Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସମ୍ରାଟଙ୍କ ସହ ରାଜାର ଭେଟ
ସମ୍ରାଟଙ୍କ ସହ ରାଜାର ଭେଟ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Children Others

4 Minutes   7.2K    14


Content Ranking

ସେଦିନ ଥିଲା ତା’ ପାଇଁ ଅସାଧାରଣ । ଏଣୁ ରାଜା ତା’ର ସବୁଠୁ ଭଲ ପୋଷାକଟି ପିନ୍ଧିଥିଲା। ସେଦିନ ତା’ର ଜଣେ ବିଶିଷ୍ଟ ଲୋକଙ୍କୁ ଦେଖା କରିବାର ଥିଲା। ସେ ଥିଲେ ମହାମହିମ ମୋଗଲ ସମ୍ରାଟ ଜଲାଲୁଦ୍ଦିନ ଆକବର।

ରାଜାର ପିତା ରହମତ ଖାଁ ଥିଲେ ଜଣେ ଜଣାଶୁଣା ଲୋକ। ସେ ଥିଲେ ସମ୍ରାଟଙ୍କ ଦରଜି। ସମ୍ରାଟଙ୍କ ସବୁ ପୋଷାକ ସେ ସିଲେଇ କରୁଥିଲେ, ତାଙ୍କର ଚିପା ଚୁଡ଼ିଦାର ପାଇଜାମା ଓ ତା ଉପରେ ପିନ୍ଧୁଥିବା ଢିଲା କୋଟ୍।

ସେଦିନ ସକାଳେ ସେମାନେ ଫତେପୁର ସିକ୍ରିର ରାଜପ୍ରାସାଦକୁ ଯାଉଥିଲେ। ସାଂଗରେ ଥିଲା ସମ୍ରାଟ ବରାଦ କରିଥିବା ଖରାଦିନିଆ ପୋଷାକ। ସମ୍ରାଟ ନିଜ ପୋଷାକ ସିଲେଇରେ କେବେ ବି ସନ୍ତୁଷ୍ଟ ହେଉନଥିଲେ । ଆଉ ତାଙ୍କୁ ସନ୍ତୁଷ୍ଟ କରିବା ଥିଲା ଖୁବ୍ କଷ୍ଟକର। ଏଣୁ ସେ ଡେରି ରାତି ଯାଏ ସିଲେଇ କରି ବହୁ ପରିଶ୍ରମରେ ପୋଷାକଟି ତିଆରି କରିଥିଲା। ପୁଅ ରାଜା ମଧ୍ୟ ତାଙ୍କୁ ଏ କାମରେ ସାହାଯ୍ୟ କରିଥିଲା ସବୁଠୁ ଭଲ ସରୁ ସିଲକ୍ ସୂତାରେ ସେ ଛୋଟ ଛୋଟ ହାତ ସିଲେଇ କାମ କରିଥିଲା।

ବସନ୍ତ ଋତୁର ସୂର୍ଯ୍ୟ କୀରଣ ଥିଲା ଖୁବ୍ ଉଜ୍ଜ୍ୱଳ। ଫୁଲମାନେ ଖୁସିରେ ହସୁଥିଲେ, ପାରାମାନେ ବୋବାଉଥିଲେ। ପାରା ଯାଇ ଫତେପୁର ସିକ୍ରି ଦୁର୍ଗ ଉପରେ ବସିଥିଲେ । ଦୁଇଜଣ ପାଇକ ବର୍ଚ୍ଛାଧରି ଦୁର୍ଗର ଫାଟକ ଆଗରେ ଠିଆ ହୋଇଥିଲେ।

"ମୁଁ ରହମତ୍ ଖାନ୍," ରାଜାର ବାପା କହିଲା।

ମୁଁ ମହାମହିମ ସମ୍ରାଟଙ୍କର ଅଙ୍ଗରକ୍ଷା ପୋଷାକ ତିଆରି କରୁଥିବା ଦରଜି । ମୁଁ ମଣିମାଙ୍କ ପାଇଁ ନୂଆ ପୋଷାକ ସିଲେଇ କରି ଆଣିଛି।

‘ମହାରାଜା କଣ ତୁମେ ଆସିବ ବୋଲି ଆଗରୁ ଜାଣିଛନ୍ତି?’ ବଡ଼ ବଡ଼ ନିଶଥିବା ଦରୁଆନଟି ଆଖି ତରାଟି ପଚାରିଲା। ହଁ, ହଜୁର୍। ମଣିମା ଏହି ପୋଷାକଟି କିପରି ହେବା ଉଚିତ୍ ତାହା କହିଥିଲେ।

ଏଠି ଅପେକ୍ଷା କର; ଏହା କହି ପ୍ରହରୀଟି ଭିତରକୁ ଗଲା, ‘ସମ୍ରାଟଙ୍କ ନିଜକଥା ବୁଝାବୁଝି କରୁଥିବା ଜଣେ ରାଜକୀୟ କର୍ମଚାରୀଙ୍କୁ ଡାକୁଛି।’ ସେ କହିଲା। କିଛି ସମୟ ପରେ ପ୍ରହରୀଟି ଆଉଜଣେ ଲୋକ ସହ ଫେରିଆସିଲା। ରହମତ୍ ମୁଣ୍ଡ ନୁଆଇଁ ତାଙ୍କୁ ପ୍ରଣାମ କଲା। ‘ଧନୀଜୀ ମୁଁ ମହାରାଜଙ୍କ ଗ୍ରୀଷ୍ମ ପୋଷାକ ଆଣିଛି।’

‘ଭଲ ହେଲା, ମୋ ସାଂଗରେ ଆସ। ମଣିମା ଏବେବି ତାଙ୍କର ଶୋଇବା ଘରେ ଅଛନ୍ତି। ସେ ରାଜଦରବାରକୁ ଯିବା ପୂର୍ବରୁ ତୁମକୁ ଦେଖା ଦେବେ।’ ସେମାନେ ଭିତରକୁ ଯାଉଥିବା ବେଳେ ରାଜା ଧୀର କଣ୍ଠରେ ପଚାରିଲା, ‘ବାପା, ସେ ଲୋକଟି କିଏ?’ ସିଂ, ସେ ଖ୍ୱାବଗାହ୍ ରେ କାମ କରେ।’

‘ଖ୍ୱାବଗାହ୍?’

‘ସମ୍ରାଟଙ୍କ ନିଜ ରହିବା ମହଲ । ସେଠି ମହାରାଜଙ୍କ ନିଜ ଶୟନଗୃହ ଓ ବୈଠକଖାନା ଅଛି।’

ରାଜପ୍ରାସାଦ ଭିତରେ ଅନେକ ବାଟ ଚାଲିବାକୁ ପଡ଼ିଲା। ରାଜା ସବୁଦିଗକୁ ବଡ଼ ବଡ଼ ଆଖିରେ ଚାହିଁ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ମୋଗଲ ନଅର ସବୁ ଏତେ ସୁନ୍ଦର! ନାଲି ପଥରରେ ତିଆରି କାନ୍ଥ, ସୂକ୍ଷ୍ମ କାରୁକାର୍ଯ୍ୟଭରା ଖମ୍ବ, ଗୋଲ ଗୋଲ ଖିଲାବି। ପାଣି ତୋରଣ ଭିତରେ ଫୁଲଭର୍ତ୍ତି ବଗିଚା, କଇଁଫୁଲରେ ପୁରିଥିବା ପୋଖରୀ, ଝରଣାର ଚକ୍ ଚକ୍ ପାଣି। ରାଜା ଭାବିଲା ଏଇଟା ହିଁ ସ୍ୱର୍ଗ।

ସେମାନେ ସମ୍ରାଟଙ୍କ ଶୋଇବା ଘର ଆଗରେ ଅପେକ୍ଷା କରି ରହିଥିବା ବେଳେ ରାଜା ଧନୀ ସିଂ ଙ୍କୁ ଖୁବ୍ ପାଖରୁ ଲକ୍ଷ କରୁଥିଲା। ଦରଜିର ପୁଅ ହୋଇଥିବାରୁ ସେ ପ୍ରଥମେ ଧନୀ ସିଂ ର ପୋଷାକକୁ ଦେଖୁଥିଲା ଧନୀ ସିଂ ଗୋଟିଏ ସୂତାର ପୋଷାକ ପିନ୍ଧିଥିଲା ତା’ ଧଳା ଚୁଡ଼ିଦାର ଉପରେ ନାଲି ଓ ଧଳା ଫୁଲର ଛବି ଥିଲା। ତା’ ନାଗରା ଯୋତାର ଅଗ ମୂନିଆ ହୋଇ ପଛକୁ ବି ଯାଇଥିଲା। ସେ ଅାରେ ସରୁ କପଡ଼ା କମରପଟି ଟିଏ ବାନ୍ଧିଥିଲା। ଉଜ୍ଜ୍ୱଳ ନାଲି ପଗଡ଼ିଟି ରାଜାକୁ ଖୁବ୍ ଭଲ ଲାଗୁଥିଲା। ସେ ପଗଡ଼ିରେ ଧଳା ଓ ହଳଦିଆ ର ଚତୁର୍ଭୁଜ ଓ ବିନ୍ଦୁ ଅଂକା ଯାଇଥିଲା।

‘ଧନୀଜୀ ତୁମ ପଗଡ଼ିଟି ବହୁତ ସୁନ୍ଦର’ ସେ କହିଲା, ‘ତା’ର ଗଢ଼ଣଟି ମଧ୍ୟ ଖୁବ୍ ଭଲ।’

‘ତୁମକୁ ଧନ୍ୟବାଦ! ମୁଁ ରାଜପୁତ୍ ମାନଂକ ଦେଶରୁ ଆସିଛି... ଆଉ ଏଇ ଗଢ଼ଣଟି ନାଁ ବାନ୍ଧଣୀ। ଏହା ଆମ ଅଂଚଳରେ ତିଆରି କରାଯାଏ।’

ସେମାନେ କୋଠରୀ ଭିତରକୁ ପଶିବାବେଳେ ରାଜାର ଛାତି ଥରି ଉଠୁଥିଲା। ଖିଲାଣକରା କବାଟ ଦେଇ ସୂର୍ଯ୍ୟକୀରଣ ଘର ଭିତରେ ପଡ଼ୁଥିଲା ଏହି କୀରଣ ପଡ଼ି ସୁନେଲି ରଂଗ ର ନରମ ପାର୍ଶି ଦରି ଆହୁରି ଉଜ୍ଜ୍ୱଳ ଦିଶୁଥିଲା। ଘର ଭିତରେ ସୁନ୍ଦର କାଠ ଖୋଦେଇ ହୋଇଥିବା ଖଟ ଓ ଚେୟାର ସବୁ ପଡ଼ିଥିଲା। ଦିୱାନ୍ ଉପରେ ସୁନେଲି ରଂଗ ର ଛୋଟ ଛୋଟ ତକିଆ ପଡ଼ିଥିଲା। ଏପରିକି ପର୍ଦ୍ଦା ଗୁଡ଼ିକ ମଧ୍ୟ ଥିଲା ରେଶମରେ ତିଆରି।

ରାଜା ମୁଣ୍ଡ ନଇଁ ପ୍ରଣାମ କରି ସମ୍ରାଟଙ୍କୁ ଚାହିଁଲା। ଆକବର ତାଙ୍କ ଆଗରେ ଥିବା ଗୋଟିଏ ବାକ୍ସ ଭିତରୁ ଗହଣା ବାଛୁଥିଲେ। ବେଶୀ ଡେଙ୍ଗା ନଥିଲେ ମାତ୍ର ଜଣେ ଖଣ୍ଡାୟତ ପରି ତାଙ୍କର କାନ୍ଧଥିଲା ଚଉଡ଼ା। ତାଙ୍କର ଆଖିଥିଲା ବଡ ବଡ଼, ତାଙ୍କ ଓଠରେ ଥିଲା ଛୋଟ କଳାଜାଇଟିଏ। ସେମାନଙ୍କୁ ଘର ଭିତରକୁ ଆସୁଥିବାର ଶବ୍ଦ ଶୁଣି ଆକବର ସେମାନଙ୍କୁ ଚାହିଁ ହସିଦେଲେ।

'ରହମତ୍!, ତୁମେ ଅଙ୍ଗରକ୍ଷକ ପୋଷାକ ଆଣିଛ?

ଆଉ ତୁମ ସାଙ୍ଗରେ ଏ ପିଲାଟି କିଏ?'

'ହଜୁର, ଇଏ ମୋ ପୁଅ ରାଜା।'

'ଆଉ ରାଜା, ତୁମେ କଣ ସିଲେଇ, ଜାଣିଛ?'

'ହଜୁର, ମୁଁ ଶିଖୁଛି,' ରାଜା ଡରିଡରି କହିଲା, 'ମୋର କିନ୍ତୁ କପଡ଼ା କାଟିବାରେ ଭୁଲ ହୋଇଯାଉଛି।'

'ତୁମେ ଶିଖିଯିବ। ତୁମ ବାପା ତୁମକୁ ଶିଖାଇଦେବେ,' ଆକବର ଧୀରେ କହିଲେ।

ରହମତ୍ ତା’ ଗଣ୍ଠଲି ଖୋଲି ପୋଷାକଟିକୁ ବାହାର କରି ବିଛଣା ଉପରେ ରଖିଲା। ପୋଷାକଟି ସୁନ୍ଦର ପତଳା କପଡ଼ାରେ ସିଲେଇ ହୋଇଥିଲା ଓ ପୋଷାକର ଦେହସାରା ସୁକ୍ଷ୍ମ ସୂତାକାମ ହୋଇଥିଲା। ସେଗୁଡ଼ିକ ଥିଲା ହାଲକା ରଂଗ ର - ଗହମ, ଲେମ୍ବୁ, ଇଶତ୍ ନୀଳ ଓ ଚକ୍ ଚକ୍ ଧଳା ରଂଗ ର। ଧଳା ପୋଷାକ ପିନ୍ଧିବାରେ ରହମତ୍ ଆକବରଙ୍କୁ ସାହାଯ୍ୟ କଲା। ତାପରେ ଧନୀ ସିଂ ବଡ଼ ଅଇନାଟିଏ ଆଣି ରାଜାଙ୍କ ଆଗରେ ଠିଆ ହେଲା।

'ସୂତାର ହାତ କାମ ଗୁଡ଼ିକ ମୋତେ ବହୁତ ଭଲ ଲାଗୁଛି... ପିନ୍ଧିଲେ ବି ଭଲ ଦେଖାଯାଉଛି।' ଆକବର ଖୁସି ହୋଇ କହିଲେ। ଏଥର କମର ପଟିଟି ବାନ୍ଧ ଦେଖିବା କେମିତି ଦେଖାଯାଉଛି।

ରହମତ୍ କେତେଗୁଡ଼ିଏ କମରପଟି ବାହାରକରି ଗୋଟିଏ ଇଶତ୍ ନୀଳରଙ୍ଗର ପଟିକୁ ଆକବରଙ୍କ ଅଣ୍ଟାରେ ବାନ୍ଧିଲା। ଗଣ୍ଠିର ଶେଷମୁଣ୍ଡଟି ତଳକୁ ଝୁଲୁଥିଲା।

'ନାଁ...,' ଆକବର ଅଶାନ୍ତି ହୋଇ କହିଲେ। 'ଏଇ ରଂଗଟି ଖୁବ୍ ଫିକା। ଉଜ୍ଜ୍ୱଳ ରଂଗର ପଟିଟିଏ ମୋର ଦରକାର।'

ରାଜା ଓ ତା’ ବାପା ଗୋଟିଏ ପରେ ଗୋଟିଏ ରଂଗର ପଟି ପିନ୍ଧାଇବାକୁ ଲାଗିଲେ, ସବୁଜ, ହଳଦିଆ, କମଳା ଓ ନାରଂଗୀ ଇତ୍ୟାଦି।

‘ରହମତ୍, ମୋତେ କୌଣସି ରଂଗ ଭଲ ଲାଗୁନି!’ ଅଧୀର ସରରେ ଆକବର କହିଲେ। ଦେଖିଲା ଯେ ବାପା ବିଚଳିତ ଦେଖାଯାଉଛନ୍ତି। ଯଦି ମଣିମାଙ୍କୁ କୌଣସି ପଟି ଭଲ ନ ଲାଗେ ତେବେ ସେ ସବୁ କପଡ଼ା ଫେରାଇ ଦେଇପାରନ୍ତି, ରାଜା ଭାବିଲା, ମୋତେ ଶୀଘ୍ର କିଛି କରିବାକୁ ପଡ଼ିବ।ଚାରିଆଡ଼କୁ ଚାହିଁ ହଠାତ୍ କହିଲା, "ହଜୁର, ଉଜ୍ଜ୍ୱଳ ଲାଲରଙ୍ଗର କପଡ଼ାରେ ଧଳା ଓ ହଳଦିଆ ବସ୍ତ୍ର ହୋଇଥିବା ପଟିଟିଏ ଆପଣଙ୍କର ପସନ୍ଦ ହେବକି?"

"କି ପ୍ରକାର ଲାଲ?" ଆକବର ପଚାରିଲେ। "ମୋତେ ଦେଖା।" ରାଜା ଧନୀ ସିଂହ ପଗଡ଼ିକୁ ଦେଖାଇ କହିଲା।

"ସେଇ ଲାଲରଙ୍ଗ?"

"ହଁ," ଆକବର ଧନୀ ସିଂର ନିଶୁଆ ମୁହଁକୁ ଚାହିଁ କହିଲେ,

"ମୁଁ ପିନ୍ଧି ଦେଖେ।"

କ୍ଷଣକ ଭିତରେ ରାଜା ଧନୀ ସିଂର ପଗଡ଼ି କାଢ଼ି ଆଣି ତାକୁ ଫିଟାଇ ଆକବରଙ୍କ ଅଣ୍ଟାରେ ବାନ୍ଧିଦେଲା ସେ ବ୍ୟାକୁଳ ହୋଇ ଚାହିଁ ରହିଥିଲା ଓ ଆକବର ଦର୍ପଣରେ ନିଜ ଚେହେରା ଦେଖୁଥିଲେ। ସେ ଲକ୍ଷ କଲା ଯେ ଧନୀ ସିଂ ବୋକାଙ୍କ ପରି ହସୁଥିଲା ମହାରାଜା ତା ପଗଡ଼ିକୁ କମରପଟି ଭାବେ ବ୍ୟବହାର କରୁଥିବାର ଦେଖି ତାକୁ ଖୁବ୍ ମଜା ଲାଗୁଥିଲା!

ମତେ ଏଇ ରଂଗ ଭଲଲାଗେ। ଆଉ ଏଥିରେ ଥିବା ଟୋପା ବି,' ଶେଷରେ ଆକବର କହିଲେ।

'ବାନ୍ଧଣୀ, ହଜୁର... ରାଜପୁତମାନେ ରହୁଥିବା ଦେଶରୁ," ରାଜା ସଙ୍ଗେ ସଙ୍ଗେ କହିଲା।

'ଆଃ, ରାଜପୁତ, ମୋ ରାଣୀ ଯୋଦ୍ଧାବାଇଙ୍କ ପରି!' ଆକବର ଧୀରେ ହସିବାକୁ ଲାଗିଲେ।

'ଧନୀ, ଏଇ ପୋଷାକ ଆଉ ପଟି ପାଇଁ ରହମତ୍ କୁ ଟଙ୍କା ଦିଅ। ମୁଁ ସବୁଗୁଡ଼ିକ ରଖିବି!'

'ହଜୁର,' ରାଜା ସତର୍କ ହୋଇ ପଚାରିଲା, 'ଧନୀଜୀଙ୍କର ପଗଡ଼ିଟିଏ ଦରକାର। ସେ ପିନ୍ଧିଥିବା ପଗଡ଼ିଟି ଆମେ ନେଇ ଆସିଛୁ।'

'ତାଙ୍କୁ ଗୋଟିଏ ପଟି ଦେଇଦିଅ!' ଆକବର ହସି ହସି କହିଲେ 'ସେଇ ବିରକ୍ତିକର ଇଶତ୍ ନୀଳରର ପଟିଟି ଦେଇ ଦିଅ। ମୁଁ ତା ପଗଡ଼ିଟି ରଖୁଛି।'

ସମ୍ରାଟ ଦରଜି ଆକବର

Rate the content


Originality
Flow
Language
Cover design

Comments

Post

Some text some message..