Sarada Parida

Tragedy

2  

Sarada Parida

Tragedy

ଦୀପାବଳି

ଦୀପାବଳି

2 mins
7.3K


ଗୋଟାଏ ନବ ନିର୍ମିତ ବହୁତଳ ନିର୍ମାଣଧୀନ ଅଟ୍ଟାଳିକା । ସମ୍ଭବତ ଆଉ କେଇଦିନରେ ପାଇବ ଶେଷ ସ୍ପର୍ଶ । ଧୂଳି ଧୂସର ଶରୀର ଧରି ମାଈପ ରୁ ମରଦ ଯାଏ ଲାଗିଥାନ୍ତି କାମରେ । ଗୋଟାଏ ଦଉଡ ଲାଗିଛି ଯେମିତି ସେମାନଙ୍କ ଭିତରେ । ଦୁଇ ଭୁଜ ଧାରୀ ମଣିଷ ଗୁଡାକ ପାଲଟି ଯାଇଥାନ୍ତି କେଜାଣି କେତେ କେତେ ଭୁଜର ଅଧିକାରୀ । ତଥାପି ଅସନ୍ତୁଷ୍ଟ କଣ୍ଟ୍ରାକ୍ଟର

----ଶାଲା ମଦ ମାଉଁସ ଦେଇଥିଲି ,କଣ ଖାଲି ହଲ ଟହଲ ମାରିବାକୁ । ଆଜି ଏ ଯାଏଁ କଣ କରିଛ !

ଏ ଚକରା, ତତେ ଶାଲା ମନା କରିଥିଲି ନା ଏ ମଲା ଗୁଡାଙ୍କୁ ଆଣିବାକୁ । କେଉଁ କାମକୁ ନୁହଁ ତୁ । ଯଦି ମାଲିକ ଆସିଲା କଣ କହିବି । କହିଥିଲି ଦିବାଲି ରେ କାମ ଖତମ ହବ ବୋଲି ।

ତହୁଁ ଦେଖ, ସର୍ଦ୍ଦାର ଚକରାର ନାଲି ଆଖି । ସତରେ ଯେମିତି ଗୋଟାଏ ଜଙ୍ଗଲି ଜନ୍ତୁ ପରି ଝପଟି ଆସିଲା ସେଇ ମୁଲିଆମାନଙ୍କୁ ।

ଶଳେ, ତମ ଯୋଗୁ ମୁଁ ବାର କଥା ଶୁଣିବି , ହଉ ମୁଁ ବଞ୍ଚିଲେ ସିନା ତମେ ରହିବ । ଦେଖିବାନି ଆଉ କାଲିକି କାମ ଥବ ଯେ ହଲ ଟହଲ ମାରିବ । ଶଳେ ଓପାସେ ମରିବରେ । ଭଲ ଦଶା ଅଛି ଯଦି ହାତ ଫୁର୍ତ୍ତି କର ।

ଠିକ ସେତିକି ବେଳକୁ ଗୋଟାଏ ମଖମଲ୍ଲୀ ଦାମୀ ଗାଡିଟିଏ ଆସି ଲାଗିଲା ନିର୍ମାଣଧୀନ ଅଟ୍ଟାଳିକା ର ସମ୍ମୁଖରେ । ଗାଡିରୁ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ବୀରଦର୍ପରେ ତଳକୁ ଓହ୍ଲେଇ ପଡିଲେ । ତଳକୁ ଓହ୍ଲାଉ ଓହ୍ଲାଉ ଖୋଜା ପଡିଲା କଣ୍ଟ୍ରାକ୍ଟରର ।

ଆରେ କଉ ଯାଏ ଗଲା କାମ

ଆଜ୍ଞା , ସାର । ସବୁ ହେଇଯିବ ସାର । ଆପଣ ଦେଖିବେନି । ଏ କେଡେ କେଡେ କାମ ଉଠେଇ ଦେଇଛନ୍ତି ଏମାନେ । ଏଇଟା ଗୋଟାଏ କିବା କଥା । ଆପଣ ତୟାରି କରନ୍ତୁ ସାର , ଦିବାଲିକୁ ସବୁ ରେଡି ହେଇଯିବ ।

ଦିନ କେଇଟା ଉତ୍ତାରୁ ଦିବାଲିରେ ଝଲସି ଉଠୁଥିଲା ମହଲଟା । ରଙ୍ଗୀନ ବୈଦ୍ୟୁତିକ ଆଲୋକ ମାଳର ଝାପସା ଆଲୁଅ ଭିତରେ ନିଜ ପାରିବା ପଣିଆର ସାମର୍ଥ୍ୟର ପ୍ରଦର୍ଶନରେ ଗୃହକର୍ତ୍ତାଙ୍କଠୁ ପାଇଥିବା ଅର୍ଥ ଉପହାରର ଚାଲିଥିଲା ଭାଗ ବଣ୍ଟରା କଣ୍ଟ୍ରାକ୍ଟର ଆଉ ସର୍ଦ୍ଦାର ଭିତରେ।

ଆଉ ସେ ସେ ଖଟିଖିଆ ମୁଲିଆଗୁଡାକ ?

ସେମାନେ ତ ଫେରିଯାଇଥିଲେ କେବେଠାରୁ ନିଜ ନିଜ ଘରକୁ ବଡ ବଡୁଆ ମାନଙ୍କୁ ଦିବାଲିର ଅନ୍ଧାରରେ ଆଲୁଅ ଦେଖେଇବାକୁ ।


Rate this content
Log in

Similar oriya story from Tragedy