Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srimani Priyadarsini

Classics Inspirational Others

4.5  

Srimani Priyadarsini

Classics Inspirational Others

ଦୁହିତା

ଦୁହିତା

6 mins
259



ପ୍ରତି ଖରାଛୁଟିରେ ମୀନା ତାର ଗାଁକୁସୁମ ପୁରକୁ ଯିବା ପାଇଁ ଜିଦ୍ କରେ, ସେଇ ଜିଦ୍ ଦେଖି ମୀନା ର ବାପା ମୀନାକୁ ଗାଁ ରେ ତା'ର ଦାଦା ଖୁଡିଙ୍କ ନିକଟରେ ଛାଡ଼ି ଦେଇ ଆସନ୍ତି । ମୀନା ଗାଁକୁ ଆସିବାର ଏତେ ଅଳି ଅଝଟ କରିବାର କାରଣ ହେଉଛି କୁନି ନାନୀ । ମୀନା ଘର ପଛପଟକୁ ଦୁଇ ଦୁଇଟା ଘର ଛାଡ଼ି କୁନି ନାନୀ ଘର । ସମ୍ପର୍କ ରେ ସେ ପିଉସୀ ହେବ ।


ତନୁପାତଳି ଚେହେରା, ସୁନ୍ଦର ମୁଖ ମଣ୍ଡଳ, ମଥାରେ ଅଧା ଚାନ୍ଦ ଟିକିଲି, ଲମ୍ବା କେଶ ଗୁଚ୍ଛ କଟି ଯାଏ ଲମ୍ବିଛି, ଗୋଟିଏ ଚାଉଳରେ ଗଢା ଝିଅଟିଏ ସେ! ଲାଲ୍ ଶାଢ଼ୀ ଟେ ପିନ୍ଧି ଯେତେବଳେ ଘରୁ ବାହାରି ଯାଏ କେହି ବିଶ୍ବାସ କରନ୍ତି ନାହିଁ ଯେ ୟେ କୁନି ନାନୀ ବୋଲି । 


ମା ଛେଉଣ୍ଡ କୁନି ନାନୀ, ମା ର ମୃତ୍ୟୁ ପରେ ବେଶି ଆଉ ପଢିବା ପାଇଁ ଇଚ୍ଛା ପ୍ରକାଶ କଲାନି। ଘରେ ତା'ର ରୋଗିଣା ବାପା, ତା' ସହ ସାବତ ମା ର ଅତ୍ୟାଚାର । ତଥାପି ସେ ସବୁ କିଛି ସହି ଯାଏ ଓ ତା ଓଠ ରେ ଥାଏ ସେଇ ମନଖୋଲା ହସ ଟିଏ ! ଯେତେ ହେଲେ ବି ସେ ମା, ସେ ତା'ର ଝିଅ । ସେ ଝିଅ ର କର୍ତ୍ତବ୍ୟ କରିବାକୁ ଯାଇ କାହା ଆଗରେ ତା' ସାବତ ମା ବିରୁଦ୍ଧରେ କିଛିକୁହେ ନାହିଁ । ତଥାପି ଗାଁ ଲୋକ ଜାଣି ଥାଆନ୍ତି ସେ ତା' ସାବତ ମାଆ ଦ୍ୱାରା କେତେ କଷ୍ଟ ପାଏ । ତାକୁ ସମସ୍ତେ ଦେଖି ଆହା କି ଦୁଃଖ ଝିଅଟିର ଭାଗ୍ୟରେ ବୋଲିକୁହନ୍ତି । କୁନି ନାନୀକୁ ଏପରି କହି ଦିଅନ୍ତି ସତ, ମନ ଭିତରେ ତାର ଖୁବ୍ ଆଦର କରନ୍ତି । ଖୁବ୍ ଭଲ ପାଆନ୍ତି ତାକୁ ! ସମସ୍ତଙ୍କ ସୁଖ ଦୁଃଖ ରେ ଠିଆ ହେଇଥିବା ଝିଅ ଟିଏ କୁନି ନାନୀ । 


ମୀନା ଗାଁ ରେ ପହଞ୍ଚୁ ପହଞ୍ଚୁ ଶୁଣିଲା - " ଆଲୋ ମୀନା ! ତୁ କେତେବଳେ ଆସିଲୁ ? ହଉ ହଉ ଏତେ ଦିନକେ ଆସିଛୁ ତ ଆମ ଘରକୁ ଆସିବୁ । ବାଇଗଣଟେ ପୋଡ଼ି ରଖି ଥିବି ଆସି ପଖାଳ ଖାଇ ଦେଇ ଯିବୁ । ତୋତେ ବା ମୋ ହାତ ତିଆରି ବାଇଗଣ ଭର୍ତ୍ତା ଖୁବ୍ ଭଲ ଲାଗେ" - ଏତକ କହି କହି କୁନି ନାନୀ କୋଉ ଆଡେ ଉଦ୍ଭାନ ହୋଇଗଲା ଯେ ମୀନା ଖୋଜି ଖୋଜି ପାଇଲା ନାହିଁ । 


ମୀନା କୁନି ନାନୀକୁ ଖୁବ୍ ଭଲ ପାଏ । ଗାଁକୁ ଯେବେ ଆସେ ନିତି କୁନି ନାନୀ ସହ ବୁଲୁଥିବ । ତା' ସହ କୁନି ନାନୀ ଗାଁ ର ସବୁ ପିଲାଙ୍କ ସାଙ୍ଗ । ଯେଉଁଠି ଦେଖିବ ତାଙ୍କ ସହ ଚୋରପୁଲିସି, ଲୁଚକାଳି , ବୋହୁଚୋରି , କିତିକିତି , ବାଟି ଖେଳ ଇତ୍ୟାଦି ଖେଳୁଥିବ । ଏଇ ଖେଳିବା ସମୟରେ ତା' ସାବତ ମା ଯେତେବଳେ ତା' କାନ ମୋଡ଼ି କାମ କରେଇବାକୁ ନେଇ ଯାଏ ଯେ ସେହି ପିଲାମାନଙ୍କ ସହ ଆମ୍ବ ତୋଟା ରେ ଖେଳୁଥିବା ଖେଳ ଗୁଡ଼ିକ ଅଧାରୁ ବନ୍ଦ ରୁହେ । ମୀନା ଆଉ ତା' ସାଙ୍ଗ ମାନେ ତାଙ୍କ ପଛ ପଛେ ଯାଇ କୁନି ନାନୀକୁ ଝରକା ବାଟେ ଦେଖନ୍ତି କେତେବେଳେ ମାଡ଼ ଖାଇ ବାସନ ମାଜୁଥିବ ତ, କେତେବେଳେ ତା' ମା ର ଫଟୋ ଦେଖି କାନ୍ଦି କାନ୍ଦି କ'ଣ କହି ଯାଉଥିବ । ମୀନା ଓ ତାର ସାଙ୍ଗ ମାନେକୁହନ୍ତି - " ବୁଢ଼ୀ ର ଦୁଇଟା ଝିଅକୁ ଗୋଟିଏ ପୁଅ, ସମସ୍ତଙ୍କୁ ବେଶି ସ୍ନେହ ଦଉଛି ହେଲେ କୁନି ନାନୀକୁ ଭାରି ହଇରାଣ କରୁଛି, ବିଚାରି କୁନି ନାନୀ ।" ଛାଡ଼ ଚାଲ ଘରକୁ ଯିବା କହି ସବୁ ମନଦୁଃଖ ରେ ପଳେଇ ଆସନ୍ତି ।


କିଛି ଦିନ ପରେ ଆସେ ରଜ ପର୍ବ । ଗାଁ ଟା ସାରା ସବୁ ଲୋକ ଖୁସିରେ କୋଉଠି ତାସ ଖେଳୁ ଥାଆନ୍ତି ତ କୋଉଠି କିଏ କାହା ପାଟିରେ ରଜ ପାନ ଖୋଇଦେଉଥାଏ । ଆମ୍ବ ତୋଟାରେ ଝିଅ ମାନଙ୍କର ଦୋଳି ଲାଗିଥାଏ ସେଇଠି ମୀନା ଓ କୁନି ନାନୀ ଝୁଲୁ ଥାଆନ୍ତି । ଏହି ସମୟରେ ଜଣେ ଲୋକ ଧଇଁ ସଇଁ ହୋଇ ଆସିକୁହେ - ' କୁନି ଆରେ କୁନି, ଜଲ୍ଦୀ ଘରକୁ ଯା ତୋ ବାପା'...ଏତିକ ଶୁଣିଲା ମାତ୍ରେ କୁନି ନାନୀ ତା'ର ଘରକୁ ଧାଇଁଛି । ଘରକୁ ଯାଇ ଦେଖିଲା ତା' ବାପାଙ୍କ ଅବସ୍ଥା ବହୁତ ଖରାପ ! ପାଖରେ ବନ୍ଧୁ ପରିଜନ ସମସ୍ତେ ଘେରି ବସିଛନ୍ତି । ତା' ବାପା ତାକୁ ପାଖରେ ଦେଖି ଆଖି ବୁଜିଲେ। ବାପା ମଲା ପରେ ସାବତ ମା ର ତା' ଉପରେ ହୋଇଯାଏ ଅକଥନୀୟ ଅତ୍ୟାଚାର । ଦିନସାରା କାନ୍ଦି କାନ୍ଦି ଘରେ ପଡ଼ିଥାଏ ସେ । ମନେ ମନେ ଭାବେ - "କି ପାପ କରିଥିଲି କେଜାଣି ? ଗୋଟେ ଝିଅ ରୂପେ ଜନ୍ମ ହେଲି, ଟିକିଏ ସୁଖ ମୋ ଭାଗ୍ୟ ରେ ନାହିଁ । ହେ ଭଗଵାନ କ'ଣ ଆପଣ ଚାହୁଁଛନ୍ତି ? ମୁଁ ସାରା ଜୀବନ ଏହିପରି କଷ୍ଟ ପାଏ ? ବଞ୍ଚି ଥାଉ ଥାଉ ମରିଯିବା ଭଲ ।"


ମୀନା ର ଖରା ଛୁଟି ସରି ଆସୁଥିଲା । ଦଶମ ଶ୍ରେଣୀ ହେବାରୁ ସେ ଆଉ ଗାଁକୁ ଆସିବ ନାହିଁ ବୋଲି କୁନି ନାନୀକୁ ଜଣାଇବାକୁ ଯାଇଥିଲା । ହେଲେ ତାକୁ ନ ପାଇ ନିରାଶ ହୋଇ ଫେରି ଆସିଲା । ବିତିଯାଇଛି କେତେଟା ବର୍ଷ । ମୀନା ଏ ଭିତରେ ଡାକ୍ତର ହେଇସାରିଛି । ହେଲେ ସେ ଭୁଲିନି କୁନି ନାନୀକୁ । ସେ ଶୁଣି ଥିଲା କୁନି ନାନୀକୁଆଡେ ବାହା ହେଇଯାଇଛି । ଯା ହେଉ ଏବେ ଖୁସିରେ ତ ଥିବ । ବହୁତ୍ ଦିନ ହେଲା ଗାଁକୁ ଯାଇ ନାହିଁ ପାଠପଢ଼ା ବ୍ୟସ୍ତତା ରେ, ଏଥର ନିଶ୍ଚୟ ଯିବ । ଆଉ କୁନି ନାନୀକୁ ଦେଖା କରିବ । ମୀନା ତ ଗାଁ କୁସୁମ ପୁରକୁ ଆସିଲା । ସେ ଆଗରୁ ଯେବେ ଆସୁଥିଲା କେତେ ସ୍ନେହ ରେ ସେ ସ୍ୱର ଟି ଶୁଣୁଥିଲା - "ମୀନା ତୁ ଆସିଲୁ ନା" ? ହେଲେ ଆଜିକୁଆଡେ ଗଲା ସେଇ ସ୍ୱର, କୁନି ନାନୀ ତା' ଶାଶୁଘରେ ହିଁ ଥିବ । ଏମିତି ଭାବି ଘରେ ପାଦ ଦେଉ ଦେଉ ଶୁଣିଲା - "ମୀନା ! ଏତେ ଦିନ ପରେ ! ମୋତେ ଚିହ୍ନି ପାରୁନୁ ? ଏତେ ପର ହେଇଗଲି ନା ମୁଁ ତୋର ? ମୀନା ପଛ ଆଡ଼କୁ ବୁଲି ଚାହିଁ ଦେଖିଲା " ଏ କ'ଣ କୁନି ନାନୀ ? ନାଲି ରଙ୍ଗକୁ ଭଲ ପାଉଥିବା କୁନିନାନୀ ଆଜି ଏ ଧଳା ରଙ୍ଗ ର ଶାଢ଼ୀ ରେ ? ତା' ମାନେ କୁନି ନାନୀ ? କିଛି ବୁଝି ବାକୁ ବାକି ରହିଲାନି ତା'ର ! କୁନି ନାନୀ ତୁ ....... ! ହଁ ମୁଁ, ମୁଁ ବିଧବା ଲୋ କହି କାନ୍ଦି କାନ୍ଦି ଆସି ମୀନାକୁ କୁଣ୍ଢେଇ ଧରିଲା । 


ଏହାପରେ କୁନି ନାନୀ ଆରମ୍ଭ କରେ ତା'ର ବର୍ଷ କେତେଟା ରେ ଘଟି ଯାଇଥିବା କାହାଣୀ ....! ତୁ ଗଲା ପରେ, ମୋର ବିବାହ ଠିକ୍ ହୋଇସାରିଥିଲା । ହେଲେ ମୁଁ ସେଥିରେ ରାଜି ନଥିଲି ଲୋ କାରଣ ମୁଁ ଭଲ ପାଉଥିଲି ତୋ ରାଜା ନନାକୁ ! ହେଲେ ମୋ ସାବତ ମା ବାଧ୍ୟ କରି ମୋତେ ବାହା କରେଇ ଦେଲା ଜଣେ ମଦ୍ୟପ ଲୋକ ସହ । ତା' ସହ ମୋ ଉପରେ ଅନେକ ନିର୍ଯାତନା, ତା'ର ପ୍ରଥମ ସ୍ତ୍ରୀ ର ମୃତ୍ୟୁ ପରେ ତିନି ତିନି ଟା ଛୁଆଙ୍କ ବୋଝ ମୋ ଉପରେ ଲଦି ଦେଇଥିଲା । ଟଙ୍କା ପଇସା ଯାହା ରୋଜଗାର କଲା ସବୁ ନିଶା ପାଣି ରେ ଯାଉ ଥିଲା । ଏମିତି ଦିନେ ରାସ୍ତାରେ ଯାଉଥିବା ସମୟରେ ଦୁର୍ଘଟଣାରେ ପର ପାରିକୁ ଚାଲିଗଲା । ଏହା ପରେ ମୋତେ ଶାଶୁ ଘରେ ଅନେକ ଯନ୍ତ୍ରଣା ଦେଲେ, ଅଲକ୍ଷଣି ଆମ ପୁଅକୁ ଖାଇଲୁ କହି ଯା ବାହାରି ଯା କହି ଘରୁ ବାହାର କରିଦିଅନ୍ତି । ସାବତ ମା ପାଖକୁ ଆସିଲେ ମଧ୍ୟ ଘରେ ଜାଗା ନଥିଲା ମୋ ପାଇଁ ! ଏମିତି ତୋ ରାଜା ନନା ମଧ୍ୟ ବିବାହ କରି ସୁଖରେ ସଂସାର କରି ସାରିଥିଲା । ମୁଁ ଚାହୁଁ ନଥିଲି ତା' ଭିତରେ ମୁଁ ଝଡ଼ ହୋଇ ପ୍ରବେଶ କରେ । କିଛି ବାଟ ନ ପାଇ କାନ୍ଦୁ ଥିବା ବେଳେ ଗାଁ ଲୋକ ମୋତେ ସହାୟତାର ହାତ ବଢାନ୍ତି । ଚାନ୍ଦା କରି ମୋ ପାଇଁ ଘର ଟିଏ ବନେଇ ଦିଅନ୍ତି । କିଛି ଦିନ ମାଗି ଯାଚି ଖାଇଛି । ୟା ପରେ ନିଜ ଗୋଡ଼ ରେ ଠିଆ ହେବାକୁ ଚାହିଁଲି । ନିଜ ଘରେ ବସି ସିଲେଇ କାମ ସହ ଅନ୍ୟ ଝିଅଙ୍କୁ ଶିଖେଇ ଯାହା ରୋଜଗାର କଲି ସେଥିରେ ମୁଁ ଚଳି ଆସୁଛି । ଏବେ ଶୁଣିଲୁ ତ ମୋର ଅକୁହା କଥା ?


ମୀନା ଭାବିଲା କୁନି ନାନୀ ଅସହାୟ ହେଲେ କଣ ହେବ, ତା'ର ଏଇ ସିଲେଇ କାମ ପାଇଁ ବି ଅନେକ କିଛି କରି ପାରିବ । ମୀନା ତାକୁ ସହରକୁ ନେଇ ଯିବା ପାଇଁ ବାଧ୍ୟ କରେ । ଶେଷରେ କୁନି ନାନୀ ରାଜି ହୋଇ ମୀନା ସହ ଯାଏ । କୁନି ନାନୀ ସେଠାରେ ଅନେକ ଲୋକଙ୍କ ସହ ମିଶି ବିଭିନ୍ନ ସୁନ୍ଦର ସୁନ୍ଦର ପୋଷାକ ବନାଏ । ତା ' ଭିତରେ କୁନି ନାନୀ ରାଜ୍ୟ ରେ ପ୍ରସିଦ୍ଧ ହେଇଯାଇଛି । ନିଜର ଏକ ବବ୍ୟସାୟ ଆରମ୍ଭ କରିଛି ଓ ଅନେକ ତା' ଭଳି ନିରୀହ ଅସହାୟ ମହିଳା ମାନଙ୍କୁ ତାଲିମ ଦେଉଛି । କୁନି ନାନୀ ତା' ହାତ ତିଆରି ଖଣ୍ଡେ ସମ୍ବଲପୁରୀ ଶାଢ଼ୀ ଆଣି ମୀନା ମଥାରେ ଦେଇକୁହେ - " କେତେ ସୁନ୍ଦର ଦିଶୁଛି ମୋ ମୀନା ! ତୁ ନଥିଲେ କ'ଣ ଏତେ ସବୁ ସମ୍ଭବ ହୋଇ ଥାନ୍ତା?ମୀନାକୁହେ - "ଓଃ !ନାନୀ ଏବେ ତୁ କହ ତ ତୁ ଦୁଇ କୂଳକୁ ହିତା ବୋଲି" !

"ଆମେ ଦୁହିତା ଦୁଇ କୂଳକୁ ହିତା, ଆମେ ଦୁହିତା ମୀନା ଆଉ କୁନି ଅପାଙ୍କ ପାଇଁ ହିତା " ଏକା ସାଙ୍ଗରେ କହି ଉଠନ୍ତି ସମସ୍ତ ନାରୀ ମାନେ । ବହୁତ୍ ଦିନ ହେବ କୁନି ନାନୀ ମୁଁ ମୁଁହରେ ଲିଭି ଯାଇଥିବା ହସଟି ପୁଣି ଫୁଟି ଉଠେ ।


Rate this content
Log in

More oriya story from Srimani Priyadarsini

Similar oriya story from Classics