STORYMIRROR

Satyabati Swain

Abstract

2  

Satyabati Swain

Abstract

ସାତରୁ ସତେଇଶି

ସାତରୁ ସତେଇଶି

2 mins
300

ମନ ତଳେ ଗୋଟେ ଇଚ୍ଛା ଥିଲା ଛୋଟ ବେଳୁ ସାଇତା ଥିଲା। ବହି ପଢି ରାମକୃଷ୍ଣ ପରମ ହଂସଙ୍କ ଯେ କି ବିବେକାନନ୍ଦଙ୍କ ଗୁରୁ ଥିଲେ,ତାଙ୍କୁ ଦେଖିବାକୁ। ସେ ମା ଙ୍କ ପରମ ଭକ୍ତ ଥିଲେ। ଏତେ ଭକ୍ତି ଥିଲା କୁଆଡେ ମା ଙ୍କ ମୁଣ୍ଡ ଚୁଟି ଉପାଡି ଦେବା ବେଳେ ସର ସର ରକ୍ତ ଝରୁଥିଲା। କେଜାଣି କାହିଁକି ରାମକୃଷ୍ଣ ଙ୍କ ବେଲୁଡି ମଠ ଦେଖିବାକୁ ମନରେ ମିର ଗଡାଇ ଇଚ୍ଛାଥିଲା। କିନ୍ତୁ ଯିବାର କୌଣସି ରାସ୍ତା ନଥିଲା। ଛୋଟ ପିଲା କିଏ ବୁଝିବି ମୋ ମନ କଥା


ଯେବେ ମନ ହୁଏ ତାଙ୍କ କଥା ଭାବେ ବହିଟା ଆଣି ପଢେ। ଦିନେ ବାପାଙ୍କୁ ମୋ ମନ କଥା କହିଲି"ବାପା ଆମେ କଲିକତା ଟିକେ ବୁଲି ଯିବା। ମାମୁଁ ଅଛନ୍ତି। କଲକାତା ଦଶହରା କୁଆଡେ ଖୁବ୍ ଭଲ ହୁଏ। ଦଶହରା ବୁଲନ୍ତେ। ବେଲୁଡି ମଠ,ସହୀଦ ଭବନ,ଆଳିପୁର ଜୁ,ଗଣେଶ ଟାଙ୍କି, ଝୁଲନ୍ତା ପୋଲ,ଗଙ୍ଗା ନଈ,କାଳୀ ଘାଟି,ଧର୍ମତାଲା,ଦମ୍ ଦମ୍ ଆଦି ବୁଲନ୍ତେ। ଯିବା ବାପା


ପ୍ରାୟତଃ ମୁଁ ଏମିତି କୁହେ। ବାପା ବି କୁହନ୍ତି ହେଉ ଯିବା। ସାତ ବର୍ଷରୁ ସତର ବୟସ ହେଲା। ସେଇ ଗୋଟିଏ ଇଚ୍ଛା କଲିକତା ଯିବି;କିନ୍ତୁ ପୂରଣ ହେଉ ନଥିଲା। ସାତରୁ ସତର ହେବା ବାଟରେ କେଉଁଠି ସମୟ ଅଥଳ ସମୟ ସାଗର ଭିତରେ ମୋ ବାପା ମା ମୋତେ ମୋ ଭାଇ ମାନଙ୍କ ଜିମା ଦେଇ ଆର ପାରିକୁ ଚାଲିଗଲେ। ଅତି ଅଳ୍ପ ବୟସରେ ବାପା ମା ହରାଇ ମୁଁ ଚୁପ୍ ଚାପ୍ ଝିଅଟିଏ ହୋଇଗଲି।


କଲିକତା ଯିବା ପରି ଅସୁମାରୀ ସ୍ୱପ୍ନକୁ ମୁଁ ଜବରଦସ୍ତ ମୋ ପାଖରୁ ଦୁରେଇ ଦେଲି। ସେମାନେ ସମାଧି ନେଲେ। କିନ୍ତୁ ଇତିହାସ ବହିରେରେ ଯେତେବେଳେ କଲକାତା ବିଷୟରେ ପଢ଼ିଲି,ପୁଣି ମୋ ସହ ସେ ସ୍ବପ୍ନ ଯୋଡି ହୋଇ ଗଲେ। କିନ୍ତୁ ଭିତରେ ଉସକାଇଲେ ସିନା ପଦାକୁ ଆସିଲେଣି। କିଏ ପୁରାଣ କରିବ ଭାଇ ମାନେ ତ ପଢେଇବା ବ୍ୟତୀତ ଆଉ କିଛି କରିବାକୁ ସୁଯୋଗ ଦିଅନ୍ତି ନାହିଁ। ଖାଲି ପାଠ ପଢ଼।


ସମୟ ଦୌଡୁଥିଲା। ତା ସହ ମୁଁ ବି। ସାତରୁ ସତର,ସତରରୁ ସତେଇଶି ହୋଇଗଲା ମୋତେ। ସ୍ବପ୍ନ ସେମିତି ମୋ ସହ ଦୌଡୁଥିଲା। ସତ ହେଉ ନଥିଲା। କିନ୍ତୁ ସୌଭାଗ୍ୟ ବଶତଃ ସେଇ ଚିର ଇପ୍ସିତ କଲିକତାରେ ପିଓ ଭାବେ ମୋର ନିଯୁକ୍ତି ହେଲା। ଆଃ କି ଆନନ୍ଦ

କଲିକତା ବ୍ୟାଙ୍କରେ ମୋର ପୋଷ୍ଟିଂଗ ହେବା ଜାଣି। ଯେଉଁଠିକୁ ବୁଲିଯିବା ମୋ ସାଇତା ସ୍ୱପ୍ନ ଥିଲା,ସେଠି ମୁଁ ରହିବି! ବାଃ କି ମଜା ହେବ! ଠାକୁର ତୁମେ ଏତେ ଏମିତି ମୋ ସ୍ବପ୍ନ ପୂରଣ କରିବ ଜାଣି ନଥିଲି। ଚାକିରି ପାଇବା ଖୁସି ଅପେକ୍ଷା କଲିକତାରେ ପୋଷ୍ଟିଂ ହେଉଛି ଜାଣି ମୋ ଖୁସି ଆକାଶ ଛୁଇଁଲା।


ଏବେ ନିଇତି ଗଙ୍ଗାରେ ବୁଡ଼ ପକାଉଛି। ପ୍ରତି ଦିନ ବେଲୁଡି ମଠ ବୁଲି ଯାଉଛି। ସ୍ବପ୍ନ ମୋର ସତ ହୋଇଛି।

ମନରେ ମୋର ଡେଣା ଲାଗିଯାଇଛି। ସ୍ବପ୍ନ ସତ ହେଲେ

ମନ ନାଚେ,ଝୁମେ। ଯେମିତି ଝୁମୁଛି ମୁଁ,ନନ୍ଦିତା ଦ୍ବିବେଦୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract