Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalochan karjee

Drama Romance

3  

Padmalochan karjee

Drama Romance

ସେହି ଝିଅ

ସେହି ଝିଅ

6 mins
245



      ଶୀତର ସକାଳ ଆଉ ସୂର୍ଯ୍ୟର ଉଷ୍ମତାରେ କନିଷିର ସେଇ ରାସ୍ତାରେ ଉଦେଶ୍ୟହୀନ ଭାବେ ଦୌଡୁଥିଲୁ ମୁଁ ଆଉ ଅଭିନାଶ । ଅନେକ ଦିନ ପରେ ଯେହେତୁ ମୁଁ କନିଷି ଆସିଥିଲି ତେଣୁ ଏରିଆଟା ଅଜଣା ନ ହେଲେ ମଧ୍ୟ ସମ୍ପୂର୍ଣ୍ଣ ନୂଆ ଲାଗୁଥିଲା । କଟକର ସେଇ କାଠ ଯୋଡ଼ି ନଦୀବନ୍ଧ,ବାରବାଟୀ ଦୁର୍ଗ ଆଉ ଜନଗହଳି ସ୍ଥାନ ଠାରୁ ଏଇ ନିର୍ଜନ ରାସ୍ତା ମନରେ ଉଷ୍ମତା ଭରିଦେଉଥିଲା । ଅଭିନାଶ ମତେ କଲେଜ ବିଷୟରେ ଅନେକ କଥା ପଚାରୁଥିଲା । ହେଲେ ମୁଁ ସେଇ ପୁରୁଣା ଦିନର ସ୍ମୁତି ସବୁ ମନେ ପକେଇବାକୁ ଚେଷ୍ଟା କରୁଥିଲି । ଅଭିନାଶର କଥା ବେଳେ ବେଳେ ମତେ ଭାରି ବିରକ୍ତି ଲାଗେ, କାହିଁକି ନା ସେ ଥିଲା ପ୍ରଗଳ୍ପ । ତାର ପ୍ରତ୍ୟେକ କଥା ଶୁଣିବାକୁ ବୋଧେ କାହାର ଧୋର୍ଯ୍ଯ ହିଁ ନ ଥିଲା ତେଣୁ ଏ ସବୁ ର ପ୍ରଭାବ ମୋ ଉପରେ ପଡୁଥିଲା । ଅଭିନାଶ ର ଏଇ ପ୍ରଗଳ୍ପ ଅଭ୍ୟାସ ପାଇଁ ସାଙ୍ଗ ମାନେ ତାକୁ ଅଭିନାଶ ନ ଡାକି ବିନାଶ ଡାକୁଥିଲେ । ଆଉ ମତେ ଚନ୍ଦୁ ଡାକୁଥିଲେ, ସମସ୍ତେ ଭାବୁଥିବେ ନା ଏହା ଷ୍ଟାଇଲିସ ନା ଟା । ପ୍ରକୃତ କଥା ହେଲା ମୁଁ ପ୍ରେମରେ ବହୁ ଥର ବିଫଳ ହେବାରୁ ମତେ ଚନ୍ଦନ ଦାସ ରୁ ଚନ୍ଦୁ ହେବାକୁ ପଡିଥିଲା ।

       ଆରେ ମୁଁ ବି ଅଭିନାଶ ପରି ପ୍ରଗଳ୍ଭ ହୋଇଗଲି ନା ?             

   

ସେଦିନ କେଜାଣି କାହିଁକି ଅଳ୍ପ ରାସ୍ତା ମତେ ବହୁତ ଲମ୍ବା ଲାଗୁଥିଲା । ଅଭିନାଶ ରାସ୍ତାରେ ତାର କଲେଜ ସାଙ୍ଗ ମାନଙ୍କ ସହ ଦେଖା ହେବା ପରେ ତା ଗପ ଆରମ୍ଭ କରିଦେଇଥିଲା, ମୁ ତା ଠାରୁ ମୁକୁଳି ବହୁତ ଆଗକୁଯାଇଥିଲି । କନିଷିର ସେଇ ବ୍ରିଜ କଥା ମୋର ମନେ ପଡୁଥିଲା ଯୋଉଠି ଆମେ ସାଙ୍ଗ ମାନଙ୍କ ସହ ଅନେକ ଖଟି କରୁଥିଲୁ । ମୁଁ ଏକ ମୁହାଁ ହୋଇ ସେଇ ବ୍ରିଜ ପାଖକୁ ଦୌଡୁ ଥିଲି, ସେଠାରେ ପହଁଚି ଦେଖେ ତ ମୋ ସ୍ଥାନ ଆଉ କିଏ ଅଧିକାର କରିଦେଇଥିଲା । ଯୋଉ ସ୍ଥାନ ସାଙ୍ଗ ମାନଙ୍କୁ ଠାରୁ ଜବରଦସ୍ତି ଛଡାଇ ନିଏ ହେଲେ , ଆଜି ତାର ମାଲିକ ପୁଣି ଆଉ କିଏ ? । ମୁଁ ମୋ ସେଇ ସ୍ଥାନ ର ନୂଆ ଉତ୍ତରାଧିକାରୀକୁ ଭେଟିବା ପାଇଁ ଆଗେଇ ଯାଇ ଦେଖେ ତ ଏକ ଚିହ୍ନ। ଚିହ୍ନା ଚେହେରା ପରି ଲାଗୁଥିଲା ।


ଆରେ ଏଇ ତ ସ୍ନେହା ? -ଏହି ପ୍ରଶ୍ନ ଟି ମୋ ମନ ରେ ଆନ୍ଦୋଳିତ କରୁଥିଲା । ମୁଁ କହିଦେଲି ସ୍ନେହା ତମେ,  ସେ ମତେ ନିଶବ୍ଦ ଭାବେ ଚାହିଁ ଥିଲା । ଆମେ ପରସ୍ପର କୁ ଚାହିଁ ସେଠାରେ ନିର୍ଜୀବ ପାଲଟି ଯାଇଥିଲୁ ।  


ଆରେ ଆପଣ ବି ଭାବୁଥିବେ ଏ ସ୍ନେହାଟା ପୁଣି କିଏ ?


 ସ୍ନେହା ଆଉ ମୋର ଏତେ ଟା ଗଭୀର ସମ୍ପର୍କ ନ ଥିଲେ ବି ଆମେ ପ୍ରେମର ଅନେକ ପାହାଚ ଗତି କରି ସାରି ଥିଲୁ । ସ୍ନେହା ଦେଖିବାକୁ ଗୋରୀ , କୁଞ୍ଚ କୁଞ୍ଚିଆ ଗହଳ ଚୁଟି,ସରୁ ନାକକୁ ଗୋଲଡେନ ଫ୍ରେମର ଚଷମା ପିନ୍ଧୁଥିଲା । ସେ ଦେଖିବାକୁ ଏତେଟା ସୁନ୍ଦର ଲାଗୁ ନ ଥିଲେ ମଧ୍ୟ ଏହି ଆଧୁନିକ ବେଶ ପୋଷାକରେ ବେଶ ଆକର୍ଷଣୀୟ  ଲାଗୁଥିଲା ।

ସ୍ନେହା ଆଉ ମୋର ପ୍ରଥମ ଦେଖା ହୋଇଥିଲା ଟିଉସନର ଗଣେଶ ପୂଜାରେ । ଯେହେତୁ ମୁଁ ଯୁକ୍ତ ଦୁଇ ରେ ପଢ଼ୁଥିଲି ବେପରୁଆ ହୋଇ ଟିଉସନ ଯିବା ମୋର ଅଭ୍ୟାସ ହୋଇଯାଇଥିଲା । ସ୍ନେହା ପଡୁଥିଲା ଦଶମ ଶ୍ରେଣୀ ରେ , ତେଣୁ ତାଙ୍କର ଆଉ ଆମର ବହୁତ କମ ଦେଖାହୁଏ । ଆଉ ଟିଉସନ ସବୁ ପିଲାମାନେ କୌଣସି ପୂଜାପର୍ବରେ ହିଁ ମିଶୁଥିଲୁ । ସେଦିନ ଟିଉସନରେ ଗଣେଶ ପୂଜା ହୋଇଥିଲା ଆଉ ପୂଜା ସରିବା ପରେ ପିଲା ଘରକୁ ଯିବା ପାଇଁ ବାହାରୁଥିଲେ । ମୁଁ ବି ମୋ ଶୋ ଦାୟିତ୍ୱ ହୀନ ଭାବେ ପିନ୍ଧି ଚାଲି ଯାଇଥିଲି । ଆଉ ମୁଁ ଶୋ ର ଲେସ  ବ।ନ୍ଧୁଥିବାବେଳେ ସ୍ନେହା ତା ସାଇକେଲ ମୋ ପାଦ ଆଉ ହାତ ର ଆଙ୍ଗୁଳି ଦେଇ ନେଇଯାଇଥିଲି । ମୁଁ ଜୋର ରେ ପାଟି କଲି ସେ ବ୍ରେକ ମାରି ପଛକୁ ଚାହିଁଲା । ମୋ ହାତ ରୁ ରକ୍ତ ବହୁ ଥିଲା । ସେଦିନ ରାଗ ରେ କଣ କହିଦେଲି ମୁଁ ଜାଣିନି । ମୋର ଟ୍ରିଟମେଣ୍ଟ ପାଇଁ ତାକୁ ହିଁ ଟଙ୍କା ମାଗିଥିଲି । ସେ ନିରୀହ ଭାବେ ମତେ ତା ପାଖରେ ଥିବା ମାତ୍ର ପଞ୍ଚାବନ ଟଙ୍କା ଦେଇଥିଲା । ହେଲେ କେଜାଣି କାହିଁକି ମୋର ହାତର ଦରଦ ଠାରୁ ସ୍ନେହା ର ସେହି ପଞ୍ଚାବନ ଟଙ୍କା ମତେ ଅଧିକ ଦରଦ ଦେଉଥିଲା । ସେ କଥା ଭାବି ସେଦିନ ରାତି ରେ ଭଲରେ ଶୋଇ ପାରିନଥିଲି ।

 

ତା ପର ଦିନ ତା ଟଙ୍କା ଦେବା ପାଇଁ ଟିଉସନ ଛୁଟି ପରେ ଅନେକ ସମୟ ଅପେକ୍ଷା କଲି । ତା କ୍ଲାସ ସରିବା  ପରେ ଆସିଥିଲା , ଆଉ ମତେ ଦେଖି ସେ ଚାଲି ଯାଉଥିଲା । ମୁଁ ତା ପାଖକୁ ଯାଇ ପଚାରିଥିଲି - ଆରେ ତମ ନା ଟା ?

ସେ ପଛକୁ ବୁଲି କହିଲା - ସ୍ନେହା ! କହି ପୁଣି ଚାଲି ଯାଉଥିଲା ।

ମୁଁ ତାକୁ ପଛରୁ ଡାକି କହିଲି - ସ୍ନେହା ତମ ପଞ୍ଚାବନ ଟଙ୍କା । 

ସେ ଲାଜ ଆଉ ଭୟ ମିଶା ସ୍ୱର ରେ କହିଲା - ମୁଁ ସେଇ ଟଙ୍କା ନେଇ କଣ କରିବି ଯେ ? 

ମୁଁ ତା କଥା ଶୁଣି ଅଳ୍ପ ହସି କହିଲି - ସେତକ ଟଙ୍କା ନେଇ ମୁଁ ଆମ୍ବାନୀ ହୋଇଯିବି ନା କଣ ? 

 ଆଉ ଲାଜୁଆ ମୁହଁରେ ମୁରୁକି ହସି ମୋ ଠାରୁ ସବୁତକ ଟଙ୍କା ନେଇଯାଇଥିଲା । 

 ଏହି ଘଟଣା ପର ଠାରୁ ସ୍ନେହା ସହ ମୋର ସବୁବେଳେ ନ ହେଲେ ମଧ୍ୟ କେବେ କେବେ ଦେଖା ହୁଏ । ଆଉ ଯେବେ ଦେଖା ହୁଏ ସେ ମତେ ପଚାରି ଦିଏ -ତମ ହାତ ଭଲ ହେଲାଣି କି ? 

ମୁଁ ମଜାକ ରେ କହେ - ବୋଧେ ଏ ବର୍ଷ ଟା ପରୀକ୍ଷା ଦେଇ ନ ପାରେ ?  


ସେ ଆଶ୍ଚର୍ଯ୍ୟ ହୋଇ ପଚାରେ - କାହିଁ କଣ ଅସୁବିଧା ହେଲା କି ? 

ମୁଁ ମୋର ହାତ ର ଘା ଅନେକ ଦିନ ପର୍ଯ୍ୟନ୍ତ ଶୁଖି ନ ଥିବାରୁ ତାକୁ ଦେଖାଇ ଦିଏ । ସେ ତା ଦେଖି ହସି ଚାଲି ଯାଏ ।

ମୁଁ ପରେ ପରେ ଜାଣିବାକୁ ପାଇଲି ଯେ ସ୍ନେହା ମୋ କଲୋନୀ ର ସ୍ଥାୟୀ ବାସିନ୍ଦା । ଏ କଥା ଅଭିନାଶ ମୁହଁ ରୁ ଶୁଣି ଜମାରୁ ବିଶ୍ୱାସ କରି ପାରୁନ ଥିଲି । ମୁଁ ଭାବୁ ଥିଲି କିଛି ଦୁର୍ଘଟଣା ଘଟଣା ରେ ବି ପରିଣତ କରି ପାରେ । ସ୍ନେହା ବି ଜାଣି ଯାଇଥିଲା ମୋ ବିଷୟରେ ଅନେକ କିଛି । କେବେ କେବେ ମୁଁ ମୋ ସାଇକେଲ ନ ନେଇ ଟିଉସନ ରୁ ସ୍ନେହା ସହ ଘର ପର୍ଯ୍ୟନ୍ତ ଆସେ । ଏହା ଭିତରେ ଆମେ ଦୁଇ ଭଲ ସାଙ୍ଗ ହୋଇ ଯାଇଥିଲୁ । ଅନେକ ସମୟ ରେ ଆମେ ସାଙ୍ଗ ହୋଇ ଘର ପର୍ଯ୍ୟନ୍ତ ଚାଲି ଚାଲି ଯାଉ । ଯେହେତୁ ଟିଉସନ ରେ ସିନିଅର ଥିଲି , ତେଣୁ ମୁଁ ବେଖାତିର ଥିଲି । ମୁଁ ବେଳେ ବେଳେ ସ୍ନେହା ମନା କରିବା ସ୍ୱତେ ଜବରଦସ୍ତ ଟାଣି ନେଇ ଯାଏ କୌଣସି ଖାଲି କ୍ଲାସ ରୋମ କୁ , ଆଉ ଆମେ ଅନେକ ସମୟ ପର୍ଯ୍ୟନ୍ତ ଗପୁ । କେଜାଣି କାହିଁକି ଏଥିରେ ସେ ମତେ କେବେ ପ୍ରତିବାଦ କରିନି ।


କେବେ କେବେ ସ୍ନେହା ମୋ ପାଦ ରୁ ମୁଣ୍ଡ ପର୍ଯ୍ୟନ୍ତ ଚାହିଁ ହସି ଦିଏ । ହେଲେ ମୁଁ କିଛି କହିପାରେନା । ମୁଁ ଭାବେ ମୋର ଷ୍ଟାଇଲ ଦେଖି ହସେ ନା କଣ ? ତାକୁ ଦେଖି ମୁଁ ବି ହସି ଦିଏ । ମତେ କେବେ କେବେ ଅଭିନାଶ କହେ - ଆରେ ତୁ ଗୋରା ନ ହେଲେ ବି ତ ସାବନା ରଙ୍ଗର ଶରୀର ରେ ବେଶ ଭଲ ଲାଗୁ , ପୁଣି ତ ଚୁଟି ଷ୍ଟାଇଲ ରେ କୌଣସି ଝିଅ ତ ପ୍ରେମରେ ପଡ଼ିଯିବ । ଅନେକ ସମୟ ରେ ଅଭିନାଶ ର ଏହି ମୂଲ୍ୟହୀନ ପ୍ରଶଂସା ଶୁଣି ମୁଁ ହସି ଦିଏ ।  

ସେଦିନ ସ୍ନେହା ର ଜନ୍ମଦିନ ଥିଲା ମୁଁ ଟିଉସନ ସାରି ଦୋକାନ ରୁ ଡେରିମିଲକ ଚକକେଟ କିଣି ଅପେକ୍ଷା କରିଥିଲି ସ୍ନେହା ର ଆସିବାକୁ । ସେ ଟିଉସନ ରୁ ବାହାରି ଶୀଘ୍ର ଚାଲି ଯାଉଥିଲା ।

 ମୁଁ ପଛରୁ ଯାଇ ତା କାନ୍ଦ ଉପରେ ହାତ ଦେଇ କହିଲି - ସ୍ନେହା ଜନ୍ମଦିନ ର ଶୁଭେଚ୍ଛା !

ସେ ଖୁସି ହୋଇ କହିଲା - ଥାଙ୍କସ ୟାର !

 ଆଉ ପ୍ରେମିକା ପଣ ଜାହିର କଲା ପରି କହିଲା - ମୋ ପାଇଁ କଣ ଆଣିଛ ? 


 ମୁଁ ତା ବ୍ୟବହାର ରେ ଚକିତ ହୋଇ କହିଲି - ବାସ ଏଇ ଚକଲେଟ । ସେ ଅନେକ ଖୁସି ହୋଇ ଥିଲା । ପୁଣି ସାଙ୍ଗେ ସାଙ୍ଗେ ସିରିୟସ ହୋଇ ପଚାରିଥିଲା - ତମର କେହି ପ୍ରେମିକା ଅଛନ୍ତି ? 

ବୋଧେ ଏଇ ଝିଅ ମାନଙ୍କୁ ମୋର ଦ୍ୱାରା ମିଛ କହି ହେବନି ତେଣୁ ମୁଁ କହି ଥିଲି - ହଁ ଥିଲା ଏକ ତରଫା ପ୍ରେମ । ସେ ମୋ କଥା ଶୁଣି ନିରବ ଥିଲା । ସେ ମତେ କଣ ଭାବୁଥିଲା କେଜାଣି ତାର ପ୍ରତ୍ୟେକ କଥା କହୁଥିଲା । ଏହା ଭିତରେ ଯେ ମୁଁ ସ୍ନେହା ପ୍ରେମ ରେ ପଡି ଯାଇଥିଲି କିନ୍ତୁ କେବେ କହିପାରୁ ନ ଥିଲି । ସ୍ନେହା ର ସାଙ୍ଗ ମାନଙ୍କ ଠାରୁ ଶୁଣେ ଯେ ସ୍ନେହା ମତେ ଭଲ ପାଏ କିନ୍ତୁ ଏ ସବୁ ବିଶ୍ୱାସ ହେଉନଥିଲା ,  ମୁଁ ଭାବୁଥିଲି ସ୍ନେହା ପରି ସୁନ୍ଦରୀ ଝିଅ ପୁଣି ମୋ ପ୍ରେମ ରେ । ସ୍ନେହା ଆଉ ମୁଁ ଅନେକ ସମୟ ରେ କଲୋନୀ ର ମଣ୍ଡପ ରେ ବସି ଗପୁ ।


ଏହା ଭିତରେ ଆମ ପରୀକ୍ଷା ଆସିଯାଇ ଥିଲା । ଅନେକ ପଢ଼ା ପଢି ଥିଲେ ବି ସମୟ ବାହାର କରି ମସ୍ତି କରୁଥିଲୁ । ସ୍ନେହା ର ପରୀକ୍ଷା ଶୀଘ୍ର ସରିଯାଇଥିଲା ଆଉ ମୋର ତା ସରିବାର କିଛି ଦିନ ପରେ । ମୁଁ ଭାବୁଥିଲି ପରୀକ୍ଷା ସାରିବା ମାତ୍ରେ ସ୍ନେହା କୁ କହିଦେବି ଯେ ଭଲ ପାଏ । ହେଲେ ପରୀକ୍ଷା ର ଶେଷ ଦିନ ଆସି ମୁଁ ଦେଖେ ତ ବାପା ଭାଇ ର ପଢା ପଢି ପାଇଁ କଟକ ସ୍ଥାନାନ୍ତର ହୋଉଛନ୍ତି । ମତେ ବି ଯିବାକୁ ପଡିବ , ସେଦିନ ସ୍ନେହା କୁ ଦେଖା କରି କଟକ ଯିବା କଥା କହିଥିଲି । ଏହା ମୋ ଠାରୁ ଶୁଣିବ ବୋଲି ବୋଧେ ଆଶା କରି ନ ଥିଲା । ସ୍ନେହା ସେଦିନ ମୋ ଯିବା ବାଟ କୁ ଚାହିଁ ରହିଥିଲା । ମୁଁ ଭାବୁଥିଲି ସ୍ନେହା ସହ ଆଉ କେବେ ଦେଖା ହୋଇ ନ ପାରେ ।


     କିନ୍ତୁ ଆଜି ଅନେକ ଦିନ ପରେ ସେ ମୋ ସାମ୍ନା ରେ । 


ଆରେ ଠିଆ ହେଲ ଯେ ବସ ନା ! - ସେ ଆଶ୍ଚର୍ଯ୍ୟ ହୋଇ କହିଲା ।

"ମୁଁ ସଂଙ୍କୋଚ ରେ ଧନ୍ୟବାଦଟି କହି ତା ପାଖରେ ବସିଲି । 

ତମେ ଏତେ ଦିନ ପରେ ଏଇଠି ? - ସେ ପଚାରିଲା 

ମୁଁ ଭାବିଲା ପରି କହିଲି - ହଁ ଏହି ଅଭିନାଶ ପାଖକୁ ଆସିଛି ।

 ସେ ମତେ ଗମ୍ଭୀର ଭାବେ ପଚାରିଲା - ଏବେ ତୁମେ କଣ କର ? 

ମୁଁ ଦାର୍ଶନିକ ପରି କହିଲି - ଇତିହାସ ର ଆଦର୍ଶ ଛାତ୍ର ହୋଇ ଦେଶ ର ଇତିହାସ ଲେଖିବି ଭାବୁଥିଲି ହେଲେ , ଦେଶ ର ଅର୍ଥନୀତି ଏତେ ମାନ୍ଦା ହେଲା ଯେ ଅର୍ଥଶାସ୍ତ୍ର ପଢିବାକୁ ବାଧ୍ୟ ହେଲି ।

ମୁଁ ଦୀର୍ଘ ନିଶ୍ୱାସ ନେଇ ପଚାରିଲି - ଆଉ ସ୍ନେହା ମୋ କଥା ମନେ ପଡ଼ୁ ନ ଥିଲା କି ? 

ମୋ ଅଜାଣତରେ ଆଖି କୋଣ ର ଲୁହ କୁ ପୋଛି ସେ କହିଲା - ଦରକାର ଜିନିଷ ପାଖରେ ନ ଥିଲେ କେତେ କଷ୍ଟ ତମେ କଣ ଜାଣିବ ।

ସେଦିନ ଅନେକ କଥା ହବା ପରେ ସେ ପରିହାସ କରି ପଚାରିଲା - କୋଉ ଝିଅ କୁ ନିଜର କଲ ନା କାହାକୁ ଏକ ତରଫା ପ୍ରେମ କରୁଛ  

  ମୁଁ ସ୍ନେହା କୁ ଚାହିଁ କରି କହିଲି - ତମକୁ ।

ସେ କିଛି ନ କହି ନୀରବ ରହିଥିଲା ।

ତା ନୀରବତା କୁ ଭଙ୍ଗ କରି ପଚାରିଲି - ସ୍ନେହା ତମେ ମତେ ଭଲ ପାଉଥିଲ କି ?

ସେ କିଛି ନ କହି ସେଠାରୁ ଚାଲିଯାଉଥିଲା । ତାର କୌଣସି ଉତ୍ତର ନ ଦେଇ ଚାଲିଯିବା ମତେ ଆଶ୍ଚର୍ଯ୍ୟ ଲାଗୁଥିଲା । 

  ମତେ ଏବେ ଲାଗୁଥିଲା ସ୍ନେହା ଜଣେଇବାକୁ ଯେ ଜଣେ ଛାଡି ଗଲେ କେତେ କଷ୍ଟ ହୁଏ । ଏବେ ମୁଁ କଟକ ଗଲା ବେଳେ ସ୍ନେହା ମୋ ଯିବା ବାଟ କୁ ଯେମିତି ଚାହିଁ ରହିଥିଲା ମୁଁ ବି ଠିକ ସେମିତି ଚାହିଁ ରହିଥିଲି । 


              


Rate this content
Log in

More oriya story from Padmalochan karjee

Similar oriya story from Drama