ଚାଉଳ
ଚାଉଳ
(୧)
ଗାଁ ର ଶେଷ ମୁଣ୍ଡକୁ ସରକାରୀ ରାସନ ଦୋକାନ । ଡିଲର ମହାଶୟ ବ୍ୟତିବ୍ୟସ୍ତ ହୋଇ ଭିତରକୁ ପଶୁ ପଶୁ , ପାଖରେ ଓଜନ ମାପ ପାଇଁ ରଖିଥିବା ବାଳକ ଟିକୁ କହିଉଠିଲେ
----ଆରେ ଆଉ କେତେ ଚାଉଳ ଷ୍ଟକ ଅଛି
------ଆଉ ପାଞ୍ଚ ଛ ବସ୍ତା ହବ କି ନହବ ଆଜ୍ଞା
ବନ୍ଦ କର ବାଣ୍ଟିବା ସେତିକିରେ । ମୁନା ବାବୁ ପରା କହିଥିଲେ ତାଙ୍କ ପାଇଁ ଦୁଇ କୁଇଣ୍ଟାଲ ରଖିବା ପାଇଁ । ସେ ଗଲା ବେଳକୁ ଭୁବନେଶ୍ବର ନେବେ । ହେଇଟି ସେ କେମିତିଆ ଲୋକ ଜାଣିଛୁ ତ । ଚାହିଁଲେ ଘଡିକେ ପ୍ରଳୟ କରିବ । ବାବୁ ଆଉ ଥିବ ଲାଇସେନ୍ସ ନା ତୁ କରିବୁ ବେପାର ।
-----ଆଜ୍ଞା ଏମାନେ ଯେଉଁମାନେ ଧାଡିରେ ଅଛନ୍ତି ।
------ଭଗା ଭଗା ସେମାନଙ୍କୁ , ମୁଁ କଣ ଘର ବାରି ଭାଙ୍ଗି କୁଆଡେ ଯାଉଛି ନା କଣ । ଆର ଥରକୁ ଦେଖିବାନି
ତାଗିଦା କଣ୍ଠରେ କହି ଉଠୁଥିଲେ ଡିଲର ମହାଶୟ ।
(୨)
ମୋବାଇଲ ଫୋନଟି ବାଜି ଉଠିଲା ଡିଲର ବାବୁଙ୍କର ।
-----ହାଲୋ କିଏ କହୁଛନ୍ତି
-----ହାଲୋ , ମୁଁ ଘନଶ୍ୟାମ , ଏଥରକ ଦୋକାନରେ ପ୍ଯା ଭିଡ , ବେପାର ସମୟ , ଏଥର କ ମୁଁ ଯାଇ ପାରୁନି । ମୋ କୋଟାର ଚାଉଳଟା ରଖିଥିବ , ଆରଥରକୁ ଗଲେ ନେଇ ଆସିବି ।
-----ନାହିଁ ନାହିଁ ନୂଆ ନିୟମ ହେଇଛି ଚାଉଳ ରହିବ କି ନାହିଂ ମୁଁ ଗ୍ୟାରେଣ୍ଟି ଦେଇ ପାରୁନି , ଥିଲେ ଥିବ ନହିଲେ ନାଇଁ । ମତେ ଆଉ ପଛରେ ଦୋଷ ଦେବନି । ହଉ ଦେଖୁଛି ଯେମିତି ସୁବିଧା ହବ
ପୁଣି ବୁଝା ସୁଝା କରୁଥିବା ପିଲାଟିକୁ ଅନାଇ ଟିକେ ଖୁସିହେଲା ଢଙ୍ଗରେ ଡିଲର ମହାଶୟ କହିଉଠିଲେ “ ବୁଝିଲୁ ଆଉ ଦୁଇ ତିନି ଜଣ ଏମିତି ଜୁଟି ଯାଆନ୍ତେ ନି ମେକ ଅପ ହେଇ ଯାଆନ୍ତା ”।
ସାରଦା ପ୍ରସାଦ ପରିଡ଼ା
ହରିପା, ଜଗତସିଂହପୁର