Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଶ୍ରେଷ୍ଠ ଆମେ ବ୍ରହ୍ମପୁରିଆ

ଶ୍ରେଷ୍ଠ ଆମେ ବ୍ରହ୍ମପୁରିଆ

1 min
7.0K


ବାସୁଦେବ ନାୟକ


ଶ୍ରେଷ୍ଠ ବ୍ରହ୍ମପୁର, ଶ୍ରେଷ୍ଠ ବ୍ରହ୍ମପୁର.......

ଶ୍ରେଷ୍ଠ ଆମେ ବ୍ରହ୍ମପୁରିଆ

ସକାଳୁ ସକାଳୁ ଇଡ଼ିଲି ସମ୍ବର

ଖାଇବାକୁ ଲାଗେ ବଢ଼ିଆ l

ପୁରି, ତରକାରି, ଉପୁମା, ଦୋଅସା

ସଙ୍ଗେ ଥିବ ଯେବେ ଚଟଣି

ହାତ ଚାଟି ଚାଟି ଖାଉଥିଲେ ପରା

ଲୋଡ଼ା ନାହିଁ ଆଉ ଘରଣୀ l

ଅନେକ ବର୍ଷର ପୁରୁଣା ସହର

ଗଲାଣି ସେ କାଳ ପଖାଳ

ଦମ୍ ବିରିଆନି, ପିଜ୍ଜା, ବର୍ଗର

ଖାଇ ହୋଇଲୁଣି ସବଳ l

ସିଲ୍କ-ସିଟି ବୋଲି ଚାରିଆଡ଼େ ନାଆଁ

ପାଟ ମଠା ସିଲ୍କି ପାଇଁ କି

ଓଡ଼ିଆ ତେଲୁଗୁ ମିକଶ୍ଚର ଭାଷାକୁ

ବୁଝି ପାରନ୍ତିନି କଟକି l

ଆମେ ସବୁ ଏବେ ଦେଖୁଛୁ ସପନ

ଆମ ସିଟି ହବ ସ୍ମାଆର୍ଟ

ଦିନରେ ବି କେତେ ସାହିରେ ଜଳୁଛି

ବଡ଼ ହାଲୋଜେନ୍ ଲାଇଟ୍ l

ଅଳପ ବର୍ଷାରେ ବନ୍ୟା ଏଇଠି

କୁଢ଼ କୁଢ଼ ଖାଲି ଅସନା

ଦୋଷ କହି କିଛି ଲାଭ ନାହିଁ ଚାଲ

କରିବା ସଭିଏଁ ଶୋଚନା l

ଏ ମାଟିରୁ ଦିନେ ଭି.ଭି. ଗିରି ପରା

ହୋଇଥିଲେ ରାଷ୍ଟ୍ର ନାୟକ

ବିନାୟକ ସାର୍ ମୁଖ୍ୟମନ୍ତ୍ରୀ ହୋଇ

ରଖି ଯାଇଛନ୍ତି ମହକ l

ଏ ମହାନଗର ନିଗମ କରୁଛି

ଆମ ପାଇଁ କେତେ ଯୋଜନା

ସହଯୋଗ ଯଦି କରିବା ସଭିଏଁ

ପୂର୍ଣ୍ଣ ହେବ ମନସ୍କାମନା l

ଏଥିପାଇଁ ଆସ ଶପଥ କରିବା

ଆଜିର ଏ ଶୁଭ ବେଳାରେ

ମୋ କବିତା ଯଦି ଭଲ ଲାଗିଅଛି

ଜଣାଇବ କର ତାଳିରେ l


Rate this content
Log in

Similar oriya poem from Classics