STORYMIRROR

Akshayakumar Dash

Inspirational

2  

Akshayakumar Dash

Inspirational

ଆଶା

ଆଶା

2 mins
522

ଆଶା ଆଉକିଏ ନୁହେଁ, ବା ନିରାଶା ର ବିପରିତ ଶବ୍ଦ । ଆଶା ଝିଅଟିର ନାମ । ଅଷ୍ଟମଶ୍ରେଣୀରେ ପଢେ । ଶ୍ରେଣୀକୁ ପଶୁପଶୁ ଆଶା କହିଲା ,ଗୁରୁଜୀ ପିଲାମାନେ ନାହାଁନ୍ତି,ଆମେ ତିନିଚାରିଜନ ଅଛୁ । କଣ ପଢେଇବେ? ତାର କଥାଶୁଣି ମୁଁକହିଲି ,ଜଣେ ଥିଲେବି ପଢ଼ାହେବ । ତେବେ ତୁମେ ପଢିବାକୁ ଚାଉଛ ନା,ପ୍ରଶଂକଲି। ସେକହିଲା ହଁ ମୁଁ ପଢିବି । ଠିକଅଛି ଏବେ ତୁମ ବହି ର ସପ୍ତମ ବିଷୟ ଟିକୁ ପଢ ମୁଁ ପ୍ରଶ୍ନ ପଚାରିବି ତୁମେ ଉତ୍ତର ଦେବ । କେତୋଟି ପିଲା ପଢ଼ିବସିଲେ । ଆଶାକୁ ଡାକିଲି , ତାର ଘର ପିତାମାତା ଆଦି ବ୍ୟକ୍ତିଗତ ଜୀବନ ଉପରେ କିଛି ପଚାରିବୁଝିଲି ।

ଆଶାକୁ ପଚାରି ତାର ବାପା କଣ କରନ୍ତି ହେଲେ ମୁଁ ଜାଣିନଥିଲି ତାର ପିତା ନାହାଁନ୍ତି ବୋଲି । ଆଶା ଟିକେ ଦୁଃଖିତ ହୋଇ ଉତର ଦେଇଥିଲା । ସଂଗେ ସଂଗେ ପ୍ରଶ୍ନ ନପଚାରି ଚୁପ ରହିଲି,ଜଣେ ଛାତ୍ରୀ ର ହସହସ ମୁହଁ ରେ ହଠାତ ଝାଉଁଳା ଦୁଃଖ ବୋଲା ଉତ୍ତର ଶୁଣିବାକୁ ମୁଁ ନିଜକୁ ଦୋଷୀମନେ କଲି । ଝଡ଼ବେଳେ ପଥ ଖୋଜିବା ମନା । ତେବେ ଅନ୍ୟ ଜଣେ ପିଲାକୁ ଡାକି ଆଶା ବିଷୟରେ ବୁଝିଲି । ସେପିଲାଟି ଯାହା ସବୁ କହିଲା ଶୁଣି ଆଶାକୁ ଡାକିଲି ।

ଆଶାର ପିତା ଜଣେ ସାଧାରଣ ମୂଲିଆ ଥିଲେ । ରୋଗରେ ପଡି ତାଙ୍କର ମୃତ୍ୟୁ ହୋଇଥିଲା । ସେତେବେଳକୁ ଆଶା କୁ ସାତବର୍ଷ ଓ ସାନ ଭାଇକୁ ବର୍ଷେ । ଅଶାର ମା ବଡ କଷ୍ଟରେ ପିଲାମାନଙ୍କୁ ନେଇ ଚଳୁଛନ୍ତି । ଆଶା କହିବା କଥା ତାର ମା ମାସକୁ ପଚାଶ କିଲୋ ଚାଉଳ ସରକାର କର ଖାଦ୍ୟସୁରକ୍ଷା ରୁ ମିଳେ । ସେଥିରୁ ଚାଳିଶ କିଲୋ ବିକି ଯାହା ଟଙ୍କାପାଇଲେ ସେଇଟଙ୍କାରେ ମାସ ସାରା ତେଲ ଲୁଣ ରେ ଚଲିଯାନ୍ତି । ଆଶାକୁ ପଚାରିଲି ତୁମ ମା ଛେଳି,ଗାଈ,ଗୋରୁ କିଛି ପାଳୁଛନ୍ତି କି? ନା କିଛି ନାହିଁ ଆଶା କହିଲା । ପାଖରେ ଅନ୍ୟ ଏକ ପିଲାଟି କହିଲା ଗୁରୁଜୀ ମୁଁ କୁକୁଡ଼ା ପାଳୁଛି ,ତାକୁ କହିଲି ତୁ ଆଶାକୁ ଦେଇପାରିବୁ? ସେ ତତ୍କ୍ଷଣାତ ଉତର ଦେଲା ହଁ ମୁଁ ଦୁଇଟି ଛୁଆ କୁକୁଡ଼ା ଚିଆ ଦେବି ,ତେବେ କେତେ ପଇସା ନେବୁ ସେ ସଂଗେ ସଂଗେ ଉତରଦେଲା ,ଆଶା ପାଖରୁ ନେବିନାହିଁ । କହିଲି,ମୁଁ ଦେବି ହସିହସି କହିଲେ ନା ଗୁରୁଜୀ ଆପଣ ତ ଆଶାକୁ ଦେବେ ଆଶା ମୋର ଭଉଣୀ ପରି ପଇସା ନେବିନାହିଁ

ଆଶା କୁ ଡାକି କହିଲି ,ତୁମ ମା ତୁମ ଭାଇ ଭଉଣୀ କଂ ପାଇଁ ବହୁ କଷ୍ଟ କରୁଛନ୍ତି ,ତୁମକୁ ବି କିଛି କରିବାର ଅଛି,ଦେଖ ଘରେ ଛେଳି କୁକୁଡ଼ା ପାଳିବାକୁ ଯାଅ କାରଣ ଦରକାର ବେଳେ ଅର୍ଥ ମିଳିଯିବ । ପାଠପଢା ସହିତ ଏକାମ ବି କରିହେବ । ତୁମ କୁ ତୁମ ଘରପାଇଁ କିଛି କରିବାକୁ ହେବ ମା କୁଁ ସାହାଯ୍ୟ କରିବାକୁ ହେବ । ଯେକୌଣସି ପରିସ୍ଥିତି ପଡୁନା କାହିଁକି ମୁକାବିଲା କରିବାକୁ ପଡିବ । ଜୀବନ ଲଢ଼ିବାକୁ ହାରିବାର ନୁହେଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational