Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amit Bal

Action Classics Inspirational

4.0  

Amit Bal

Action Classics Inspirational

(୧୦)*ଗଜବ ଚରିତ୍ର ଗବର ସିଂ *

(୧୦)*ଗଜବ ଚରିତ୍ର ଗବର ସିଂ *

3 mins
242


           ଭାରତୀୟ ସିନେମାରେ ଜୀବନଧର୍ମୀ, ଐତିହାସିକ ସାମାଜିକ ପାରିବାରିକ ଚଳଚ୍ଚିତ୍ରର ଚାହିଦା ସବୁଦିନେ ରହିଆସିଛି । ପ୍ରଶଂସା ମୋହରେ ଅନେକ କଳାକାର ଏଠାରେ ନିଜ ଭାଗ୍ୟକୁ ପରଖିବାକୁ ଆସିଥାନ୍ତି । ମାତ୍ର ସଫଳତା ସମସ୍ତଙ୍କ କପାଳରେ ଲେଖା ହୁଏ ନାହିଁ । କ୍ଵଚିତ କଳାକାରଙ୍କ ଭାଗ୍ୟରେ ସଫଳତାର ମୋହର ବାଜେ ଏବଂ ସେ ଜନମାନସକୁ ଛୁଇଁ ଯାଏ ।


       ଯେତେବେଳେ କୈାଣସି କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଏ । ସେଥିରେ ଅନେକ ଚରିତ୍ରର ଆବଶ୍ୟକତା ମନେହୁଏ । ନାୟକକୁ ବାଦ୍ ଦେଇ ଯଦି ଅନ୍ୟ କୌଣସି ଚରିତ୍ରର ଅଭିନୟ ପ୍ରଭାବଶାଳୀ ହେବା ଆବଶ୍ୟକ, ତେବେ କୁହାଯାଏ ଖଳନାୟକର ଚରିତ୍ର । କାହିଁକିନା ତା ବିନା ନାୟକର ଚରିତ୍ରକୁ ଆକର୍ଷକ କରି ଗଢିତୋଳିବା ଅସମ୍ଭବ ।


      ଭାରତୀୟ ସିନେମା ଜଗତରେ ଖଳନାୟକ ମାନଙ୍କ କଥା ଉଠିଲେ, ସର୍ବପ୍ରଥମେ ଗବର ସିଂ ଚରିତ୍ରର ଜୀବନ୍ତ ଅଭିନୟ ଆଖି ଆଗରେ ଭାସି ଆସେ । ୧୯୭୫ ମସିହାରେ ମୁକ୍ତିଲାଭ କରିଥିବା ରମେଶ ସିପପିଙ୍କ ନିର୍ଦ୍ଦେଶିତ "ଶୋଲେ " ଚଳଚ୍ଚିତ୍ରର ଏକ ନକରାତ୍ମକ ଚରିତ୍ର, ବୋଧହୁଏ ସର୍ବଶ୍ରେଷ୍ଠ ବହୁଚର୍ଚ୍ଚିତ ଭାରତୀୟ ସିନେମାର ଖଳନାୟକ ଚରିତ୍ର ।


     ସେ ସମୟରେ ଏ ଚରିତ୍ରର କାଳଜୟୀ ଅଭିନୟ ଆଜି ବି ଯୁବ କଳାକାରମାନଙ୍କୁ ଖୁବ୍ ପ୍ରଭାବିତ କରେ । ସ୍ବର୍ଗତ ଆମଜାଦ୍ ଖାନଙ୍କ ବାସ୍ତବବାଦୀ ଅଭିନୟ ଏବେ ମଧ୍ୟ ଜନମାନସକୁ ଆନ୍ଦୋଳିତ କରେ। ସତରେ ଅବିସ୍ମରଣୀୟ ସେ ଅଭିନୟ ।


    କାହାଣୀରେ ଗବର ସିଂ ହେଉଛି ଡକାୟତମାନଙ୍କ ସର୍ଦ୍ଦାର। ଯାହାକୁ ଧରିବା ପାଇଁ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ବିଭିନ୍ନ ହତ୍ୟା, ଲୁଟ, ଡ଼କାୟତି ଭଳି ସଙ୍ଗୀନ ମାମଲାରେ ସେ ଦୋଷୀ । କିନ୍ତୁ ତଥାପି ସେ ଧରା ପଡୁନଥାଏ। ଚମ୍ବଲ ଓ ତା'ର ପାଖାପାଖି ଅଞ୍ଚଳରେ ସେ ନିଜର ଗତିବିଧି ଜାରି ରଖିଥାଏ। ଯେଉଁ ଗାଁ ମାନଙ୍କରୁ ସେ ମୁଖ୍ୟତଃ ନିଜ ସାଥୀମାନଙ୍କ ପାଇଁ ଖାଦ୍ୟ ସଂଗ୍ରହ କରୁଥାଏ ରାମଗଡ଼ ସେଥିମଧ୍ୟରୁ ଅନ୍ୟତମ ।


    ହଠାତ୍ ଦିନେ ଜଣେ ପୋଲିସ ଅଫିସର ଠାକୁର ବଲଦେବ ସିଂ ତାକୁ ଧରିବାରେ ସଫଳ ହୋଇ ବନ୍ଦୀ କରନ୍ତି। ଅଦାଲତରେ ବିଚାର ହୁଏ । ଆଜୀବନ କାରାଦଣ୍ଡରେ ତାକୁ ଦଣ୍ତିତ କରାଯାଏ । ସମୟ ଗଡିଚାଲେ, କୈାଶଳ କ୍ରମେ ସେ ଜେଲରୁ ମୁକୁଳି ଠାକୁର ବଳଦେବ‌ ସିଂ ର ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିଦିଏ । ଏଥିରେ ଠାକୁର ସାହେବ ମର୍ମାହତ ହୋଇ ଗବର ସିଂ କୁ ଧରିବା ପାଇଁ ଶପଥ କରନ୍ତି । ସଂଯୋଗ ବଶତଃ ସେ ସେଥିରେ ସଫଳତା ପାଆନ୍ତି । ମାତ୍ର ଘଟଣା ବଦଳିଯାଏ, ଯେତେବେଳେ ଡାକୁ ଗବର ସିଂ, ଠାକୁର ବଳଦେବ‌ ସିଂ ଙ୍କ ହାତ ଦୁଇଟିକୁ କାଟି ପକାଏ ।


     ଏହି ମର୍ମନ୍ତୁଦ ଘଟଣାରେ ମଧ୍ୟ ଠାକୁର ବଲଦେବ ସିଂ ଭାଙ୍ଗି ପଡନ୍ତି ନାହିଁ । ଅଧିକନ୍ତୁ ଆଗ ଅପେକ୍ଷା ଅଧିକ ଆକ୍ରାମକ ହୋଇ ଉଠନ୍ତି । ଗବର ସିଂ କୁ ଧରି ମୃତ୍ୟୁଦଣ୍ଡ ଦେବା ତାଙ୍କର ଏକମାତ୍ର ଲକ୍ଷ୍ୟ ହୁଏ । ତାଙ୍କୁ ଏଥିରେ ଦୁଇ ଜଣ ଯୁବକ ସହାୟତାର ହାତ ବଢାନ୍ତି । ଠାକୁର ସେହି ଦୁଇ ଯୁବକ ଜୟ ଓ ଭୀରୁକୁ ନେଇ ନିଜ ଗାଁ ରାମଗଡ଼ ଆସନ୍ତି ଏବଂ ସେଠାରେ ଗବର ସିଂ କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଏ ।


   କାହାଣୀରେ ଗବର ସିଂ ର ଚରିତ୍ର ରୂପେଲି ପରଦାକୁ ବିଳମ୍ବରେ ଆସେ । ପ୍ରଥମେ ତା'ର ଚରିତ୍ରକୁ ନିର୍ଦ୍ଦେଶକ ସଂଳାପ ମାଧ୍ୟମରେ, ଖୁବ୍ ସୁନ୍ଦର ଭାବରେ ପରଦାରେ ପରିସ୍ଫୁଟିତ କରନ୍ତି । ସେ ସଂଳାପ ଏତେ ଗମ୍ଭୀର ଯେ, ଦର୍ଶକକଙ୍କୁ ଅଚିରେ ବାନ୍ଧି ରଖେ । ବାତାବରଣ ଭୟଙ୍କର ମନେ ହୁଏ । ଗବର ସିଂ ର ଭୟ ଦର୍ଶକର ମନରେ ବସା ବାନ୍ଧେ । ଚରିତ୍ର ଜୀବନ୍ତ ହୋଇ ଉଠେ । ହାତରୁ ତାଳି ଛୁଟେ । ଦର୍ଶକ ମନ୍ତ୍ରମୁଗ୍ଧ ହୁଅନ୍ତି । ଆନନ୍ଦେ ଗଦ୍ ଗଦ୍ ହୋଇ ଗବର ସିଂ ର ସଂଳାପ ନିଜେ କହନ୍ତି ।


   ଅନନ୍ୟ ସେ ଅଭିନୟ । ସତେକି ଅପରାଜେୟ । ବର୍ଣ୍ଣନା ର ବାହାରେ । ମନ ବାରମ୍ବାର ତାକୁ ଦେଖିବାକୁ ଝୁରେ । ଶେଷରେ ଗବର ସିଂ ଧରାପଡେ । ହେଲେ ଛାଡି ଯାଏ ତା'ର ଅଭିନୟର ଛାପ । ବେଳେ ବେଳେ କାହାଣୀ ରେ ଗବର ସିଂ ର ଚରିତ୍ର, ନାୟକ ଉପରେ ଭାରି ହେଲା ପରି ଜଣାପଡେ । ଅତୁଳନୀୟ ସେ ପ୍ରତିଭା । 


    ଗବର ସିଂ ର ଚରିତ୍ର ଯୁଗ ଯୁଗ ଯାଏ ଭାରତୀୟ ସିନେମାରେ ଅମର ହୋଇ ରହିବ । ସତରେ କ'ଣ କେହି ଏତେ ହୃଦୟସ୍ପର୍ଶୀ ଅଭିନୟ କରିପାରେ । ଯେଉଁଠି ଦର୍ଶକର ସେ ପ୍ରଥମ ପସନ୍ଦ ହୋଇ ଯାଇପାରେ । ତା'ର ସଂଳାପ ସବୁରି ଓଠରେ । କି ଯାଦୁ ଭରିଥିଲା, ତା ଅଭିନୟରେ । ଆଜି ବି ପାଗଳ କରେ ଦର୍ଶକଙ୍କୁ , ତା'ର ସେ ଆଦାବ କାଇଦା, କଥା କହିବାର ଶୈଳୀ । ଲାଗେନା କେବେ ଆଉ ଚରିତ୍ରଟେ ସୃଷ୍ଟି ହୋଇ ପାରିବ ତା' ଭଳି ।  

    


Rate this content
Log in

Similar oriya story from Action