ଆଶୀର୍ବାଦ
ଆଶୀର୍ବାଦ
ଆଶୀର୍ବାଦ
ଆମଘର ବାରିପଟେ ଆମ୍ବର ବଗିଚାରେ
ଚୋରି ଚୋରି ଆମ୍ବ ଗୋଟେଇ ଖାଇବା,
ମାଳି ଆସିଲା ବେଳକୁ ଦୌଡ଼ି ଲୁଚିଜିବା
କୁଅଁରେ ବାଲ୍ଟି ପକେଇ ପାଣି କାଢିବାର
ମାଟିର ଖେଳଣା ତିଆରି କରି ଖେଳିବା
ସ୍କୁଲବହି ଛାଡି ମାଟିରେ ଘର ସଜେଇବା
ମନ ପଡୁଛି ଯେମିତି ଦିନରେ ସ୍ୱପ୍ନ ଦେଖୁଛି।
ପିଲାବେଳେ ମାଆଙ୍କ ପ୍ରେମ ବାପାଙ୍କ ସ୍ନେହ
ଜନ୍ମଭୂମିର ସୁଗନ୍ଧ, ପାରଳାର ପାଣି ପବନ
ସବୁ ଛାଡି ଆସିଥିଲି ସ୍ୱାମୀଙ୍କର ହାଥଧରି
ଏକ ଅଜଣା ଶହରକୁ ଯେଉଁଠି ଘର ଗୁଡିକ
ଆକାଶକୁ ଚାହିଁ ମୁଣ୍ଡ ଟେକି ବିଦ୍ୟମାନ ଅଛନ୍ତି।
ଚୌଡା ରାସ୍ତାରେ ଗାଡ଼ି ମାନଙ୍କର ଶବ୍ଦରେ
ପଂଖୀଙ୍କର କଳରବ କିଂଚିତ୍ତ ଶୁଣାଇ ଦେଉନି
ଗ୍ରାମର ଶାନ୍ତ ପବନ କେଉଁଠି ଲୁପ୍ତ ହୋଇଯାଇଛି
ଶାନ୍ତ କୁଅଁର ନିର୍ମଳ ଥଣ୍ଡା ଜଳ ପିଇବାକୁ ମିଳୁନି
ନା ଗାଈ ମାନେ ଧୂଳି ଉଡାଇ ଘରକୁ ଫେରନ୍ତି।
ବାପାଙ୍କର ହାତ ଧରି ସିନେମା ବଜାର ବୁଲୁଥିଲି,
ମାଁଙ୍କର ଆଞ୍ଚଳର ଛାୟା ରେ ମନ୍ଦିର ଯାଉଥିଲି
ଏବେ କିଏ ହାଥ ଧରୁ ନାହିଁ, ଛାୟା ଦେଉନାହିଁ
ମାଁ କୁହତ କାହିଁକି ମୁଁ ବଡ଼ ହୋଇ ଗଲି,
ମୋର ଘର ଛାଡ଼ି, କାହାର ବୋହୁ ହୋଇଗଲି।
ମାଁ ପିଲାଦିନର ସୁବର୍ଣ ସମୟ ଗୁଡାକ ଆଣିଦେ
ତୋର କୋଳରେ ସୋଇ ଛୋଟପିଲା ହୋଇଯାଉଁ
ଏମିତି ଆଶୀର୍ବାଦ ଆଉଥରେ ଦେଇଦେ।
© ଲତା ତେଜେଶ୍ଵର