ଛାତି ତଳର କଥା
ଛାତି ତଳର କଥା
1 min
6.9K
ସବୁ ଦିନେ ନାହିଁ ଗୋ ସତୀ
ଚାନ୍ଦିନୀ ରାତି
ଭାବ ପୀରତି
ସବୁ ଦିନେ ଯଦି ପୀରତି ଥାଆନ୍ତା
କୀରତି ପତାକା
ଉଡାଇ ଥାନ୍ତି ।
କେବେ ରହେ ନାହିଁ ଯୌବନ
ଧନ କି ଜନ
ଜୀବ ଜୀବନ
ସବୁ ଦିନେ ଯଦି ଜୀବନ ଥାଆନ୍ତା
ମଦନ ସାଥିରେ
ଘୁରି ଥାଆନ୍ତି ।
ସବୁବେଳେ ନାହିଁ ଗୋ ଆଶା
ଶୀତ ବରଷା
ମହୁଲି ନିଶା
ସବୁବେଳେ ଯଦି ବରଷା ହୁଅନ୍ତା
ଭରସା ନିଶ୍ଚିତ
ରଖି ଥାଆନ୍ତି ।
ସବୁ ଦିନେ ନାହିଁରେ ମନ
ବଇଁଶୀ ସ୍ବର
କଳା ବଦନ
ସବୁ ଦିନେ ଯଦି ସ୍ବର ଶୁଭୁଥାନ୍ତା
ରାଇ କହ୍ନେଇଙ୍କୁ
ଦେଖୁ ଥାଆନ୍ତି ।
ସବୁବେଳେ ହୁଏନି ବଳି
ଘରୋଇ କଳି
ବିରି ଚକୁଳି
ସବୁବେଳେ ଯଦି କଜିଆ ହୁଅନ୍ତା
ତିଷ୍ଟି ରହିଥାନ୍ତା
ପାପ ଅଶାନ୍ତି ।
ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)
କବି କୁଟୀର,ଦଣ୍ଡାସିଂହା, ବାରକୋଟ
ଦେବଗଡ (ଓଡିଶା)
ମୋ - ୦୯୬୬୮୨୪୨୭୨୦