Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sriya Pattnaik

Inspirational

2.4  

Sriya Pattnaik

Inspirational

ଦୁଇ ହାତ

ଦୁଇ ହାତ

4 mins
7.1K


ଠକ୍ ... ଠକ୍ .... ଠକ୍ .... ଶବ୍ଦ । ଜଂଗଲରେ କାଠୁରିଆଟେ ବୃହତ୍ତକାର ମହୁଲ ଗଛଟିକୁ କାଟିବାରେ ଲାଗିଥାଏ । ଟାଂଗିଆ ଚୋଟୋ ଗଛରେ ପଡିବା ମାତ୍ରେ ସେହି ଗଛରେ ବସା କରିଥିବା ସବୁ ପକ୍ଷୀମାନେ ସେ ସ୍ଥାନ ଛାଡି ପଳେଇଲେ । ବସା ସବୁ ତଳେ ପଡି କେତେ ଅଣ୍ଡା ଫାଟି ଗଲା ଓ ଛୋଟ ପକ୍ଷୀ ଛୁଆ ନାହିଁ ନଥିବା ହୀନସ୍ଥା ହେଲେ । ସେହି ଗଛରେ ଗୋଟିଏ କଜଳପାତିଟେ ବସା କରିଥିଲା । ତାର ତିନୋଟି ଅଣ୍ଡା ମଧ୍ୟ ତଲେ ପଡି ଫାଟି ଯିବାରୁ କଷ୍ଟ ସହି ନ ପାରି କାଠୁରିଆ ଚାରିପଟେ ପାଗଳଙ୍କ ପରି ଘୁରିବାକୁ ଲାଗିଲା । ହେଲେ କ’ଣ ବା କରିପାରିବ ? ଚାହିଁଲେ ବି କାଠୁରିଆର କିଛି ବି କ୍ଷତି କରିପରିବ ନାହିଁ । ଏମିତି ଦୁରରୁ ଅନ୍ୟ ଏକ ଗଛ ଡାଳରେ ବସି କାଠୁରିଆକୁ ନଜର କରିଥାଏ । କିଛି ସମୟ ପରେ ମଧ୍ୟାନ ହେଲା । ଖରା ଆସି ମୁଣ୍ଡ ଉପରେ । କାଠୁରିଆ ଟିକିଏ ଥକି ପଡିଥାଏ । ଟାଂଗିଆକୁ ଗଛରେ ଡେରି ଗାମୁଛା ପାରି ଟିକିଏ ବିଶ୍ରାମ ନେଲା । କାଠୁରିଆ ବିଶ୍ରାମ ନେଉଥିବାର ଦେଖି କଜଳପାତି ତା ପାଖକୁ ଯାଇ ଚିତ୍କାର କରିବାକୁ ଲାଗିଲା । ତାର ଚିତ୍କାର ଶୁଣି କାଠୁରିଆ ତାର ଡାହାଣ ହାତରେ ଗୋଟେ ବାଡିଟେ ଫପାଡି ଦେଲା । କଜଳପାତି ଭୟରେ ସେଠୁ ଚାଲିଆସି ଗୋଟେ ଉପାୟ ପାଂଚିଲା । କାଠୁରିଆ ବାମ ହାତ ଉପରେ ମୁଣ୍ଡ ଦେଇ ଓ ଡାହାଣ ହାତକୁ ଶରୀର ଉପରେ ରଖି ଆରାମରେ ଶୋଇଥାଏ । ଏଥର କଜଳପାତି ପାଦକୁ ଚିପି ଚିପି କୌଣସି ଶବ୍ଦ ନ କରି କାଠୁରିଆ ନିକଟ ରେ ଯାଇ ପହଂଚିଲା । ଆଉ ବାମ ହାତକୁ କହିଲା “ ଯାହା କୁହ ଭାଇ ତୁମ ପ୍ରତି ଭାରି ଅନ୍ୟାୟ ହେବାର ଦେଖି ମୋତେ ଭାରି ଖରାପ ଲାଗୁଛି “ । ବାମ ହାତ ଚକିତ ହୋଇ କହିଲା “ଅନ୍ୟାୟ” କାଇଁ ମୁଁ ତ ସେମିତି କିଛି ଦେଖିପାରୁନି । ଆମର ଯେମିତି କର୍ତ୍ତବ୍ୟ କରିବାର ଅଛି ଠିକ୍ ସେମିତି କରୁଛୁ । ଏଥିରେ ପୁଣି ଅନ୍ୟାୟ କଣ ହେଲା। ଏ କଥା ଶୁଣି କଜଳପାତି କହିଲା “ ଦେଖ ଭାଇ କାମ ତ ତୁମେ ଦୁଇ ହାତ ମିଶିକି କରିଥିଲ ,ହେଲେ ବିଶ୍ରାମ କରିବା ସମୟରେ ଡାହାଣ ହାତ କ’ଣ ପାଇଁ ଆରାମରେ ବିଶ୍ରାମ ନେବ ଓ ତୁମେ ନ ଶୋଇ ମୁଣ୍ଡକୁ ଧରି ରଖିବ । ତୁମକୁ ବି ବିଶ୍ରାମ ନେବା ଦରକାର । ତୁମ ମାଲିକ ତୁମକୁ ଭଲ ପାଉ ନାହାନ୍ତି , ତାଂକର ପ୍ରିୟ ତ ଡାହାଣ ହାତ । ଆଛା ମୁଁ ଯଦି ମିଛ କହୁଛି ତାହାଲେ କୁହ ତ ଡାହାଣ ହାତକୁ ସବୁ ବେଳେ ଉତ୍ତମ କାମରେ ଲଗାନ୍ତି ,ଯେମିତି କି ଦିନ ଆରମ୍ଭରୁ ରାତି ପର୍ଯ୍ୟନ୍ତ ଖାଇବା,ପିଇବାଠୁ ନେଇ ସବୁ ସଫା ସୁତୁରା କାମରେ ଲଗାନ୍ତି , କିନ୍ତୁ ତୁମକୁ ଦିନ ଆରମ୍ଭରୁ କିଭଳି ଅପରିଷ୍କାର କାମରେ ତୁମେ ଠିକ୍ ବୁଝିପାରୁଥିବ ,ଆଉ ଅଧିକା କଣ କହିବି । କଜଳପାତିଠୁ ଏଭଳି କଥା ଶୁଣି ବାମ ହାତ ଭାବିଲା ସତ କଥା ତ କହିଲ କଜଳପାତି ଭାଇ ମୋ ପ୍ରତି ଅନ୍ୟାୟ ହେଉଛି ଓ ଏହାର ମୁଁ ପ୍ରତିବାଦ କରିବି । ଏହା ପରେ କଜଳପାତି ସେଠାରୁ ଚାଲିଗଲା ଓ ଖଣ୍ଡେ ଦୂରକୁ ଯାଇ ସବୁ ଦେଖୁଥାଏ ।

କାଠୁରିଆର ନିଦ ଭାଂଗିଲା । ଧଡପଡ ହୋଇ ଉଠି କିଛି ସମୟ ଆଉ କାଠ କାଟି ଦେଖିଲା ବାମ ହାତରେ ଯନ୍ତ୍ରଣା ଆରମ୍ଭ ହେଲାଣି । ଆଉ ବିଳମ୍ବ ନ କରି ଘରକୁ ଫେରି ଆସିଲା । ରାତିରେ କାଠୁରିଆ ଖାଇ ପିଇ ଶୋଇ ପଡିଲା । ପରଦିନ ସକାଳୁ ଉଠି ଦେଖେ ତ ବାମ ହାତ କୌଣସି କାମ କରୁନାହିଁ। ଏହା ଦେଖି ଡାହାଣ ହାତ ବାମ ହାତକୁ ପଚାରିଲା “ ଭାଇ କ’ଣ ହୋଇଛି ? ଦେହ ଭଲ ନା ହିଁ କି ?? ଏ କଥା ଶୁଣି ବାମ ହାତ ରାଗିଯାଇ କହିଲା “ ମାଲିକ ତୁମକୁ ବେଶି ଭଲ ପାଉଛନ୍ତି ଓ ମୋ ପ୍ରତି ଅନ୍ୟାୟ କରି ଯେତେ ସବୁ ଅପରିଷ୍କାର କାମ ସବୁ ମୋ ଦ୍ଵାରା କରୁଛନ୍ତି । ଏହାକୁ ପ୍ରତିବଦ୍ଧ କରି ମୁଁ କମ ବନ୍ଦ କରିଛି । ବାମ ହାତ କଥା ଶୁଣି ଡାହାଣ ହାତ କହିଲା “ ଠିକ୍ ଅଛି ଯଦି ତୁମର ଏଭଳି ଭାବନା ରହିଛି ତାହେଲେ ଆଜି ଠାରୁ ମୁଁ ତୁମ କାମ କରିବି ଓ ତୁମେ ମୋ କାମ । ଡାହାଣ ହାତର ଏଭଳି କଥା ଶୁଣି ବାମ ହାତ ଖୁସି ହୋଇଗଲା । ନିସ୍ପତି ମୁତାବକ ଦୁଇ ହାତ ନିଜ ନିଜ ଭିତରେ କାର୍ଯ୍ୟ ଅଦଳ ବଦଳ କରିଦେଲେ । ଡାହାଣ ହାତ କର୍ମ ପ୍ରବୀଣ ଥାଏ ,ତେଣୁ ତାକୁ ଟିକିଏ କଷ୍ଠ ହେଲା କିନ୍ତୁ ବିଶେଷ କିଛି ଅସୁବିଧା ହେଲା ନାହିଁ । ଏପଟେ ବାମ ହାତକୁ ନିଜ ଗୋଡରେ କୁରାଢି ମରିବା ପରିସ୍ଥିତି ହୋଇଗଲା । କାଠୁରିଆର ଯେତେ ଭାର କାମ ବାମ ହାତ କରୁଥାଏ ଓ ସେହି ସମୟରେ ଡାହାଣ ଚୁପ୍ ଚପ୍ ବସି ଆରାମ କରୁଥାଏ । ଯେପରି ଡାହାଣ ହାତ ସବୁ ଦିନ କଠିନ କଠିନ କାମ କରୁଥିଲା, ଆଜି ବାମ ହାତର ପାଳି ଥିଲା ।

କାଠୁରିଆ ସେଦିନ କାଠ କାଟି ଘରକୁ ଫେରିଲା । ବାମ ହାତରେ ଆଉ ଜୀବନ ନଥାଏ। ରାତିରେ ଲମ୍ବ ହୋଇ ପଡିଯାଇ କହିଲା “ଭାଇରେ କେମିତି ଏତେ କଠିନ କାମ ସବୁ ଦିନ କରୁଛ , ହେଲେ ଦିନଟିଏ ପାଇଁ ବି କୁଣ୍ଠାବୋଧ କରିନ। ମୁଁ କଜଳପାତି ପ୍ରରୋଚନାରେ ପଡି ତୁମ ଉପରେ ଭୁଲ୍ ବୁଝି ବସିଲି। ଦୟାକରି ଭାଇ ମୋତେ କ୍ଷମା କରିଦିଅ “। କଜଳପାତି” ??? ଚକିତ ହୋଇ ପଚାରିବାରୁ ବାମ ହାତ ବିଗତ ଘଟଣାକ୍ରମର ବ୍ୟାଖ୍ୟା କରାଇଲା । ସବୁ କିଛି ତଥ୍ୟ ଶୁଣିବା ପରେ ବାମ ହାତକୁ ବୁଝାଇବାକୁ ଯାଇ ଡାହାଣ ହାତ କହିଲା “ ଭାଗବାନ୍ ଯାହାକୁ ଯେମିତି ଓ ଯେନ ପ୍ରକାର କର୍ମ ଦେଇଛନ୍ତି ସେଥିରେ ସଂଦେହ ନ କରି ନିଜ କର୍ମରେ ବିଶ୍ଵାସ ରଖିବା ଦରକାର , ନଚେତ୍ ପରିଣତି ଠିକ୍ ଏଇ ପ୍ରକାର ହୋଇଥାଏ । ବାମ ହାତ ସବୁ ବୁଝି ଗଲା ଯେ “ପର କଥାରେ ଘର ଭାସେ ବୋଲି “। ସେ ଦିନଠାରୁ ଆଜି ବି ଦୁଇ ହାତରେ ଏପରି ସମ୍ପର୍କ ରହିଛି ଯେପରି ଗୋଟେ ହାତକୁ ମଶା କାମୁଡିଲେ ବି ଅନ୍ୟ ହାତ ଆପଣା ଛାଏ ମଶାକୁ ମାରିଦିଏ । ଏ କଥା ତ ହାତ ମାନେ ବୁଝିଗଲେ କିନ୍ତୁ ଆମ ମଣିଷ ସମାଜ କେବେ ବୁଝିବ ତାହା ଦେଖିବା ବାକି ରହିଲା ।

ଶ୍ରୀୟାକାନ୍ତ ପଟ୍ଟନାୟକ

sriya009@gmail.com

M: 9937433739


Rate this content
Log in

Similar oriya story from Inspirational