STORYMIRROR

Sarada Parida

Others

2  

Sarada Parida

Others

ରାକ୍ଷସ

ରାକ୍ଷସ

2 mins
3.1K


ବେଶଭୂଶାରୁ ବୁଝିବାକୁ ବାକି ପଡୁନଥାଏ ବୃଦ୍ଧା ଜଣଙ୍କ ଜଣେ ଭିକାରୁଣୀ ବୋଲି । ତେବେ ଯାହା ଅବୋଧ ଥିଲା ତାହା ଥିଲା ଭଦ୍ର ବ୍ୟକ୍ତିଙ୍କର ସେ ବୃଦ୍ଧା ଜଣଙ୍କୁ କ’ଣ ଗୋଟିଏ ପାଇଁ ବାଧ୍ୟ କରିବାର । ଯେଉଁଠି ବାଟ ଚଲା ଲୋକ ସହରର କ୍ରମବର୍ଦ୍ଧିଷ୍ଣୁ ଭିକାରୀ ଭିକାରୁଣୀଙ୍କୁ ବାଟ ଛେକିଥିବା କାଳି ବିଲେଇ ମନେ କରନ୍ତି ନତୁବା ଟଙ୍କେ ଦୁଇଟଙ୍କା ଦେଇ ବେସ୍ କିଛି ପୁଣ୍ୟ କମେଇଥିବାର ଆତ୍ମ ସନ୍ତୋଷ ନିଅନ୍ତି ସେଠି ସେ ଭଦ୍ର ଲୋକ ଜଣଙ୍କର ଭିକାରୁଣୀଟିକୁ କ’ଣ ଗୋଟାଏ ନେବା ପାଇଁ ବାଧ୍ୟ କରିବା କିଛିଟା ବ୍ୟତିକ୍ରମ ଥାଏ ନିଶ୍ଚୟ । ପାଖକୁ ଯାଇ ଦେଖିବାରୁ ଜଣା ପଡିଲା ଯେ ଭଦ୍ର ବ୍ୟକ୍ତି ଜଣଙ୍କ ବୃଦ୍ଧାଙ୍କର ମାଗିବା ମୁତାବକ ପାଖ ଜଳଖିଆ ଦୋକାନରୁ କିଣି ଦେଇ ଥିବା ଜଳଖିଆ ସାମଗ୍ରୀ ତକ ଖାଇ ନେବା ପାଇଁ ବାଧ୍ୟ କରୁଥାନ୍ତି । ମାତ୍ର ବୃଦ୍ଧା ଜଣକ ସେ ସବୁକୁ ସାଥିରେ ନେଇଯିବା ପାଇଁ ଜିଦି ଧରୁଥାଏ ।

ସେତିକି ବେଳକୁ ସାମ୍ନା ଦୋକାନୀ ଜଣକ ବୃଦ୍ଧା ଜଣକୁ ଆକ୍ଷେପ କରି କହୁଥାଏ

ଯା ଯା , ଆଉ କେତେ ଅବସ୍ଥା କଲେ ଯାଇ ସେ ପୁଅ ସରାଗ ଛାଡ଼ିବୁ । ତତେ ସେଇ ଅବସ୍ଥା ଦରକାର । ତା’ର କ’ଣ ହାତ ଗୋଡ ଛିଡି ପଡିଛି ଯେ , ଶଳା ମଦ ପିଇ ମାତାଲ ହବ , ବୋପା ଅଜା ଜମି ଡିହ ବିକି ସର୍ବସ୍ଵ ଉଡେଇବ । ଆଉ ଏ ବୁଢୀ ତା ଛୁଆଙ୍କୁ ପୋଷିବାକୁ ଭିକ ମାଗିବ । ତାପରେ ପୁଣି ଯେଉଁ ଦିନ ନାହଁ, ହାତ ଉଠେଇ ମାଡ ଖାଇବ । ଯା ଯା ଘରେ ନେଇ ଦେଇ ଆସିବୁ ଯା ଗରମ ଗରମ ଜଳଖିଆ ପୁଅ ନାତିଙ୍କୁ । ଏକ ବିଲକ୍ଷଣର ପରିକଳ୍ପନାରେ ଜର୍ଜରିତ ହେଉଥିଲା ଅନ୍ତର । ରାକ୍ଷସ ଅଲକ୍ଷରେ ଅଟ୍ଟହାସ୍ୟ କରୁଥିଲେ ମାନବ ସମାଜକୁ ସେତେବେଳେ , ପୁଣି ମଥା ନଇ ଆସୁଥିଲା ସର୍ବଂସହା ଜନନୀର ପାଦ ଯୁଗଳରେ । ମନେ ପଡୁଥିଲା ଶୁଣିଥିବା ତତ୍ଵ କଥାଟାଏ ମାତା କେବେ କୁମାତା ହୋଇନପାରେ । କିନ୍ତୁ ପୁଅ ମାନେ କ’ଣ ଯାତନା ଦେବାର ଅଧିକାର ପାଇ ନେଇଛନ୍ତି ଯୁଗ ପରେ ଯୁଗ । ତାରି ଭିତରେ ବୃଦ୍ଧା ଜଣକ ଖାଇବା ପୁଡିଆଟି ନେଇ ଚାଲି ଯାଇଥିଲେ ଘର ଆଡକୁ କେତେବେଳୁ ।

ଶାରଦା ପ୍ରସାଦ ପରିଡା

ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,

କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ , ଖୋର୍ଦ୍ଧା


Rate this content
Log in