Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Inspirational

4.7  

Samar Ballav Bhoi

Inspirational

ସୁନୀଲର ଦୃଢ଼ ବିଶ୍ୱାସ

ସୁନୀଲର ଦୃଢ଼ ବିଶ୍ୱାସ

4 mins
327



ରଜତ ବାବୁ ବାହାରୁ କୁଆଡେ଼ ଯାଇ ଥିଲେ ଫେରିଲେ। ରାସ୍ତା ସାରା ନିଜେ ନିଜେ କ'ଣ ସବୁ କହି କହି ଚାଲି ଥାନ୍ତି। ଆଜିର ପିଲାଙ୍କୁ କ'ଣ ବା କହିବୁ? କିଛି ପଚାରିଲେ ଉତ୍ତର ବହୁତ କଷ୍ଟରେ ମିଳେ। ଘରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ୭ଟା, ଚାଲି ଚାଲି ଥକି ପଡିଥାନ୍ତି, ଘର ସାମ୍ନାରେ ଗୋଟେ ଚୌକିଟି ଥାଏ, ସେଥିରେ ବସିପଡିଲେ। ଶୁଭଦ୍ରା ଶୁଣଛ! ହଁ ଯାଉଛି! ତମେ କ'ଣ ଫେରି ଆସିଲଣି?

ତମେ କ'ଣ ଥକି ପଡିଛ କି? କ'ଣ କିଛି ଅସୁବିଧା ହେଲା କି? ମନରେ ଏତେ ବିଷାଦଗ୍ରସ୍ଥ କାହିଁକି? 

 କ'ଣ କହିବା ପାଇଁ ଚାହୁଁଚି ମୁଁ ଜାଣି ପାରୁନି। ମୁଁ ଭାବିଥିଲି ପୁଅ ସୁନୀଲ ପାଠ ପଢା ସରିଲା ପରେ ଗୋଟେ ଭଲ ଚାକିରିଟିଏ କରିବ। ମାଷ୍ଟର ଡିଗ୍ରୀ କେବେ ଠୁଁ ସରିଲାଣି, ଚାକିରି ଖଣ୍ଡେ ଏ ପର୍ଯ୍ୟନ୍ତ ପାଇ ନାହିଁ। କ'ଣ କେମିତି ନିଜକୁ ପ୍ରସ୍ତୁତ କରୁଛି ଚାକିରି ଖଣ୍ଡେ ପାଇଁ ତା'ର କିଛି ଠିକ୍ ଠିକଣା ନାହିଁ। ଆଉ କେତେ ଦିନ ଏ ବୁଢ଼ା ବାପା ଉପରେ ବୋଝ ହୋଇ ଚଳିବ? ଶୁଭଦ୍ରା ତମେ କ'ଣ କିଛି ଜାଣି ପାରୁନାହୁଁ ? ଆମର ବୟସ ବଢୁଛି, ବାର୍ଦ୍ଧକ୍ୟ ର ଭାରାକ୍ରାନ୍ତ ବି ବଢ଼ିବାରେ ଲାଗିଛି। ଆମ କଥା ଛାଡ, ସେ ନିଜେ ତ ନିଜ ପେଟକୁ ଦାନ ଟିକିଏ ଯୋଗାଡ଼ କରିପାରିବ। ଆଜିକାଲି ସେମାନଙ୍କ ଉପରେ ବିଶ୍ବାସ କରିବା ଛାଡ ଭରଷା କରିବା ଦୁରର କଥା।


ମୋର ଅବସରକୁ ୫ ବର୍ଷ ପୁରିଲାଣି। କେତେ ବା ପେନସନ ମିଳୁଛି, ଆମ ଦୁହିଁଙ୍କ ପାଇଁ ନିଅଣ୍ଟ। ତମେ ଜମା ବ୍ୟସ୍ତ ହୁଅନି, ଆମ ସୁନୀଲ ନିଶ୍ଚୟ ଭଲ ଚାକିରିଟିଏ କରିବ। ମୋ ମନ କହୁଛି ସିଏ ନିଶ୍ଚୟ ଭଲ ଚାକିରିଟିଏ ପାଇବ। ରଜତ ବାବୁ, କଥାରେ କହିଦେଲେ ଚାକିରି ମିଳିଯିବ ନି। ଭଲ ଚାକିରିଟିଏ ପାଇବାକୁ ହେଲେ ବହୁତ ପରିଶ୍ରମ କରିବାକୁ ପଡେ। ମା ମନ ଖାଲି କହିବା ଓ ଭାବିବା ଭିତରେ ସୀମିତ। ତମେ ଏତେ ଅଧୈଯ୍ୟ ହେଲେ କ'ଣ ସୁନୀଲ କୁ ଚାକିରି ମିଳିଯିବ କି? ମୋର କହିବାର କଥା ଏହିକି ଯେ ମୋର ସୁନୀଲ ଉପରେ ପୁରା ବିଶ୍ୱାସ ଅଛି। ସେ ଏ ସନ ଦୁର୍ଗା ପୁଜାରେ ଘରକୁ ଆସିଲେ ମୁଁ ତାକୁ ବୁଝାଇ ଦେବି। ତମେ ଆଦୌ ଚିନ୍ତା କରନା, ତମର ଦେହଟା ପୁଣି ବେଶୀ ଖରାପ ହୋଇଯିବ। 

ସନ୍ଧ୍ୟା ଯାଇ ରାତି ୩ଘଡି ହେଲାଣି, ଏଥର ଭିତରକୁ ଆସ। ମୁଁ କ'ଣ ଗଣ୍ଡେ ରୋଷେଇ କରିଦିଏ ଖାଇ ଶୋଇ ପଡିବା ‌। ହଉ ତମେ ରୋଷେଇ ଆରମ୍ଭ କର ମୁଁ ଘର ଭିତରକୁ ଆସୁଛି।

ସେଦିନ ରାତି ତ ବିତିଗଲା । ରାତି ପାହିଲା ସକାଳ ହେଲା । ଶୁଭଦ୍ରା ଶୀଘ୍ର ଉଠି ପଡ଼ନ୍ତି । ଘରର ସବୁ କାମ ଏ ବୟସରେ ବି ଅନାୟାସରେ କରିପାରନ୍ତି। ପାଖ ଘର ରାଧା ଭାଉଜ ସକାଳୁ ସକାଳୁ ଭେଟ ହୋଇଗଲା, କ'ଣ ଲ ଶୁଭଦ୍ରା ଆଜି ବହୁତ ବେଣୁଶୁ ଉଠି ପଡିଳୁଣି। କଥା କ'ଣ କି? ନା ସେମିତି କିଛି ନୁହେଁ, ଆଜି ପୁଅ ସୁନୀଲ ଆସିବା ‌ କଥା ତାରି ପାଇଁ ମୋ ମନ ଭିତରେ ବ୍ୟସ୍ତତା ବଢୁଛି। ତ ପୁଅ କ'ଣ ଚାକିରି ଫାକିରି କଲାଣି କି? ନା ଭାଉଜ ଚାକିରି ପାଇଁ ନାହିଁ। ସେହି ଚାକିରି ପାଇଁ ତ ତା ବାପା ଭାରି ବ୍ୟସ୍ତ । ଝିଅ ଝୁନାର ବାହାଘର ପରେ ଆମ ଦୁହେଁ ପୁରା ଖାଲି ହାତ, ସୁନୀଲ ର ବାପା ଏବେ ସବୁବେଳେ ଚିନ୍ତାରେ ବୁଡି ରହୁଛନ୍ତି। ମୁଁ ବାରଂବାର ବୁଝାଇଚାଲିଛି। ହଉ ଭାଉଜ ମୁଁ ଯାଉଛି ତେଣେ କେତେ କାମ ପଡ଼ିଛି, ପରେ ସମୟ ଦେଖି କଥା ହେବା। ସୁନୀଲ ସେହି ଦିନ ସନ୍ଧ୍ୟାରେ ଭୁବନେଶ୍ୱର ରୁ ଆସି ପହଁଚିଲା। ଆସି ପହଁଚିଲା କ୍ଷଣି ବାପା ଙ୍କୁ ଗୋଟିଏ ମୁଣ୍ଡିଆ ମାରିଲା , ସଙ୍ଗେ ସଙ୍ଗେ ମା କୁ ବି ମୁଣ୍ଡିଆ ମାରିଲା। ଆରେ ସୁନୀଲ ଆସିଲା ଭିତରେ କିଛି ଅସୁବିଧା ହେଇନି ତ? ନାଇଁ

ବାପା ମୁଁ ଭଲରେ ଆସି ପହଁଚିଛି। ଶୁଭଦ୍ରା ସୁନୀଲ ଏତେ ଦୁରରୁ ଆସି ପହଁଚିଲା ତା ପାଇଁ କ'ଣ କିଛି ଖାଦ୍ୟ ବ୍ୟବସ୍ଥା କର! ହଁ ମୁଁ ତା ପାଇଁ ଖାଦ୍ୟ ବ୍ୟବସ୍ଥା କରୁଛି। ତ ମା ଖାଦ୍ୟ ତିଆରି କରୁଛି, ତୁ ଏଇନେ ଲୁଗା ବଦଳାଇ ଦେଇ, ହାତ ଗୋଡ ପୋଖରୀ ରୁ ଧୋଇ ଆ। ମା ଖାଦ୍ୟ ଆଣି ପରଷି ଲେ। ସୁନୀଲ ର ଅନେକ ଦିନ ହେଲା ଘର ଖାଦ୍ୟ ପାଟିରେ ବାଜିନଥିଲା। ମା ହାତ ତିଆରି ଖାଦ୍ୟ ଆଉ ସହରର ମିଳୁଥିବା ଖାଦ୍ୟ ଭିତରେ ଆକାଶ ପାତାଳ ତଫାତ। ଆନନ୍ଦ ରେ ବହୁତ କିଛି ଖାଦ୍ୟ ଖାଇସାରିଲା। ମା ଅପା ଆଉ କେବେ ଆସିଥିଲା କି? ନାଁ ସେ ବି ବହୁତ ଦିନ ଧରି ଆସିନାହିଁ। ମଝିରେ ରଜପର୍ବ ରେ ଫୋନ କରିଥିଲା। ହଉ ତୁ ତୋ ବାପାଙ୍କ ସହ ଟିକିଏ କଥା ହଉନୁ। ବାପା ତୋ ପାଇଁ ଅନେକ ସମୟରେ ବ୍ୟସ୍ତ ବିବ୍ରତ ହେଉଛନ୍ତି। କ'ଣ ପାଇଁ? ତୋ ଚାକିରି ପାଇଁ। ବାପା ଆପଣଙ୍କୁ ଏତେ ବିବ୍ରତ ହେବା ଆବଶ୍ୟକ ନାହିଁ। ମୋ ଉପରେ ବିଶ୍ବାସ ଓ ଭରସା ରଖ। ଯଦି ଆପଣଙ୍କ ର ସନ୍ଦେହ ଅଛି ତାହେଲେ ମୋ ରୁମ୍ ସାଙ୍ଗଙ୍କୁ ଫୋନ କରି ବୁଝି ପାରିବ। ମୁଁ ଯେଉଁ ସାଙ୍ଗ ମାନଙ୍କ ସହିତ ରହିଛି ସେମାନେ ବି ୪/୫ ବର୍ଷ ଧରି ଚେଷ୍ଟା ଜାରି ରଖିଛନ୍ତି। ମୁଁ ବି ତ ଚେଷ୍ଟା ଜାରି ରଖିଛି। ଆପଣ ଆଦୌ ଭାଙ୍ଗି ପଡନ୍ତୁ ନି। ମୋର ଦୃଢ ବିଶ୍ବାସ ଅଛି ମୁଁ ଯେଉଁଥିପାଇଁ ଭୁବନେଶ୍ଵରରେ ରହୁଛି ତାର ସଫଳତା ନିଶ୍ଚୟ ମିଳିବ। ଆପଣ ତ ଜାଣିଛନ୍ତି ଆଜିକାଲି ଦୁନିଆରେ ଭଲ ଚାକିରିଟିଏ ପାଇବା ପାଇଁ କେତେ ‌ହାତଗୁଞ୍ଜା ଓ ପରିଚୟ ଦେବାକୁ ପଡ଼ୁଛି। ସେ ସବୁ କୁ ଭୁକ୍ଷେପ ନକରି ମୁଁ ମୋର ପ୍ରସ୍ତୁତି ଜାରି ରଖିଛି ଆପଣ ମୋତେ ସାହସ ଦିଅନ୍ତୁ ଆର୍ଶୀବାଦ କରନ୍ତୁ ମୁଁ ଯେମିତି ଭଲ ଚାକିରିଟିଏ ପାଇଯାଏ। ତାପରେ ଦେଖିବେ ... । ସମୟ ଯେ ପର୍ଯ୍ୟନ୍ତ ଭଲ ଆସିନାହିଁ ମୁଁ ଯେତେ ଚେଷ୍ଟା କଲେ ବି କିଛି ହେବନି। ମୋର ଦୃଢ ବିଶ୍ବାସ ଯେ ମୁଁ ଭଲ ଚାକିରିଟିଏ ପାଇବି କିନ୍ତୁ ଆପଣ ନିଜ ଦେହ ଓ ମା ଦେହ ପ୍ରତି ଧ୍ୟାନ ରଖିବେ। ଏହି ୨ ମାସ ତଳେ ମୁଁ ବ୍ୟାଙ୍କ ଅଫିସର ପରୀକ୍ଷା ଦେଇଛି ଭଲ ମଧ୍ୟ ହୋଇଛି ତେଣୁ ମୋର ଦୃଢ ବିଶ୍ବାସ ମୁଁ ଏ ଚାକିରି ନିଶ୍ଚିତ ଭାବେ ପାଇବି.....।



Rate this content
Log in

Similar oriya story from Inspirational