଫ୍ଲାଇଟ୍ କେତେବେଳୁ ପହଞ୍ଚି ସବୁ ଯାତ୍ରୀ ନିଜ ଘର ଚାଲିଗଲେଣି । ସେ ବଡ ଦୁଃଖିତ ହେଲା । ସୁରମା କେମିତି ଯାଇଥିବ ଘରକୁ?ସେ ଶିଘ୍ରତାର ସହ ଫେରିବାକୁ ଗାଡି ମୋଡିଲା । ସେ ନିଜ ଫୋନ ଚେକ୍ କଲା ସୁରମା କାଳେ ଫୋନ କରିଥିବ । ହେଲେ ତାର ନମ୍ବର ନଥିଲା । ବରଂ ଅନ୍ୟ ଏକ ଅଜଣା ନମ୍ବରର ଅନେକ ଗୁଡିଏ ଫୋନକଲ୍ ଥିଲା । କିଏ କ୍ଲାଇଣ୍ଟ ମାନେ ଫୋନ କରିଥିବେ ଭାବି ସେ ରିକଲ୍ କଲାନି । ତାକୁ ଏବେ ଶିଘ୍ର ଘରେ ପହଞ୍ଚି ସୁରମାଠୁ କ୍ଷମା ମାଗିବାର ଅଛି । ସେ ତାପାଇଁ ପ୍ରଥମ କାମ ହେବା କଥା । ନିଜ ଦାୟିତ୍ୱରେ ଅବହେଳା କରିଛି ଆଜି । ସୁରମା ନିଶ୍ଚୟ ଧୁମ୍ ରାଗିଥିବ । ରାଣୀଙ୍କର ମାନଭଞ୍ଜନ କରିବାକୁ ତାକୁ ବଡ ପରିଶ୍ରମ କରିବାକୁ ପଡିବ ଏଥର । କାନ ନାକ ଧରି ଉଠବସ ହେବ ପଛେ ତାକୁ ମନେଇନେବ । ଏମିତି ଭାବି ସେ ଆଗକୁ ବଢୁଥାଏ । ଏବେ ପୁଣି ସେ ଦୁର୍ଘଟଣା ଜାଗାରେ ସେ ପହଞ୍ଚିଗଲା । ଅଟୋ ସେମିତି ପଡିଥିଲା । ସେଠି ଜମିଥିବା ଜଣେ ଲୋକକୁ ପଚାରିଲା ଦୁର୍ଘଟଣାର କଣ ହେଲା । ସେ ଲୋକ କହିଲା । ମହିଳା ଜଣେ ଗୁରୁତର ଆଘାତ ହେଇଥିଲେ । ଅଟୋବାଲା ବି କ୍ଷତାକ୍ତ ହେଇଥିଲା ହେଲେ ହୋସରେ ଥିଲା । ଯୁବତୀଟି ବେହୋସ ଥିଲା । ଆମେ ଗାଡିଟେ ଯୋଗାଡକରି ନୂଆ ହସପିଟାଲକୁ ପଠାଇ ଦେଇଛୁ । 

ଏବେ ତା ମନରେ ଏକ ଝଟକା ଲାଗିଲା । କାହିଁ ସୁରମାର ଅଟୋ ଦୁର୍ଘଟଣା ହେଇନିତ?ସେ ତାକୁ ଫୋନ ଲଗାଇଲା ହେଲେ ଫୋନ ସୁଇଚ୍ ଅଫ୍ ଆସୁଥିଲା । ସେ ଏବେ ପୁଣି ଘର ମୁହାଁ ହେଲା । ଘରେ ପହଞ୍ଚି ଚାକରାଣୀଠୁ ଶୁଣିଲା ସମସ୍ତେ ହସପିଟାଲ ଯାଇଛନ୍ତି । କାହାର ଫୋନ ଆସିଥିଲା । ଏଠାକୁ ଆସ ବୋଲି । ସେ ପୁଣି ଗାଡି ଷ୍ଟାର୍ଟ ମାରି ନୂଆହସପିଟାଲ ଅଭିମୁଖେ ଯାତ୍ରାକଲା । ମନରେ ଉଦବିଘ୍ନତା ଥିଲା । ଅନେକ ଖରାପ ଚିନ୍ତା ଆସୁଥିଲା ମନରେ । ସେ ମନକୁ ବୁଝାଉ ଥିଲା ନାଁ ତା ସୁରମାର କିଛି ହେଇନଥିବ । ଘର ଲୋକେ ଅନ୍ୟ କାହା ଦେହ ଖରାପ ପାଇଁ ଯାଇଥିବେ । ସେ ଭଗବାନଙ୍କୁ ଡାକୁଥାଏ ହେ ଭଗବାନ ତାର ସୁରମାକୁ ଘଣ୍ଟ ଘୋଡେଇ ସୁରକ୍ଷିତ ରଖିଥାନ୍ତୁ । ତା ବିନା ତାଜୀବନର କିଛି ମାନେ ନାହିଁ । ସେ ହିଁ ତା ଜୀବନର ସୁଖର ଉତ୍ସ ସ୍ରୋତଟିଏ । ତାବି ନା ଜୀବନଟା ମରୁସ୍ଥଳ ତା ପାଇଁ । ଏମିତି ଭାବି ଭାବି ଅନ୍ୟମନସ୍କ ହେଇ ଗାଡି ଚଲଉ ଚଲଉ ସେ କେତେବେଳେ ପହଞ୍ଚି ଯାଇଥିଲା ଡାକ୍ତରଖାନାରେ । ପ୍ରକାଣ୍ଡଟେ ଡାକ୍ତରଖାନା ହେଇଛି । ଏ ନୂଆ ଡାକ୍ତରଖାନା ହେବାପରେ ସେ ପ୍ରଥମ ଏଠାକୁ ଆସିଥିଲା । ମଙ୍ଗଳବଜାର ପୁରୁଣା ଡାକ୍ତରଖାନା ବହୁତ ଥର ଯାଇଛି । ଏଠିକା ବିଷୟରେ ତାର ଆଦୌ ଜ୍ଞାନ ନଥିଲା କୋଉ ଓ୍ବାର୍ଡ କେଉଁ ପଟେ ଅଛି । ସୌଭାଗ୍ୟକୁ ଜଣେ ଚିହ୍ନା ଲୋକ ମିଳିଗଲା । ସେ ପଚାରିଲା ତା ପରିବାର ଲୋକ କୁଆଡେ ଅଛନ୍ତି । ଲୋକଟି ତାକୁ ନେଇ ଆଗକୁ ବଢିଲା । ଏକ ରୁମ ସାମନାରେ ପରିବାର ସାରା ଚଳପ୍ରଚଳ ହେଉଥିଲେ । କାହାରି ମନରେ ସୁଖ ନଥିଲା । ତାକୁ ଦେଖିଲା ପରେ ସମସ୍ତେ ପାଟିକରି କାନ୍ଦି ଉଠିଲେ । ତୁ ଏତେବେଳଯାଏ କୁଆଡେ ଥିଲୁ । ବାପାଙ୍କର ପ୍ରଶ୍ନଥିଲା ତାକୁ । ସମ୍ବିତ ଉତ୍ତର ଦେଲା, ମୁଁ ତ ସୁରମାକୁ ଆଣିବାକୁ ଯାଇଥିଲି । 

ହେଲେ ଟିକେ ବିଳମ୍ବ ହେଇହେଇଯାଇଥିଲା । ତାକୁ ସେଠି ପାଇଲିନି । ମାଆ କହିଲା କଣ ଏମିତି କାମ ଥିଲା ଯାହା ବୋହୁ ଅପେକ୍ଷା ବଡ ହେଇଗଲା । ଆଜି ପରି ଦିନରେ ତାକୁ ଅବହେଳା କଲୁ । ଦେଖ ତାର ପରିଣାମ । ବେଚାରି କୋମାରେ ଚାଲି ଯାଇଛି । ଏବେ ଅଖା ଧୋଉଥା ଆଉ ଗୁଣ ଗାଉଥା । ତାର ଶାଶୁ ଶଶୁର ଶଳା ଶାଳୀଙ୍କ ମୌନ ନଜର ବି ସେଇ ଗୋଟିଏ ପ୍ରଶ୍ନ ପଚାରୁଥିଲା ତାକୁ କଣ ଏଇ ଭରସାରେ ତତେ ଆମ ଧନକୁ ସମର୍ପିଥିଲୁ । ଲାଜ ଗ୍ଲାନି ଦୁଃଖରେ ସେ ନଇଁ ପଡୁଥିଲା ସମସ୍ତଙ୍କ ସାମନାରେ । ସେ ଅପରେସନ ରୁମ ଭିତରକୁ କାଚ କବାଟ ଦେଇ ଟିକେ ନିରେଖି ଦେଖିଲା । ସୁରମା ଆଖି ମୁଦି ପଡିଥିଲା । ତାମନ ହାହାକାର କରି ଉଠୁଥିଲା । ସେ କେତେ ସ୍ୱପ୍ନ ସଂଯୋଇ ରଖିଥିଲା । ତା ମନରେ ଆଉ କଣ ହେଇଗଲା କ୍ଷଣକରେ । ସେତେବେଳେ ସେ ଅଟୋବାଲାଟି ପଟି ବାନ୍ଧି ବାହାରକୁ ଆସିଲା । ତାକୁ ଦେଖିବା ପରେ ସେ କହିଲା ଏ ବାବୁକୁ ମୁଁ କେତେ ନେହୁରା ହେଇଥିଲି, ତା ଗାଡିରେ ଟିକେ ନେଇ ଦିଅ ବୋଲି ହେଲେ ନଶୁଣି ଚାଲିଗଲା । ସେତେବେଳେ ଝିଅଟାର ଚେତା ଥିଲା । ଠିକ୍ ସମୟରେ ହସପିଟାଲରେ ପହଞ୍ଚିଥିଲେ । ତାର ଏ ଅବସ୍ଥା ହେଇନଥାନ୍ତା । ସେ ଦେଇଥିବା ନମ୍ବରରେ ମୁଁ କେତେ ଫୋନ କଲି ହେଲେ ଏ ବାବୁ ଉଠାଇଲା ନାହିଁ । ସମ୍ବିତ ଅଜଣା ନମ୍ବର ଦେଖି ଉଠାଇନଥିଲା । ଏବେ ବହୁତ ପସ୍ତାଉଥିଲା । ଅଟୋବାଲା ଭାଇକୁ ଯାଇ କ୍ଷମା ମାଗିଲା । ତାର ସହଯୋଗ ପାଇ ତା ସୁରମା ହସପିଟାଲ ପହଞ୍ଚି ପାରି ଜୀବିତ ଥିବାରୁ କୃତଜ୍ଞତା ଜଣାଇଲା । ସେ ଦିନର ପାର୍ଟି ବେକାର ଯାଇଥିଲା । ହେଲେ ଯାହଉ ଦୁଇଦିନପରେ ସୁରମାର ଚେତା ଫେରିଥିଲା । ଆଉ ସମସ୍ତେ ଟିକେ ନିଶ୍ଚିନ୍ତ ହେଲେ । 



Rate this content
Log in

Similar oriya story from Tragedy