Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Inspirational Abstract Others

3  

Sarada Parida

Inspirational Abstract Others

ପାପ

ପାପ

9 mins
7.6K



ଏ ଦେଖା ସିଖାର ଦୁନିଆରେ ସମସ୍ତେ ଦେଖେଇ ହେବାକୁ ଭଲ ପାଆନ୍ତି । ହେଲେ ବାସ୍ତବତା ଟା ଠିକ ବିପରୀତ । ଏଇ ଦେଖେଇ ହେବା ଭିତରେ ଆପଣାକୁ ସଭିଏଁ ଲୁଚାଇବାରେ ବ୍ୟଗ୍ର , ଠିକ ଗେଣ୍ଡା ଟାଏ ପରି । ଊଣା ଅଧିକେ ସମସ୍ତଙ୍କ ଭିତରେ ପ୍ରବିଷ୍ଠ ଏଇ ଗୁଣଟି , କିଏ ଦେବତା କୁ ଲୁଚାଏ । ଆଉ କିଏ ଦାନବ କୁ । ଭଦ୍ରାମିର ମୁଖାତଳେ ଅନେକ ଲୁଚାଇ ବସନ୍ତି ମନ ଭିତରର ଆବର୍ଜନା କୁ ଅନେକାଂଶରେ । ନିଜକୁ ମାପକାଠି ନେଇ ତଉଲିବାକୁ ବସନ୍ତି ସମଗ୍ର ଆବର୍ତ୍ତମାନକୁ । ଜୀବନ ର ପ୍ରବାହ ଭିତରେ ଯେଉଁଠି ପ୍ରେମ ଥାଏ , ସେଇଠି ଶଙ୍କାଟିଏ ଥାଏ , ଆଉ ଶଙ୍କାଗ୍ରସ୍ତ ପ୍ରେମିକ ଯଦି ବେଳେ ବେଳେ ଠକିଯାଏ , ବାକି ପୁରା ଦୁନିଆଟା ଠକାମିର ଚାଟସାଳୀ ପରି ପ୍ରତୟ ହୁଏ । ମଣିଷ ଭିତରେ ଏ ଗୁଣଟିକୁ ଅସ୍ଵାଭାବିକ ଭାବିବା ବୋଧେ ମୁର୍ଖାମୀ ନିଶ୍ଚୟ , କେବଳ ବଡ ବଡ ଦାର୍ଶନିକ ଭାଷଣ ଦେଇହୁଏ ସିନା ମାତ୍ର ଗୋଟାଏ ବିକ୍ଷିପ୍ତ ହ୍ରୁଦୟକୁ ବୁଝାଇବା ସମ୍ଭବ ହୁଏ ନାହିଁ ।

                       ଯେଉଁ ଦିନ ପ୍ରଥାମ କରି ଅବିନାଶ ସୋମ୍ୟା ମହାପାତ୍ର ଆମ ଅଫିସ ରେ ଜଏନ କରିବ ବୋଲି ବଡ ବାବୁଙ୍କ ପାଖରୁ ଶୁଣିବାକୁ ପାଇଲା , କେଜାଣି କେମିତି ଗୋଟାଏ ଅସ୍ବାଭାବିକତା ଗ୍ରାସ କରିନେଇଥିଲା ତାକୁ । ଗୋଟାଏ ଉତ୍କଣ୍ଠା ଆଉ ଗୋଟାଏ ଆଉ ଗ୍ଳାନି ରେ ବାରମ୍ବାର ଖୋଜି ହେଉଥିଲା । ଖୁବ ନିଜର ଲାଗେ ଏ ନା ଟି ଅବିନାଶ କୁ । ତାକୁଇ ପ୍ରେମ କରେ ଆଉ ଘୃଣା ବି । ଖାଲି ଅବିନାଶ କାହିଁକି ସମ୍ଭବତ ସବୁ ପ୍ରେମୀ ବି ଏଇ ପରି , ନିଜ ନା କୁ ଛାଡ ଦେଲେ ପ୍ରେମିକା ର ନା ଟା ତ ଜପାମାଳ ହେଇଥିବ , ସେଇ ନାରେ ଯେତେ ଝିଅ ଥିବେ ସବୁ ଗୁଡାକ ପାଇଁ ସେଇ ଗୋଟାଏ ଭାବ , ଅନାହାତ ପ୍ରେମିକର , ଅବାଞ୍ଛିତ ନଜର , ଅକୁଣ୍ଠ ଯାଚନା ଆଉ ଆକ୍ଷେପ ।

                      ଯେତେ ବେଳେ ପ୍ରଥମ କରି ସୋମ୍ୟା କୁ ସାର ଙ୍କର କ୍ୟାବିନ ଭିତରେ ଦେଖିଲି , ମନ ଭିତରେ କେମିତି ଗୋଟାଏ ଆଶ୍ଵାସନା ଜିଇଁ ଉଠିଲା , ଈଶ୍ଵରଙ୍କୁ ସତ ଧନ୍ୟବାଦ ଦେଲି , ହେ ଇଶ୍ଵର ଇଏ ସେଇ ସୋମ୍ୟା ମୋହାପାତ୍ର ନୁହଁ ଯାହାକୁ ନେଇ କ୍ଷତାକ୍ତ ମୋର ଆବର୍ତ୍ତମାନ , ଯା ପାଇଁ ଭୁଲୁଣ୍ଠିତ ମୋର ଶତ ରଜନୀ ର ସ୍ଵପ୍ନ । ଗୋଟାଏ ବିରାଟ କଦର୍ଯ୍ୟ ବାସ୍ତବତା କୁ ସାମ୍ନା କରିବାରୁ କ୍ଷାନ୍ତ କରିଦେଲ ଭଗବାନ ।

 ଯେଉଁ ଅତୀତ କୁ ଭୁଲିବାକୁ ଚେଷ୍ଟା କରୁଥିଲା ଅବିନାଶ ସେଇଟା ପୁନର୍ବାର ଜୀବନ୍ୟାସ ନେଇ ଚଳ ଚଞ୍ଚଳ ହୋଇଠୁଥିଲେ ଆଖି ସାମ୍ନାରେ ।

ସୋମ୍ୟା , ସେଇଟା ଗୋଟାଏ ଚରିତ୍ରା ହୀନା , ଶରୀର ର ଉତ୍ତାପ ମେଣ୍ଟେଇବାକୁ ଆବଶ୍ୟକ ପଡେ ପୁରୁଷ ର ତା ପାଇଁ , କଣ ମତଲବ ତା ଆଗରେ ଭଲ ପାଇବାର । କେବଳ କିଛି ଛଳନା ଭରା ମିଠା ମିଠା କଥା ଜାଣିଛି ସିନା , ହେଲେ ସେଇ ମିଠା କଥାର ପଛରେ ଷଡଯନ୍ତ୍ର ର କେଉଁ ବିଷକ୍ରିୟା ଟାଏ ଅଛି କେବେ ଠଉରେଇବାକୁ ଦେବନାହିଂ ।

ମୁଁ ତ ପ୍ରମତ୍ତ ହୋଇ ଧାଇଁ ଯାଇନଥିଲି ତା ପାଖକୁ , ଓଲଟି ସିଏ ଧାଇଁ ଆସିଥିଲା ମୋ ପାଖକୁ ପ୍ରେମ ନିବେଦନ ନେଇ । ଅନ୍ତତ ମୋତେ ସେଇଦିନ ବୁଝିନେବାର ଥିଲା । ଗୋଟାଏ ଲଜ୍ୟାହୀନ ନାରୀ ର ମନ ବୋଲି କିଛି ନଥାଏ ହୃଦୟ ବୋଲି କିଛ ନଥାଏ , କେବଳ କାମନା ର ବସ । କେତେ କେତେ ଯେ ରାତି ବାହୁ ବନ୍ଧନ ରେ ବୀତି ନଯାଇଛି ହୋଟେଲ ର ନିଭୃତ କୋଠରୀ ଭିତରେ । ଗୋଟାଏ ବିବାହିତ ନାରୀ ପରପୁରୁଷ କୁ ସମର୍ପଣ କରିଦିଏ ଯେ କେମିତି ମାତ୍ର କେଇ କ୍ଷଣର ଆନନ୍ଦ ପାଇଁ । ବେସ ଏଇ ଭ୍ୟାବିଚାର ଆଧୁନିକ ନୁହଁ , ସମ୍ଭବତ ପୁରାତନ ରୋଗ ଏଇଟା , ଯେବେଠାରୁ ଜୀବନ ର ଆରମ୍ଭ ସେବେଠୁ , ଖାଲି ବୃଥା ଦୋଷ ସିନା ଏ ସମୟ ଉପରେ । ଆଧୁନିକତା ଉପରେ । ତେବେ ଏଇ ଲମ୍ପଟ ପ୍ରେମ ରେ ବି କିଛି ନିୟମ ଅଛି । ଏ ଧନ୍ଦା ରେ କେହି କେବେ ନିଜର ପରିଚୟ ଦିଏ ନାହିଂ । ଏ ସହର ରେ ଏଇଟା ହବା କିଛି ନୂଆ ନୁହଁ । ଲମ୍ପଟ ପୁରୁଷ ମାନଙ୍କର ଆଉ ଏକଛତ୍ର ବାଦ ର ସମୟ ରହିନାହିଂ ଯେ ସେମାନେ ବଛା ବଛା ନୀଳ ପରି ମାନଙ୍କୁ ନେଇ ରାତି ଗୁଡା ରଙ୍ଗୀନ କରି ବସିବେ । ଏବେ ନୂଆ ଟ୍ରେଣ୍ଡ ବଡ ବାବୁ ମାନଙ୍କ ପରି ଏ ବଡ ଘର ର ବୋହୁମାନେ ବି ଆସନ୍ତି ଘର ର ଏରୁଣ୍ଡି ଡେଇଁ ଦେହର ଅରମାନ ମେଣ୍ଟେଇବାକୁ , ରାତି ଟାଏ ପାଇଁ ପତି ବରିବାକୁ , ଦାସ ଟାଏ କିଣିନେବାକୁ , ଆଉ ପ୍ରତିବଦଳରେ କିଛି ପାରିଶ୍ରମିକ ।

                       ଅବିନାଶ କର୍ମ ସଂସ୍ଥାନ ର ଅନ୍ଵେଷଣ ରେ ଧାଇଁ ଆସିଥିଲା ଏ ସହରକୁ , ସହର ଭ୍ରମ ଟାଏ , ମୋହ ଟାଏ ,ଏଠି ଚାକିରି ଠୁ ବେକାରି ବେଶୀ । ତେବେ ଚାକିରି ଖୋଜୁ ଖୋଜୁ ପ୍ରଥମେ ସିଏ ପହଞ୍ଚିଥିଲା ଗୋଟାଏ ହୋଟେଲ ରେ , ପ୍ରଥମେ ଅର୍ଡର ବଏର କାମ , ପଛକୁ ବାଉନସର ତଥା ପେଶାଦାର ଶୃଙ୍ଖଳା ରକ୍ଷକ ପୁଣି କେତେବେଳେ କାହା ପ୍ରରୋଚନା ରେ ହୋଇ ସାରିଥିଲା ଜଣେ ପୁରୁଷ ଦେହଜୀବୀ ଜଣା ନଥିଲା ତାକୁ । ତେବେ ଏତେ ଗୁଡାଏ ସିଡି ଚଢିବାକୁ ଲାଗିଥିଲା ମାତ୍ର କେତେଟା ମାସ । ଏଇ କଦର୍ଯ୍ୟ କାମ ଆଉ ଅତୀତ ଭିତରେ ମାତ୍ର ଦୁଇଟି ଚେହେରା ମନେ ପଡନ୍ତି , ଏ ଲାଇନ ରେ ତାର ପ୍ରଥମ ମାର୍ଗଦର୍ଶକ ଲିଟୁ ଆଉ ମିସେସ ମହାପାତ୍ର । ପ୍ରଥମ କରି ଯେତେବେଳ ଏ ଧନ୍ଦା ଆରମ୍ଭ କରିଥିଲା ସିଏ ,ଅବଶ୍ୟ ଲଜ୍ୟାର ସମ୍ମୁଖୀନ ହୋଇଥିଲା , ମାତ୍ର ପରେ ଏ ଗୁଡା ପାଲଟି ଯାଇଥିଲା ଦୈନଦିନ ଜୀବନ ର ଗୋଟାଏ ଜୀବନ ଚର୍ଯ୍ୟା , ମାଙ୍କଡ ଟିଏ ଭିନ୍ନ ଭିନ୍ନ କଳା କୌଶଳ ଶିଖିବା ପରି ତାକୁ ବି ଅନେକ କୌଶଳ ଶିଖିବାକୁ ପଡିଛି ଖାସ ସେଇଥି ପାଇଁ । 

                       ଏ ରଙ୍ଗୀନ ବ୍ୟବସାୟରେ ବି ଗୋଟାଏ ନିୟମ ଅଛି । ଏଠି ଦେହ ଦବାର ଧର୍ମ ;ହେଲେ ମନକୁ ବାରଣ । ତେବେ ବାରମ୍ବାର ମିସେସ ମହାପାତ୍ର ତାକୁ ହିଁ ଯେ କେବଳ କାହିଁକି ପସନ୍ଦ କରୁଥିଲେ , ସେ କଥା ବୁଝା ପଡୁନଥିଲା ଅବିନାଶ ର । ଖାଲି କଣ ଦେହର ଅରମାନ ମେଣ୍ଟେଇବାକୁ ଧାଇଁ ଆସୁଥିଲେ ସିଏ , ଅନ୍ୟମାନେ ବି ତ ଅଛନ୍ତି , ଆଉ କାହା ପାଖକୁ ଯାଇ ପାରିଥାନ୍ତେ , କଣ ଅଛି ତା ପାଖରେ । ହେଲେ ଏ ସବୁ ପଚାରିବାକୁ ଅଧିକାର ନଥିଲା ତା ପାଖରେ , ସେ ଯେ କ୍ରୀତଦାସ ଟିଏ ଗୋଟାଏ ରାତି ପାଇଁ , ସେଇ କଥା ର ଖିଆଲ ବଞ୍ଚିତ କରେ ତାକୁ ଏତେକ ପଚାରିବାକୁ । ତେବେ ରାତି ରାତି ଏଇ ଦେହ ର ଭୋକ ମେଣ୍ଟାଉ ମେଣ୍ଟାଉ ବେଳେ ବେଳେ କାହିଁକି ଯେ ଭାବ ପ୍ରବଣ ହୋଇଉଠନ୍ତି , ସେ କଥା ତାର ପଚାରିବାର ଅଧିକାର ନଥାଏ । ଗୋଟାଏ କ୍ରୀତ ଦାସର କି ଅଧିକାର , ସିଏ ତ କେବଳ ଖେଳଣା ଟାଏ । ଫରକ ଜୀବନ ଟାଏ ଅଛି କେବଳ ।

                                   ଏଇ ବେପାର ରେ ସମସ୍ତେ ଭେଜାଲ , ଦାସ ବି ଆଉ ରାଣୀ ବି , । ସବୁ ଗୁଡାକ ମିଛ । ନାମ ଠିକଣା ପରିଚୟ ଜାତି ଗୋତ୍ର । ଏଠି ପରିଚୟ କେବଳ ଗୋଟାଏ ମୋବାଇଲ ନମ୍ବର , ତା ପୁଣି କିଛି କାଳ ପାଇଁ । କାମ ଖତମ ହେବା ପରେ ସେଗୁଡା ଫିଙ୍ଗିଦିଆଯାଏ ଠିକ ମୁଖବାସ ପରି । ତେବେ ଏଇ ଗଲା ଦୁଇ ବର୍ଷ ର  ବାରମ୍ବାର ଯିବା ଆସିବା ଭିତରେ କେମିତି କେଜାଣି ଅଜାଣତରେ ମନ ଦିଆ ନା ହୋଇଯାଇଥିଲା ମିସେସ ମହାପାତ୍ରଙ୍କ ସହିତ । ଅଜାଚିତ ଭାବେ ଅଜାଡି ଦେଉଥିଲେ ଭଳି ସାଜ ସରଞ୍ଜାମ ଟା ଉପରେ । ଅନେକ ଥର ସାଥିରେ ନେଇଛନ୍ତି ସପିଙ୍ଗ ମଲ ମନ ପସନ୍ଦ ର ଚିଜ କିଣିଦେବାକୁ ଅବିନାଶ ପାଇଁ । ଆଉ ପ୍ରତବଦଳରରେ ନେଇଛନ୍ତି କେବଳ ସେ ପୁରୁଷତ୍ଵ ଟିକକ ।

ଥରେ ଅବିନାଶ ର ବାହୁବନ୍ଦନ ରେ ନିଜକୁ ବାନ୍ଧି ଦେଇ କହିବସିଥିଲେ ମିସେସ ମହାପତ୍ର ଜାଣିଛ ଅବିନାଶ , କେବଳ ଯଦି ରାତି ରହିଥାନ୍ତା ଆଉ ବାକି ସବୁ ବାସ୍ତବତା ଆଲୁଅ ର ସହ ପଛକୁ ଠେଲି ହୋଯାଇଥାନ୍ତା , ମୁଁ ଏଇଠି ତୁମରି ବାହୁ ବନ୍ଧନରେ ଲୀନ କରି ଦେଇଥାନ୍ତି ନିଜକୁ ଚିର କାଳ , ଜାଣେ ଏ ସବୁ ଅସମ୍ଭବ । ଏଇ ଗୋଟାଏ ରାତିର ଅଧିକାର ତ କେବଳ , ପୁଣି ବାହୁଡିବାକୁ ପଡିବ । ହେଲେ ଜାଣିଛ ସବୁ ପ୍ରାଚୁର୍ଜ୍ୟ ଭିତରେ ଥାଇ ବି ମୁଁ କେତେ ଅସମ୍ପୂର୍ଣ , କେତେ ଏକୁଟିଆ ଆଉ ଖୋଜିବସେ ତୁମର ସାନିଧ୍ୟ ଟିକକ । ହଁ ତମେ କେମିତି ବୁଝିବ ବା , ଯଦି ପତିତ୍ୟକ୍ତା ନାରୀ ଟାଏ ହୋଇଥାନ୍ତ ବୁଝିପାରିଥାନ୍ତ ମୋ ଅନ୍ତରର ବେଦନା । ତୁମକୁ ନେଇ ଯେଉଁ ସବୁ ସ୍ଵପ୍ନ ଆଙ୍କେ ସେଗୁଡାକୁ ତୁମ ଆଗରେ ବଖାଣିବାର କଣ ମତଲବ । ତଥାପି ମୁଁ ତୁମକୁ ଭଲପାଏ , ଏ ଦେହର କ୍ଷୁଦା ମେଣ୍ଟେଇବା ଭିତରେ କିଛି ଅନଧିକାର କରୁନି ତ ? ଯଦି କିଞ୍ଚିତ ମାତ୍ର ବି ଅଧିକାର ଥାଏ , ସେଇତକ ରେ କହିବି , ଏଣିକି , କେବଳ ତୁମେ ମୋର । ଅନ୍ୟମାନକୁ ତମ ସହ ଦେଖିଲେ ଜାଣିଛ ମୋତେ କେତେ ଯନ୍ତ୍ରଣା ହୁଏ , କଥା ଦିଅ ଆଉ କାହାକୁ ବାନ୍ଧିନେବନି ବାହୁ ବନ୍ଧନରେ ଏଣିକି କହିବ ତ ସବୁଦିନ ପାଇଁ କିଣି ନେବି ତୁମକୁ । ଦୁଇଟୋପା ଛଳ ଛଳ ଅଶ୍ରୁ ବହି ଆସିଥିଲା ଆଖି ଧାରରୁ । ଯେଉଁଥିରେ ବହି ଆସୁଥିଲେ ଭ୍ରୂଲତାରେ ବଡ ଯତ୍ନରେ ମାଖିଦେଇଥିବା ମେକଅପ ଗୁଡାକ ।

ସେଇ କ୍ଷଣିକ ଅଙ୍ଗୀକାର ଭିତରେ ଯେମିତି ନିଜର ସମ୍ପୂର୍ଣ ଅସ୍ତିତ୍ଵ କୁ ମିସେସ ମହାପାତ୍ର କରାଗ୍ରତ କରିନେଇଥିବାର ଅନୁଭବ କରିଥିଲେ ସିଏ । ଧେତ ଗୋଟାଏ ଅବୈଧ ଦେହ ବ୍ୟବସାୟ ରେ ବି ପ୍ରେମ କରିହୁଏ , ମନ ଦେଇ ହୁଏ ପୁଣି ଗୋଟାଏ ନିଜଠାରୁ ଢେର ବୟଶ୍କା କୁ ।

ଭାଗ୍ୟ ଆଉ କର୍ମ ଜଣେ ଆଉ ଜଣକୁ ପ୍ରେମ କରେ । ଗୋଟାଏ ପ୍ରେମ କରୁଥିବା ମଣିଷ ବି ବଦଳେ ଖାସ ପ୍ରେମ ପାଇଁ । ଆଉ କର୍ମ ବି । ସେମିତି ବଦଳିଥିଲା ଅବିନାଶ । ଏଣିକି ସେ ନାରୀ ଦେହଭିତର ରୁ କେମିତି ଗୋଟାଏ କର୍ଦ୍ଧମାକ୍ତ ଗନ୍ଧ କୁ ଅନୁଭବ କରୁଥିଲା , ଯେଉଁଟା କ୍ରମଶ ତାର ସମ୍ପୂର୍ଣ ଅବୟବ କୁ ଭେଦି ଗ୍ରାସ କରୁଥିଲା ମସ୍ତିଷ୍କ କୁ ଆଉ ଆତ୍ମା କୁ । କେବଳ ପଇସା ପାଇଁ ବଞ୍ଚୁ ଥିବା ମଣିଷ ପାପବୋଧ ରେ ଢାଙ୍କି ହୋଇ ପଡୁଥିଲା ବେଳକୁ ବେଳ । ଯେଉଁ ଧନ୍ଦାକୁ ବଡ ଆହଲ୍ଲାଦ ରେ ପଶି ଆସି ଅଜଣା ସୁଖ ର ଉନାଦ ରେ ଅଭିଭୂତ ହେଉଥିଲା , ସେଗୁଡାକ ନେପଥ୍ୟ ମନେହେଉଥିଲା । ସବୁ ଅବାସ୍ତବ ଭିତରେ ମାତ୍ର ଗୋଟାଏ ସତ୍ୟ ର ହୃଦ୍ବୋଧ ହେଉଥିଲା , ମିସେସ ମହାପାତ୍ର ଆଉ ମିଛ କୁ ଶତ ମନଉ ଥିବା ତାଙ୍କର ଛଳ ଆଖି , ଉନ୍ନତ ନାଶା ଏବଂ ନିଜର କରି ନେଉଥିବା ସମ୍ପୂର୍ଣ ଅବୟବ ।

ଦୁଇ ବର୍ଷର ଏ ପାପ ରାଜ୍ୟରୁ ପଳାୟନ ହେତୁ ବିରାମ , ଆଉ ନୂତନ ମର୍ଯ୍ୟାଦାସ୍ପଦ କର୍ମ ସନ୍ଧାନ ର ପରେ ଅବିନାଶ ପ୍ରଥମ କରି ଏ ଖବର ଟା ମିସେସ ମହାପାତ୍ର ଙ୍କୁ ଜଣେଇବାକୁ ଉଚିତ ମଣିଥିଲା । ମାତ୍ର ଯେଉଁ ଦିନ ତାର ପରିକଳ୍ପିତ ମିସେସ ମହାପାତ୍ର ଭେଟ ହେଲେ ତାଙ୍କୁ ସେ ଆବିଷ୍କାର କରିଥିଲା ଆଉ କେଉଁ ପୁରୁଷ ର ସହ , ବୁଝବା ଅନାବଶ୍ୟକ ତାର ପରିଚୟ , ହୋଇଥାଇପାରନ୍ତି ତାଙ୍କ ପତି , ଅବା ଅନ୍ୟ କେଉଁ ଏକ ଅବିନାଶ । ମାତ୍ର ଜାଣି ନଜାଣିବା ପଥଚାରୀ ପରି ବାଟ ଭାଙ୍ଗି ଚାଲି ଯାଇଥିଲେ ସେ । ଅନ୍ତତଃ ଥରୁଟିଏ ବୁଲି ଚାହିଁ ପଚାରି ପାରିଥାନ୍ତେ , ନତୁବା ଭ୍ରୂଲତାରେ ସୁଚେଇ ଦେଇଥାନ୍ତେ ଅସହାୟତା । ତେବେ ସେମିତି କିଛି ଅନୁଭବ ହୋଇ ନଥିଲା ସେଦିନ ।

ଯେଉଁ ନାରୀ ସହ ରାତି ରାତି ରତି କ୍ରୀଡାରେ ନିମମଜିତ ଥିଲା ସେ , ସିଏ ପୁଣି ଗୋଟାଏ ଇତର ପରି ପ୍ରତ୍ୟାଖ୍ୟାନ କରିପାରେ । ପ୍ରେମ ଫ୍ରେମ ବୋଲି କିଛି ନାହିଂ । ପାପ ଗୁଡାକ ମନ ଭିତରେ ମରନ୍ତି , ବହି ଆକ୍ରମଣ ର ଭୟରେ ଗେଣ୍ଡାଟିଏ ନିଜକୁ ଖୋଳପା ଭିତରକୁ ଟାଣି ନେଲାପରି ଏଇ ପାପ ଗୁଡାକ ନିଜକୁ ଆବୋର ପକାନ୍ତି , ଖୁବ ଆକ୍ତାମାକ୍ତା ହୋଇ ନିଜକୁ ନିଜ ଭିତରେ ଲୁଚେଇବାର ଚେଷ୍ଟା କରିବସେ । ପ୍ରତେକ ଥର ବୁଝିବାକୁ ଚେଷ୍ଟା କରେ ସିଏ । ହାନି ଲାଭର ହିସାବ ରେ ପାପ ଆଉ ପୂଣ୍ୟର ମୂଲ୍ୟବୋଧ । ପ୍ରେମ ପ୍ରଣୟ ଆଉ ପାପ ଭିତରେ ସିଏ ନିଜକୁ ଏକୁଟିଆ ଛିଡା ହୋଇଥିବାର ଅନୁଭବ କରେ , ସେମିତି ନିର୍ବିକାର ହୋଇ ଛିଡା ହୋଇଥିବାର ମିସେସ ମହାପାତ୍ରଙ୍କ ସ୍ବାମୀଙ୍କୁ । ଆଉ ମିସେସ ମହାପାତ୍ର ଚିରାଚରିତ ମିଥ୍ୟା ହସର ପ୍ରଲେପ ରେ ବାନ୍ତି ବସନ୍ତି ପ୍ରେମ

  ଏଇ ଯେଉଁ ହୃଦବୋଧ ପ୍ରବଞ୍ଛନା କ୍ରମଶଃ ମଜ୍ଜାଗତ ହୋଇଯାଏ ଗୋଟିଏ ପ୍ରତ୍ୟାଖାତ ମଣିଷ ପାଇଁ । ସେମିତି ଅବିନାଶ ର ବି । ମିସେସ ମହାପତ୍ର ଙ୍କ ମୂଲ୍ୟଙ୍କ ନେଇ ତଉଲ କରିବସିବାକୁ ବାଧ୍ୟ କରେ ବାକି ନାରୀ ଜାତିକୁ , ପ୍ରେମକା ମାନଙ୍କୁ , ଆଉ ସମନାମ୍ନୀ ସୋମ୍ୟା ମାନଙ୍କୁ । ସେମିତି ଶଙ୍କା ଏ ସୋମ୍ୟାକୁ ନେଇ । କେମିତି କଦାକାର ଲାଗେ ବ ତାର ସାବଲୀଳ ହସ , ମିଛ ଲାଗେ ତାର ଉଚ୍ଚାରଣ , ନୀତି ପ୍ରତିଦିନର ଶୁଭ ଦିନର ବାର୍ତ୍ତା ଆଉ ବ୍ୟବହାର । ସନ୍ଦେହ ଆସେ ତା ଚରିତ୍ର କୁ ନେଇ । ଏମାନେ ସମସ୍ତେ ମାୟାବିନୀ । ମତଲବୀ 

 ଗଲା ଦୁଇ ମାସ ହେଲା ସୋମ୍ୟା ର କ୍ରମାଗତ ଭାବେ ଅଫିସ ରେ ନିୟମିତ ମଝିରେ ମଝିରେ ଅନୁପସ୍ଥିତି ।ଯେତେବେଳେ ବି ଆସୁଥିଲା ମୁହଁ ର ହସ ଟିକକ ଯେମିତି ଝାଉଂଳି ଯିବାର ଅନୁଭବ ହେଉଥାଏ । ସୌଦାମିନୀ ପରି ସଦା ଚଳ ଚଞ୍ଚଳ ଆଉ ହସ ମିଜାଜ ର ଝିଅଟା ଏବେ କେମିତି କେମିତି ଆଶହାୟ ହୋଇଯାଉଥିବାର ଅନୁଭବ ହେଉଥାଏ । ଅବଶ୍ୟ ତା ଅନୁପସ୍ଥିତି କୁ ନେଇ ସନ୍ଦେହ କରିବା ତା ଯେମିତି ଗୋଟାଏ ପ୍ରବୃତି ପାଲଟି ସାରିଥିଲା । ତା ଚରିତ୍ରର ହନନ ହେବାର ଯେ ସେ ଗୋଟାଏ ପ୍ରମାଣ । କେଡେ ବେ ଦାଇତ୍ଵ ମ , ସବୁ ଝିଅ ଏମିତି , ଗୋଟାଏ ସାଧାରଣ ଟିପ୍ପଣୀ  ଦେବାକୁ ପଛଉନଥିଲି । ତେବେ ଏତେ ସବୁ ସନ୍ଦେହ ଆଉ ଦ୍ଵେଷ ଭିତରେ ବି ତାକୁ ଇ ନିତିଦିନ ଖୋଜିବା ଯେମିତି ଚିରାଚରିତ ଅଭ୍ଯାସ  ହୋଇସାରିଥାଏ ।          

           

           ଖୁବ ଘୃଣା କରୁଥିବା ସେ ଝିଅଟି ସାଥିରେ ଥରେ ଅବିନାଶର ଭେଟ ହେଲା ସିଟି ହସ୍ପିଟାଲ ର ଟ୍ରୋମା କେୟାର ୱାଡ ପାଖରେ । ହାତରେ ଗୋଟାଏ ଟିଫିନ କ୍ୟାରେଜ । ନିଶ୍ଚିତ କାହାକୁ ଭେଟିବାକୁ ଆସିଥିବ । ସମ୍ପର୍କୀୟ , ନା ନା ନିଜ ର ପରିବାରର ସଦସ୍ୟ କେହି ଆଉ ହସ୍ପିଟାଲରେ ଗୁରୁତର ହୋଇ ଚିକିସ୍ଚିତ ହେଉଛନ୍ତି କି । 

ବାସ୍ତବିକତା ଥିଲା ଆଉ କିଛି ଭିନ୍ନ । ସାମାନ୍ୟ ସ୍ଵାଗତ ସଂଭାଷଣ ପରେ ତା ପଛେ ପଛେ ଗଲି ଅବିନାଶ । ସୋମ୍ୟା ଯାଇ ବସିଲା ଗୋଟାଏ ଖଟିଆ ପାଖରେ । ଜଣେ ୩୦ ୩୨ ବର୍ଷ ର ଯୁବକ । ସମ୍ଭବତ କେଉଁ ଏକ ଦୁର୍ଘଟଣା ରେ ଗୋଡ ଦୁଇଟି ହରାଇ ଖଟିଆ ରେ ସୋଇଛି । ଯୁବକ ଜଣକ ବାକ ଶକ୍ତି ହରାଇଥାନ୍ତି ବୋଧହୁଏ । ସୋମ୍ୟା ବ୍ୟାଗ ରୁ ଟିଫିନି ବାହାର କରି ଯୁବକ ଜଣକୁ କିଛ ଖାଇବାକୁ ଦେଲା ଆଉ ପରେ ଔଷଧ ରୁ କେତେ ଟା । କିଛି କ୍ଷଣ ର ରହଣି ଭିତରେ ମୋତେ ହୃଦ ବୋଧ ହେବାକୁ ବାକି ରହିଲା ନାହିଂ ଯେ ଖଟିଆରେ ପଡିଥିବା ଯୁବକଟି ତା,ର ପ୍ରେମିକ ବୋଲି । ପୁଣି ଗୋଟାଏ ପାପ । ଆଉ ସେଇ ପାପକୁ ହସି ହସି ପାନ କରି ନିଳକଣ୍ଠ ହୋଇସାରିଥିଲା ସୋମ୍ୟ । ନହେଲେ ଯେଉଁଠି ସମ୍ପର୍କ ମାନେ ବାଟ ଭାଙ୍ଗନ୍ତି ଦୁଃଖ ସମୟରେ , ସେଠି ଗୋଟାଏ ଅଭିଆଡୀ ଝିଅ ଯୁଝିବାକୁ ବସିଛି ସାରା ଦୁନିଆ ଆଗରେ ନିନ୍ଦା ଅପବାଦ କୁ ଭୃକ୍ଷେପ ନ କରି ।

ସୋମ୍ୟା ଅନ୍ୟମନସ୍କ ହୋଇ ସେ ଯୁବକ ଜଣକ ପାଖକୁ ଯିବା ବେଳକୁ , ମୁଁ ଆଙ୍ଗୁଳିର ଦୁଇ ସନ୍ଧି ରେ ଆଖିରୁ ଝଋ ଆସୁଥିବା ଦୁଇ ବୁନ୍ଦା ଲୁହାକୁ ଲୁଚାଇବାକୁ ଚେଷ୍ଟା କରୁଥିଲି । ଏକ ପ୍ରାୟଶ୍ଚିତର ଦହନରେ ଜଳି ଉଠୁଥିଲେ ଅହମିକା ଓ ଅସ୍ତିତ୍ଵ ମୋର...





Rate this content
Log in

Similar oriya story from Inspirational