Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Abstract Drama Inspirational

4.0  

Anita Jena

Abstract Drama Inspirational

ସେଦିନର ସେ ଘଟଣା

ସେଦିନର ସେ ଘଟଣା

3 mins
254



ବୋଉଲୋ ବୋଉ ଦେଖିଲୁ ଭାଇ କେମିତି ମୋ ଠାରୁ ମୋ ଆଳୁ ଚକଟା ନେଇ ଯାଉଛି । ତୁ ତ ଆଗରୁ ତାକୁ ବେଶୀ ଦେଇ ଥିଲୁ ସେ ପୁଣି ମୋ ଠୁ ଆହୁରି ନେଇ ଯାଉଛି । 

   ପ୍ରିୟା ର ଏମିତି କଥା ଶୁଣି ନଳିନୀ ରୋଷେଇ ଘରୁ ଧାଇଁ ଆସିଲା ଆଉ କହିଲା ତମେ ଭାଇ ଭଉଣୀ ଦି ଜଣ ଯାକ କେବେ ବି ସୁଧୁରିବ ନାହିଁ । ପ୍ରକାଶ ତତେ ପରା ମୁଁ ଦେଇ ଥିଲି ତୋ ଭାଗ ତୁ ପୁଣି କଣ ପାଇଁ ପ୍ରିୟା ଠୁ ଛଡେଇ ଆଣିଛୁ । ବୁଝିଲୁ ତୁ ଆଗ କଳି ଆରମ୍ଭ କରୁଛୁ । 

- ମାମା ତମେ ତା ସବୁବେଳେ ପ୍ରିୟା କୁ ହିଁ ବେଶୀ ଭଲ ପାଅ ସେଥି ପାଇଁ ଜମା ବି ତା ଦୋଷ ଦବ ନାହିଁ । 


- ଆରେ ନାଇଁ ରେ ବେଟା ମୁଁ ତମ ଦି ଜଣଙ୍କୁ ବେଶୀ ବେଶୀ କରି ଭଲ ପାଏ । ରହି ଥାଅ ଦି ଜଣଙ୍କୁ ଆଉ ଟିକେ ଭଲ କରି ଆଳୁ ଚକଟା କରି ଦଉଛି । ହେଲେ କେହି କାହାରି ଠାରୁ ଛଡେଇ ଖାଇବ ନାହିଁ । 


- ଠିକ୍ ଅଛି ମାମା । 

  ନଳିନୀ ପିଲା ଦୁଇ ଟି ଙ୍କୁ ଆଉ ଟିକେ ଟିକେ କରି ଆଳୁ ଚକଟା ଦେଇ ଦେଲା ଛୁଆ ଦି ଜଣ ଯାକ ପରଟା ସହିତ ଆଳୁ ଚକଟା କୁ ଖୁସି ଖୁସି ରେ ଖାଇବାକୁ ଲାଗିଲେ । ନଳିନୀ ଖାଇବାକୁ ଦେଇ ପାଖ ଚେୟାର ଉପରେ ବସି ପଡ଼ିଲା । ଛୁଆ ଙ୍କ ର ଏ ଝଗଡ଼ା ଦେଖି ତାକୁ ତାର ପିଲା ଦିନର କଥା ମନେ ପଡିଗଲା କେମିତି ଦିନେ ସାମାନ୍ୟ ଆଳୁ ଚକଟା ରୁ ଘରେ ତାଙ୍କର ସୃଷ୍ଟି ହେଇ ଥିଲା ମହାଭାରତ । ଆଜି ବି ସେ ଦିନ ଟି ଜଳଜଳ କରି ଭାସି ଉଠୁଛି ନଳିନୀ ଆଖି ରେ । ପିଲା ଟି ଦିନରୁ ନଳିନୀ ର ମା ଦେହ ତ୍ୟାଗ କରିଥିଲେ । ବନ୍ଧୁ ବାନ୍ଧବ, ସାହି ପଡିଶା ଙ୍କ ଉପଦେଶ କ୍ରମେ ନଳିନୀ ର ଦେଖାଶୁଣା କରିବା ପାଇଁ ନଳିନୀ ର ବାପା ବିଶ୍ବାସ ମହାରଣା ପୁଣି ଥରେ ବିବାହ କରି ଥିଲେ ରତ୍ନା ଦେବୀ ଙ୍କୁ । ବେଶ୍ କିଛି ଦିନ ରତ୍ନା ଦେବୀ ନିଜ ଝିଅ ଭଳି ସ୍ନେହ ଆଦର କରି ନଳିନୀ କୁ କୋଳେଇ ନେଲେ । ହେଲେ ସମୟ ର ଚକ୍ର ରେ ସବୁ କିଛି ବଦଳିଲା ଭଳି ହ୍ରାସ ପାଇଗଲା ରତ୍ନା ଦେବୀ ଙ୍କ ଭଲ ପାଇବା ନଳିନୀ ପ୍ରତି । ଦୁଇ ବର୍ଷ ପରେ ଜନ୍ମ ନେଲା ବିକ୍ରମ ରତ୍ନା ଦେବୀ ଓ ବିଶ୍ବାସ ମହାରଣା ଙ୍କ ଔରସ ରୁ । ଧିରେ ଧିରେ ରତ୍ନାଦେବୀ ନଳିନୀ କୁ ହତାଦର କରିବାକୁ ଲାଗିଲେ । ହେଲେ ବିଶ୍ବାସ ଙ୍କ ର ଭଲ ପାଇବା ନଳିନୀ ପାଇଁ ସେମିତି ହିଁ ଅତୁଟ ହେଇ ରହି ଥିଲା । ବିଶ୍ବାସ ମଧ୍ୟ ଧିରେ ଧୀରେ ଅତିଷ୍ଟ ହେଇ ପଡ଼ିଲେ ନଳିନୀ ପ୍ରତି ରତ୍ନାଦେବୀ ଙ୍କ ର ବ୍ୟବହାର ଦେଖି । ଏବେ ଟିକେ ଟିକେ କଥା ରେ ରତ୍ନାଦେବୀ ଆଉ ପାଟି ରେ କିଛି କହୁ ନ ଥିଲେ ଏଥର କଥା କହୁ ଥିଲା ତାଙ୍କ ହାତ । ପ୍ରତି କଥା ରେ ନଳିନୀ ଉପରେ ହାତ ଉଠାଇ ଦେଉ ଥିଲେ ରତ୍ନାଦେବୀ । ଏ ସବୁ କୁ ସହି ପାରୁ ନ ଥିଲେ ବିଶ୍ବାସ  ।ପ୍ରତିବାଦ କରୁଥିଲେ ମଧ୍ୟ । ହେଲେ ସେ ଘରେ ନ ଥିବା ସମୟ ରେ ଅନେକ ନିର୍ଯାତନା ଦେଉ ଥିଲେ ରତ୍ନାଦେବୀ । 

  ଦିନକର ଘଟଣା । ସେତେବେଳକୁ ନଳିନୀ କୁ ତେର ବର୍ଷ । ଆଉ ବିକ୍ରମ କୁ ସାତ ବର୍ଷ । ଦିନେ ସକାଳେ ରତ୍ନାଦେବୀ ଦୁଇ ଜଣ ଙ୍କୁ ଅଲଗା ଅଲଗା କରି ପରଟା ସହିତ ଆଳୁ ଚକଟା ଦେଇ ଥାନ୍ତି ଖାଇବାକୁ । କିନ୍ତୁ ବିକ୍ରମ କୁ ଟିକେ ଅଧିକ ଆଳୁ ଚକଟା ଦେଇ ଥାନ୍ତି ରତ୍ନାଦେବୀ । ନଳିନୀ ର ହାତ ରୁ ଅଳ୍ପ ଚକଟା ତଳେ ପଡି ଯିବାରୁ ସେ ବିକ୍ରମ ଥାଳି ରୁ ଅଳ୍ପ ଚକଟା ନେଇ ଆସିଲା । ଏତିକି ରେ ତ ବିକ୍ରମ ଭେଁ କରି ରଡ଼ି ଛାଡ଼ିଲା ଆଉ ରୋଷେଇ ଘରୁ ଧାଇଁ ଆସିଲେ ରତ୍ନାଦେବୀ । ରାଗ ଗରଗର ହେଇ ହାତ ରେ ଧରି ଥିବା ଲୁହା ଖଡ଼ିକା ରେ ପିଟି ଦେଇ ଗଲେ ନଳିନୀ କୁ । ଗରମ ଲୁହା ଖଡ଼ିକା ର ଦାଗ ଆଜି ବି ରହିଛି ନଳିନୀ ଦେହ ରେ । ନଳିନୀ ର ଚିତ୍କାର ଶୁଣି ଧାଇଁ ଆସିଲେ ବିଶ୍ୱାସ ଏ ସବୁ ଦେଖି ମନ ଇଛା ଗାଳି ଦେଇ ଗଲେ ରତ୍ନାଦେବୀ ଙ୍କୁ । ସେଇଦିନ ସମାନ୍ୟ ଆଳୁ ଚକଟା କୁ ନେଇ ଘରେ ସୃଷ୍ଟି ହେଇ ଗଲା ମହାଭାରତ ଯାହାର ଛାପ ଆଜି ବି ଅଛି ନଳିନୀ ଜୀବନ ରେ । ସେଇ ଦିନ ବିଶ୍ବାସ ନଳିନୀ କୁ ନେଇ ଚାଲି ଆସିଲେ ଏକ ଭଡ଼ା ଘରକୁ । ମଝିରେ ମଝିରେ ଯାଇ ରତ୍ନାଦେବୀ ଙ୍କୁ ଚଳିବା ପାଇଁ ଟଙ୍କା ଦେଇ ଚାଲି ଆସନ୍ତି । ଏତେ ପରେ ବି ଆଜି ଯାଏ ସୁଧୁରୁଲେନି ରତ୍ନାଦେବୀ । ନଳିନୀ ର ବାହାଘର ସମୟ ରେ ମଧ୍ୟ ପାଦ ଦେଲେ ନାହିଁ ଘରେ । ବିଶ୍ବାସ ଏକା ଏକା ସବୁ ସମ୍ଭାଳି ନେଲେ, ନଳିନୀ ଙ୍କ ର ଅଜା ଆଈ ଆସି ସବୁ କାମ ରେ ପୁରିଲେ । 

    ମାମା ମାମା ଡାକ ରେ ପ୍ରକୁସ୍ତିତ ହେଲେ ନଳିନୀ । ଭାବି ବସିଲେ ସତରେ ସେଦିନ ର ସେ ସାମାନ୍ୟ ଆଳୁ ଚକଟା ରୁ ହେଇ ଥିବା ମହାଭାରତ ବଦଳେଇ ଦେଇ ଥିଲା ନଳିନୀ ଆଉ ବିଶ୍ବାସ ଙ୍କ ର ଜୀବନ ର ଗତି ପଥ । ଆଜି ବି ବିଶ୍ବାସ ଅଛନ୍ତି ସେଇ ଭଡ଼ା ଘରେ ଏକା ଆଉ ନଳିନୀ ପୁଅ ବିକ୍ରମ ସହ ନିଜ ଘରେ । ନିଜ ମା ଭାବି ଆଜି ବି ତାଙ୍କର ଟିକେ ସ୍ନେହ ଆଉ ଆଦର ପାଇଁ ବ୍ୟାକୁଳ ହେଇ ପଡନ୍ତି ନଳିନୀ । । । 



Rate this content
Log in

Similar oriya story from Abstract