Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalochan karjee

Drama Romance

4.5  

Padmalochan karjee

Drama Romance

ପବ୍ଲିକ ଟିଉସନ ସେଣ୍ଟର

ପବ୍ଲିକ ଟିଉସନ ସେଣ୍ଟର

6 mins
337



ଫୋନର ବାରମ୍ବାର ରିଙ୍ଗରେ ମୋ ନିଦ ଭାଙ୍ଗି ଗଲା l ଆରେ ଏତେ ସକାଳୁ କିଏ କଣ ଫୋନ କରେ l ଦେଖିଲି ସାଗର ଫୋନ କରିଛି ପୁଣି ଅନେକ ଦିନ ପରେ , ଆଉ ମେସେଜ ବି କରିଛି ଫୋନ କରିବା ପାଇଁ l ମୁଁ ମୋ ନିତ୍ୟ କର୍ମ ସାରି ସାଗର କୁ ଫୋନ କଲି , ସେପଟ ସେ ଖୁସି ର ସହ କହୁଥିଲା , ଆରେ ଦୀପକ ଆଜି ଦେଖା ହୋଇପାରିବ କି l ଆଉ ମୁଁ ମନା କରି ପାରିଲିନି l ସାଗର ଆସିଥିଲା ସ୍କୁଟି ଧରି ମୋ ପାଖକୁ l ଆଉ ଚାଲି ଯାଇଥିଲୁ ସେଇ ନିରୋଳା ଜାଗା କୁ ଯୋଉଠି ଆମେ ଟିଉସନ ଛୁଟି କରି ଅନେକ ସମୟ ବସୁ l


 ସାଗର ଆଉ ମୁଁ ସେଠି ପହଞ୍ଚି ଅନେକ ସମୟ ବସିବା ପରେ ମୁଁ ବିରକ୍ତି ଭାବେ କହିଲି - ଆରେ କଣ ହୋଇଛି କିଛି କହୁନୁ ଯେ  ? 


ଆରେ ସଂଜ୍ଞା ଆଜି ମତେ...... କହି ସାଗର ଖୁସି ରେ ନାଚି ଉଠୁଥିଲା l

 ଆମେ ଅନେକ ସମୟ ପର୍ଯ୍ୟନ୍ତ ନିରବ ରେ ବସିଥିଲୁ l ମୁଁ ମନେ ମନେ ଭାବୁଥିଲି ସଂଜ୍ଞା କଣ ଆଜି ସତରେ କଣ କହିଛି ? l 


         ସାଗର ଆଉ ମୋ ସମ୍ପର୍କ ଟା ଏହି ଦୁଇ ବର୍ଷ ର l ଆମେ ସାଙ୍ଗ ହୋଇଥିଲୁ ପବ୍ଲିକ ଟିଉସନ ସେଣ୍ଟର ରେ , ଯେବେ ଆମେ ଯୁକ୍ତ ଦୁଇ ରେ ପଢୁ ଥିଲୁ l ଯେହେତୁ ଟିଉସନ ରେ ମୁଁ ପୁରା ଅଜଣା ଥିଲି ,ତେଣୁ ପିଲା ଙ୍କ ସହ ସାଙ୍ଗ ହବା ପାଇଁ ମତେ ଅସୁବିଧା ହୋଉଥିଲା l ଟିଉସନ ରେ ପୁରା ପଛରେ ବସୁ ଥିଲି l ଟିଉସନ ରେ ଯେତେବେଳେ ପ୍ରତ୍ୟେକ ପିଲା ମୋ ପାଇଁ ଅଜଣା ଥିଲେ , ସେତେବେଳେ ସାଗର ଆସି ସାଙ୍ଗ ହୋଇଥିଲା ମୋ ସହ l ସାଗର ମୋ ସହ ସାଙ୍ଗ ହବା ପରେ ଆମେ ପଛ ସିଟ ରୁ ଆଗକୁ ପରିବର୍ତ୍ତନ କରିଥିଲୁ l ସାଗର ଆଉ ମୋ ମିଶିବା କିଛି ଦିନ ପରେ ଆମ ସହ ବିକାଶ ଆସି ମିଶିଥିଲା l ଆମେ ହୋଇ ଯାଇଥିଲୁ ତିନି ଭଲ ସାଙ୍ଗ l ସାଗର ତ ଆମ ଟିଉସନ ରେ ଅନେକ କାରଣ ରୁ ଚର୍ଛିତ ହୁଏ l ଖାସ କରି ଟିଉସନ ରେ ସାଗର ତାର ସ୍କୁଟି ପାଇଁ ଚର୍ଚ୍ଚିତ ଥିଲା , ଆଉ ଆମେ ସାଗର ସହ ମିଳାମିଶା ପାଇଁ l ଆମେ ତିନି ମଧ୍ୟରେ ଅନେକ ପୁଅ ଝିଅ ମାନଙ୍କ ସହ ସାଗର ର ଭଲ ସମ୍ପର୍କ ଥିଲା l ଆମର କିନ୍ତୁ ସମ୍ପର୍କ ଥିଲା ସାଗର ସହ l


    ଟିଉସନ ରେ ସାଗର ଆମ ଅଜାଣତରେ ଗୋଟେ ଝିଅ ପ୍ରେମ ରେ ପଡି ଯାଇଥିଲା l ପରେ ଜାଣିବାକୁ ପାଇଲି ଯେ ସାଗର ସେ ଝିଅ ପାଇଁ ଟିଉସନ ଜୈନ କରିଛି l ଏ ସବୁ ମତେ ଅଜବ ଲାଗୁଥିଲା , ବିକାଶ ତ ବିଶ୍ୱାସ ବି କରୁନଥିଲା l ଆମେ ଅନେକ ଦିନ ପରେ ଜାଣିବାକୁ ପାଇଲୁ ଯେ ସାଗର ସଂଜ୍ଞା କୁ ଭଲ ପାଏ l 

    ସଂଜ୍ଞା ଥିଲା ଆମ ଟିଉସନ ର ଅନେକ ସୁନ୍ଦରୀ ମାନଙ୍କ ମଧ୍ୟ୍ୟରେ ଜଣେ l ରୂପରେ ଯେମିତି ପଢ଼ାରେ ସେମିତି l ତା ପାଇଁ ଟିଉସନ ରେ ଟୋକା ସବୁ ଦିୱାନା ଥିଲେ , ସେଥି ମଧ୍ୟ୍ୟ ରେ ସାଗର ଜଣେ l ସାଗର ବେଳେ ବେଳେ ମତେ କହେ କୋଉ ଝିଅ କୁ ଭଲ ପାଇବାକୁ , ହେଲେ ମୁଁ ଭାବେ ମୁଁ କୋଉ ହେଣ୍ଡସମ ଅଛି ଯେ ମତେ କୋଉ ଝିଅ ଦେଖି ପସନ୍ଦ କରିବ, ତେଣୁ ଝିଅ ଙ୍କୁ ଦେଖିଲେ ମତେ ଲାଜ ଲାଗେ l ସାଗର ଟିଉସନ ରେ ଭଲ ବି ପଡୁଥିଲା l ସାଗର ଥିଲା ସାହିତ୍ୟ ରେ ଟପର ଆଉ ସଂଜ୍ଞା ଥିଲା ଇତିହାସ ରେ l ଟିଉସନ ରେ ପୁଅ ଝିଅ ମିଶି ବସିଲେ ବି ଏତେ କଥାବାର୍ତା ହୋଇପାରେନା l କେତେ ପ୍ରେମିକ ପ୍ରେମିକା ଆଖିରେ ଆଖିରେ ବାର୍ତାଳାପ କରୁଥିଲେ l 

    

          ଜଣେ ପ୍ରେମରେ ପଡିଲେ କଣ କରେ ମୁଁ ସାଗର କୁ ଦେଖିଲା ପରେ ଜାଣିପାରିଥିଲି l ସଂଜ୍ଞା କୁ ଭଲ ପାଉଥିବା ପିଲା ଙ୍କ ସହ ସାଗର ପ୍ରାୟତଃ ଜଗଡା କରୁଥିଲା l ସାଗର ସଂଜ୍ଞା ପାଇଁ ପୁରା ପାଗଳ ଥିଲା l ତାକୁ ନ ଦେଖିଲେ ରହିପାରେନି, କଥା ହବାକୁ ଚାହିଁ କଥା ହୋଇପାରେନା l ଟିଉସନ ଛୁଟି ପରେ ସଂଜ୍ଞା ପଛେ ପଛେ ତା ଘର ପର୍ଯ୍ୟନ୍ତ ଯାଉଥିଲା l ସାଗର ଏ କାମ ପାଇଁ ମତେ ବହୁ ବାର ଡାକିଛି ହେଲେ , ମୁଁ ମନା କରିଦିଏ l କିନ୍ତୁ ବିକାଶ ସାଗର ସାଥିରେ ଥାଏ l ବିକାଶ ସାଗର କୁ ପ୍ରପୋଜ କରିବାକୁ କୁହେ , ସେ ସଂଜ୍ଞା କୁ ପ୍ରପୋଜ କରିପାରେନା l ଏ ସବୁ ଚକର ରେ ସାଗର ଦିନକୁ ଦିନ ପାଠ ରେ ଦୁର୍ବଳ ହୋଇଯାଇଥିଲା , କିନ୍ତୁ ସଂଜ୍ଞା ଏ ସବୁ କିଛି ଜାଣିପାରୁ ନଥିଲା l


ସାଗର ସଂଜ୍ଞା କୁ ଦେଖିବା ପାଇଁ ଗୋଟିଏ ଜାଗା ରେ ଅନେକ ସମୟ ଅପେକ୍ଷା କରେ l ଯେବେ ସାଗର ସଂଜ୍ଞା ସାମ୍ନା ସାମନି ହୋଇଯାନ୍ତି ସାଗର ନିର୍ଜୀବ ପରି ଠିହା ହୋଇଯାଏ , ହେଲେ ସଂଜ୍ଞା ତା ବାଟ ରେ ଚାଲିଯାଏ l ଏସବୁ ସାଗର ବରଦାସ୍ତ କରିପାରୁନଥିଲା l ସଂଜ୍ଞା ପୁଣି ସାଗର ର ସାମ୍ନା ରେ l ସଂଜ୍ଞା ତା ବାଟରେ ଚାଲି ଯାଉଥିଲା l ସାଗର କିନ୍ତୁ ହାତ ଛଡା କରିବାକୁ ଚାଁହୁନଥିଲା l


ସାଗର ତା ଆଗରେ ଠିହାହୋଇ କହିଥିଲା  -ସଂଜ୍ଞା ଟିକେ ଶୁଣିବ ?

.

ସଂଜ୍ଞା ତା ଆଖି କୁ ଛୋଟ ଛୋଟ କରି ଆଶ୍ଚର୍ଯ୍ୟ ଭାବେ କହିଥିଲା  - କଣ କୁହ ?


ସାଗର ହାତ ର ଆଙ୍ଗୁଠି ମୁଦା କହିଥିଲା - ସଂଜ୍ଞା ଆଇ ଲଭ ୟୁ l

       ସଂଜ୍ଞା ରାଗି ଚାଲି ଯାଇଥିଲା , ସେଦିନ ସାଗର ଆଉ ମୁଁ ଟିଉସନ ଛୁଟି କରି ଅନେକ ଜାଗା  ବୁଲି ଥିଲୁ l ଏହା ପରେ ସଂଜ୍ଞା ଜାଣି ଯାଇଥିଲା ସାଗର ବିଷୟରେ l କ୍ଲାସ ରେ ସଂଜ୍ଞା ଦେଖା ହେଲେ ସାଗର କିଛି କହିବାକୁ ଚାହେଁ ହେଲେ ସଂଜ୍ଞା ମୁହଁ ମୁଡି ଚାଲି ଯାଏ l ସାଗର ପ୍ରାୟ ସମୟ ରେ ସଂଜ୍ଞା ପାଇଁ ଦୁଃଖୀ ହୁଏ , କିନ୍ତୁ ବିକାଶ ଆଉ ମୁଁ ଖୁସି ଥିଲୁ l ବେଳେ ବେଳେ ସାଗର, ବିକାଶ ଆଉ ମୁଁ ଟିଉସନ ଛୁଟି କରି ନିରୋଳା ଜାଗା କୁ ଚାଲି ଯାଉ, ସେ ସଂଜ୍ଞା ବିଷୟରେ ଅନେକ କିଛି କହେ l ସେ ସବୁ ଶୁଣିବାକୁ ମତେ ବିରକ୍ତ ଲାଗ , ହେଲେ ବିକାଶ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲେ l


      କ୍ଲାସ ରେ ସାଗର କେବଳ ସଂଜ୍ଞା କୁ ଦେଖିବା ରେ ସମୟ ବିତାଇ ଦିଏ , ହେଲେ ସଂଜ୍ଞା ଥର ଟିଏ ବି ସାଗର କୁ ଦେଖେନି l କ୍ଲାସ ରେ ସଂଜ୍ଞା ସାର ଙ୍କ ସବୁ ପ୍ରଶ୍ନ ର ଉତ୍ତର ଦିଏ l ଇଂଲିଶ ସାର ଯେବେ ବି କ୍ଲାସ ଆସେ ପ୍ରଥମେ ମତେ କିଛି ପଚାରି ଦିଏ , ଏଥିରେ ମୁଁ ବିଫଳ ହେଲେ ପ୍ରଶ୍ନ ବିକାଶ ପାଖକୁ ଯାଏ, ତା ପରେ ସାଗର l ଯଦି ଆମେ ତିନି ବିଫଳ ହୋଉ ତା ହେଲେ ସାର ଆମ କୁ ଶାସ୍ତି ଦିଅନ୍ତି l ଆମେ ତିନି ପ୍ରାୟତଃ ସମୟ ରେ କ୍ଲାସ ରେ ସବୁ ପିଲା କୁ ଚାହିଁ ହାତ ଟେକି ଠିହା ହୋଇଥାଉ l ଏମିତି କରିବା ଯେ ଇଂଲିଶ ସାର ଙ୍କ ନୀତି ଦିନିଆ ଅଭ୍ୟାସ ଥିଲା , ବୋଧେ ଖାସ କରି ଆମ ତିନି ପାଇଁ l କେବେ କେବେ ତ ଆମେ ଉତ୍ତର ଜାଣି ଥାଇବି ଠିହା ହେବାକୁ ପଡେ l ଖାସ କରି ସାଗର ପାଇଁ , କାହିଁକି ନା ସେ ଠିହା ହୋଇ ସଂଜ୍ଞା କୁ ଅନେକ ସମୟ ପର୍ଯ୍ୟନ୍ତ ଦେଖେ l ଏଇଟା ଆମର ଅଭ୍ୟାସ ରେ ପରିଣତ ହୋଇଯାଇଥିଲା , କିନ୍ତୁ ସଂଜ୍ଞା ସାଗର କୁ କେବେ ଆଖି ଉଠାଇ ଚାହିଁ ପାରୁନ ଥିଲା l ସାଗର ପ୍ରେମ ବଦଳ ରେ ପାଉଥିଲା ଘୃଣା, ହେଲେ ସଂଜ୍ଞା ପାଉଥିଲା ଖାଲି ପ୍ରେମ ହିଁ ପ୍ରେମ l ସଂଜ୍ଞା ମନା କରିବା ପରେ ବି ଅନେକ ବାର ପ୍ରପୋଜ କରିଥିଲା କିନ୍ତୁ ପ୍ରତ୍ୟେକ ଥର ବିଫଳ ହୋଇଥିଲା l ଏହା ଭିତରେ ଟିଉସନ ରେ ସବୁ ପିଲା ଜାଣିସାରିଥିଲେ ଯେ ସାଗର ସଂଜ୍ଞା କୁ ଭଲ ପାଏ ,କିନ୍ତୁ ଏହା ଜାଣି ନ ଥିଲେ ଯେ ସଂଜ୍ଞା ସାଗର କୁ ଭଲ ପାଏନି l ସାଗର ବେଳେବେଳେ କହେ ଟିଉସନ ଛାଡି ଦବା ପାଇଁ l ଏ କଥା ଶୁଣି ସେଦିନ ବିକାଶ ଅନେକ ସମୟ ପର୍ଯ୍ୟନ୍ତ ହସି ଥିଲା l 


        ସାଗର ଯେ ସଂଜ୍ଞା ପ୍ରେମ ରେ ବିଫଳ କେବଳ ଏହା ବିକାଶ ଆଉ ମୁଁ ଜାଣିଥିଲୁ l ବିକାଶ ତ ବେଳେ ବେଳେ ପ୍ରେମ ପାଇଁ ପିଲ୍ମ ଆଇଡ଼ିଆ ସବୁ ଦିଏ l ସାଗର ସେ ସବୁ ଚେଷ୍ଟା କରେ କିନ୍ତୁ ପୁଣି ବିଫଳ ହୁଏ l ଏ ସବୁ ଚକର ରେ ସାଗର ଯେତିକି ବିରକ୍ତି ହୋଇନି, ସେତିକି ବିକାଶ ଆଉ ମୁ ହୋଇଛୁ l ଏଥର ବିକାଶ ଥିଲା ଶେଷ ଆଇଡ଼ିଆ ନା ସେ ସଂଜ୍ଞା କୁ ଦେଖିବନି କି ତା ପଛ ରେ ପଡ଼ିବନି l ସାଗର ଅନିଚ୍ଛା ସ୍ୱତେ କରିବାକୁ ବାଧ୍ୟ ହୋଇଥିଲା l ସାଗର ସେ ପ୍ରେମ ଚକର ଛାଡି ପଢା ଧ୍ୟାନ ଦେଇଥିଲା l

         ସେଦିନ ବର୍ଷା ହେତୁ ମୁଁ ଆଉ ସାଗର ଟିଉସନ କୁ ଶୀଘ୍ର ଚାଲି ଯାଇଥିଲୁ , ବର୍ଷା ଯୋଗୁଁ ପିଲା ଆସି ନ ଥିଲେ l କ୍ଲାସ ରେ ଥିଲୁ ସାଗର, ସଂଜ୍ଞା ଆଉ ମୁଁ l ସେଦିନ କେଜାଣି ସଂଜ୍ଞା ସାଗର କୁ ଅନେକ ସମୟ ପର୍ଯ୍ୟନ୍ତ ଚାହିଁବା ପରେ ଆମ ପାଖକୁ ଆସିଥିଲା ଗ୍ରୁପ ଷ୍ଟଡ଼ି ପାଇଁ l ସେଦିନ ସଂଜ୍ଞା ଆମ ସହ ଏମିତି କଥା ହୋଇଥିଲା ଯେମିତି ଅନେକ ଦିନ ରୁ ଜାଣିଛି l କିନ୍ତୁ ସାଗର ଆଉ ମୁଁ ସଂଜ୍ଞା ର ପ୍ରତ୍ୟେକ କଥା କୁ ଗୋଟିଏ ବାକ୍ୟ ରେ ଶେଷ କରିଥିଲୁ l ଏହା ପର ଠାରୁ କେବେ ଯଦି ସାଗର ଟିଉସନ ରେ କୌଣସି ପ୍ରଶ୍ନ ର ଉତ୍ତର ଦେଇଦିଏ , ସଂଜ୍ଞା ତାକୁ ଚାହିଁ ଦିଏ l ମତେ ଲାଗୁଥିଲା ବିକାଶ ର ଏ ଆଇଡ଼ିଆ କାମ କରୁଥିଲା ବୋଧେ l ଏହା ପରେ ଆମେ ଯେବେ ଇଂଲିଶ ପିରିୟଡ଼ ରେ ଠିହା ହେଲେ ସଂଜ୍ଞା କଣେଇ କଣେଇ ଦେଖେ , ଆଉ ହସି ଦିଏ ବି l ସଂଜ୍ଞା ସାଗର କୁ କିଛି କହିବାକୁ ଚାହେଁ କିନ୍ତୁ ସାଗର ଆଉ ସଂଜ୍ଞା କୁ ଧ୍ୟାନ ନ ଦେଇ ପରୀକ୍ଷା ପାଇଁ ପଢୁ ଥିଲା l ପରୀକ୍ଷା ସରିବା ପରେ ଆମେ ସମସ୍ତେ ଅଲଗା ହୋଇଯାଇଥିଲୁ l ପବ୍ଲିକ ଟିଉସନ ସେଣ୍ଟର ବି ଆମ ଠାରୁ ଅଲଗା ହୋଇସାରିଥିଲା l


              


     ସେଦିନ ସାଗର ଯେତିକି ଖୁସି ଥିଲା ବୋଧେ ମୁଁ ତା ମୁହଁ ରେ ଏତେ ଖୁସି କେବେ ଦେଖି ନ ଥିଲି l

 ମୁଁ ସାଗର କୁ କହିଲି - ଆରେ ସଂଜ୍ଞା କଣ ସତରେ ଫୋନ  କରିଥିଲା  ?


ସାଗର କହିଲା - ଆରେ ଦୀପକ ଅସମ୍ଭବ ବୋଲି କଣ ଅଛି ?


ମୁଁ ଖୁସି ହୋଇ କହିଲି - ସଂଜ୍ଞା କଣ କହିଲା ?


 ସାଗର ଉତ୍ସାଲ ହୋଇ କହିଲା - ଆରେ ସଂଜ୍ଞା କଣ କହିଲା  ଛାଡ଼ କଣ ଲେଖିଛି କହ l

ମୁଁ ସାଗର ର ହାତ ରୁ ମୋବାଇଲ ଟାଣିନେଇ ମେସେଜ ଦେଖିଲି l

ସଂଜ୍ଞା ଲେଖିଥିଲା.

         ଟିଉସନ ରେ ଇଂଲିଶ ସାର ଙ୍କ ପ୍ରଶ୍ନ ଏତେ ସରଳ ଯେ ମତେ ଉତ୍ତର ଦେବାକୁ କିଛି ସମୟ ଲାଗୁ ନ ଥିଲା l ହେଲେ  କେବେ କେବେ କିଛି ପ୍ରଶ୍ନ ର ଉତ୍ତର ଏତେ ଜଟିଳ ମୁଁ ଏବେ ଜାଣିପାରୁଛି l........

      ମୁଁ ଯେବେ ଟିଉସନ କଥା ଭାବେ ଆଗ ତମ କଥା ମନେ ପଡେ l ବୋଧେ ସେଇ ଜଟିଳ ପ୍ରଶ୍ନ ର ଉତ୍ତର ଅନେକ ଦିନ ପରେ ପାଇଲି l ଏହି ଏତେ ଛୋଟିଆ ଉତ୍ତର ପାଇଁ ଏତେ ସମୟ ଲାଗି ଗଲା l ବାସ ଆଇ ଲଭ ୟୁ ଟୁ ପାଇଁ..........


             

        ଏହା ପଢି ସାରିଲା ପରେ ମୁଁ ଖାଲି ଏତିକି ଭାବୁ ଥିଲି ସଂଜ୍ଞା କଣ ସତରେ ସାଗର କୁ ଭଲ ପାଉଥିଲା l ଆଉ ଦେଖୁ ଥିଲି ସାଗର ର ସେଇ ସଚ୍ଚା ପ୍ରେମିକପଣ କୁ..........


        


Rate this content
Log in

More oriya story from Padmalochan karjee

Similar oriya story from Drama