Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Tragedy

2  

LAXMAN KUMAR BEHERA (ଯତି)

Tragedy

ସୁଧାମୟୀ (ଦ୍ବିତୀୟଭାଗ)

ସୁଧାମୟୀ (ଦ୍ବିତୀୟଭାଗ)

1 min
7.0K


ଏ ଧରିତ୍ରୀ ଅବା

ମୋ ଉପସ୍ଥିତିକୁ

କେତେ ଦିନ ଧରି ରଖିବ,

ବାଳୁତ ସମୟୁ

ଆଜି ଯାଏଁ ସିଏ

ଦୁଃଖ ମୋର କେତେ ସହିବ ।

କେତେ ଦିନ ଅବା ବଞ୍ଚିବି,

ସରି ସରି ଆସେ

ଜୀବନ ଆୟୁଷ,

ଆଉ ଅଳ୍ପ ଦିନ

ମୋ ବପୁ - ବୟସ ।

ତୁମ କଥା ମନେ ରଖିବି ।

ପଞ୍ଚଭୂତେ ଯେବେ

ମିଶିବ ଶରୀର

ନାମ କି ରହିବ ଜଗତେ ?

ସଂସାର ଭୁଲିବି

ଭୁଲିବ ସଂସାର

ଥିଲା ବୋଲି କେହି ମରତେ ।

ଆତ୍ମା ଭାବୁଛି ଏ କଥା,

ପ୍ରିୟାକୁ ଖୋଜିବି

ପଞ୍ଚଭୂତ ଦେଶେ,

ଯଦି ନିଏ ଜନ୍ମ

ଭିନ୍ନ ଦେହ ବେଶେ ।

ବୁଣିବି ପ୍ରେମର ବାରତା ।


ମୋ ଅନ୍ତର ତଳେ

ଅଛି ଯେତେ ବ୍ଯଥା

ବିଶ୍ଵ ପ୍ରାଣ କେବେ ବୁଝିବ ?

ଦୁନିଆ ବକ୍ଷରୁ

ହଜିଗଲା ପରେ

ପ୍ରିୟା ଛଡା କିଏ ଖୋଜିବ ?

ଏ କଥା ଜାଣିଛି ଜଗତ,

କେବଳ ଘରଣୀ

ଚିହ୍ନି ପାରେ ମନ,

ପର ପ୍ରୀତି କଥା

ଭାବିଲେ ପରାଣ ।

ସରେ ସିନା ମାନ - ମହତ ।


ଥରିଉଠେ ହିୟା

ଡାକେ ଯେବେ ପ୍ରିୟା

ଆସ ଆସ ପ୍ରିୟ ସଅଳ,

ଭିନ୍ନ ଭିନ୍ନ ପ୍ରଶ୍ନ

ମନେ ଉଙ୍କି ମାରେ

ପ୍ରିୟା ଆଜି କିମ୍ପା ବ୍ଯାକୁଳ ?

ପ୍ରେୟସୀ ମୋ ସମ ବୟସୀ,

ତା' ଅନ୍ତର କଥା

ଜାଣିଛି ହୃଦୟ,

କିସ ପରଶିଲେ

ପାଇବି ବିଜୟ ।

ଭୁଲି ପାରିବନି ପ୍ରେୟସୀ ।


କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ମୋ-9668242720


Rate this content
Log in

Similar oriya poem from Tragedy