Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maitreyee Kamila

Abstract

4.9  

Maitreyee Kamila

Abstract

ସମ୍ପର୍କର ପରିଧି

ସମ୍ପର୍କର ପରିଧି

1 min
154


ଏ ଘର ଝର୍କା ସେପଟ ଲୋକ ସବୁ ଆମ ନିଜର।

ହେଲେ ବର୍ଷ ବର୍ଷ ଧରି କେହି କାହାରି ମୁହଁ ଚାହାନ୍ତିନି କି

ପଦୁଟିଏ ଉଁ ଚୁଁ ହୁଅନ୍ତିନି

ମିଛ ଦର୍ପ ଅହମିକାରେ ଆଉଟୁ ପାଉଟୁ ହୁଏ ସମ୍ପର୍କର ବନ୍ଧ ବାଡ଼

ବିତିଯାଉଥାଏ ବର୍ଷ ମାସ ଦିନ

ଆଉ ଯେତେ ସବୁ ଭଲ ମନ୍ଦ ସୁଖ ଦୁଃଖର ଆକ୍ତା ମାକ୍ତା ସମୟ


ସେ ଘରୁ ଘଣ୍ଟାର ଶବ୍ଦ ଭାସିଆସେ ଛାତ ଡେଇଁ

ଏପଟୁ ଧୂପ ଧୁଆଂ ସେପଟେ ମିଶୁଥାଏ  

ସନ୍ଧ୍ୟା ଦୀପ ଜଳି ଜଳି ଦପ ଦପ ଲିଭୁଥାଏ ।

ପବନଟା କାହା ଦୁଆରୁ ଆସି କୋଉପଟେ ଯାଏ କେଜାଣି।


ରୁତୁ ଆସି ଫେରୁଥାଏ

ଅପରାହ୍ନର ଛାଇ ଲେଉଟିଯାଏ

କଅଁଳ ପାଦ ସବୁ ବୟସର ଛାପ ନିଏ

ଜ୍ୟେଷ୍ଠର ଖରା, ପୁଷ ମାସ ଶୀତଭଳି ଭାରି କାଟେ

ଏଠି ଯେତେବେଳେ ଖାଲି ଏପାଖ ସେପାଖ ହୁଏ 

ସଂପର୍କର ଖିଅ ଘାଟ କର୍ମରେ।


Rate this content
Log in

Similar oriya poem from Abstract